ବାକ୍ସ ଭିତରେ ବନ୍ଦ ରହିଲେ ହଜାର ହଜାର ସଂଖ୍ୟାରେ ମହିଳା, ଶିଶୁ

ବେଜିଂ,୧୨ା୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପୁଣି ସ୍ଥିତିକୁ ବିଗାଡ଼ି ଦେଇଛି। ଏହି ଭାଇରସର ପ୍ରକୋପ ଚାଇନାର ଅନୟାଙ୍ଗ ସମେତ ଆଉ କିଛି ସହରରେ ମଧ୍ୟ ବଢ଼ିଚାଲିଛି। ତେଣୁ ଚାଇନାର କିଛି ସହରକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଚାଇନାର ‘ଜିରୋ କୋଭିଡ୍‌ ପିଲିସି’ ଅନୁଯାୟୀ ନିୟମ ଜାରି କରାଯାଇଛି।

କରୋନାକୁ କାବୁ କରିବା ପାଇଁ ଚାଇନାର ଲୋକଙ୍କ ପ୍ରତି କଡ଼ା ନିୟମ ଲାଗୁ କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଚାଇନାରେ ଏକ ବଡ଼ କ୍ୱାରାଣ୍ଟାଇନ୍‌ କ୍ୟାମ୍ପସ୍‌ ତିଆରି କରାଯାଇଛି। ଯେଉଁଠି ହଜାର ହଜାର ସଂଖ୍ୟାରେ ମେଟାଲ ବକ୍ସ ରହିଛି। ଏଥିରେ ଗର୍ଭବତୀ ମହିଳା, ପିଲାଙ୍କ ସମେତ ଅନ୍ୟମାନଙ୍କୁ ଆଇସୋଲେଟ୍‌ କରି ରଖାଯିବ। ମହାମାରୀ ଆରମ୍ଭରେ ଉହାନ ଏବଂ ହୁବେଇ ରାଜ୍ୟ ବନ୍ଦ ହେବା ପରଠାରୁ ଏହା ହେଉଛି ସବୁଠାରୁ କଠୋର ଲକ୍‌ଡାଉନ୍‌।

ବର୍ତ୍ତମାନ ସମୟରେ ଓମିକ୍ରନର ଭୟାବହତାକୁ ଦୃଷ୍ଟିରେ ରଖି ଚାଇନାରେ ଏପରି କଠୋର ନିୟମ ଲାଗୁ କରାଯାଇଛି। ଘରୁ କେହି ବାହାରକୁ ଯିବା ପାଇଁ ଅନୁମତି ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦୋକାନବଜାର ବନ୍ଦ ରହିଛି। ତେବେ ଏହି ଲକ୍‌ଡାଉନ୍‌ କେତେଦିନ ପର୍ଯ୍ୟନ୍ତ ଚାଲିବ ତାହା ସ୍ପଷ୍ଟ ହୋଇନାହିଁ।

Share