ବୋମାମାଡ଼ ପରେ ସ୍କୁଲରେ ଆଶ୍ରିତ ଲୋକଙ୍କୁ ସ୍ଥାନାନ୍ତର

କ୍ୱିଭ୍‌,୨୧ା୩: ରୁଷିଆ-ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ୨୬ ଦିନ ପୂରିଛି। ତଥାପି ଏହା ଥମିବାର ନାଁ ନେଉନି। ୟୁକ୍ରେନର ଉପକୂଳବର୍ତ୍ତୀ ସହର ମାରିଉପୋଲ ରୁଷିଆ ସୈନ୍ୟମାନେ ଏକ ଆର୍ଟ ସ୍କୁଲ ଉପରେ ରବିବାର ବୋମାମାଡ଼ କରିଥିଲେ। ଯେଉଁଠାରେ ୪୦୦ରୁ ଅଧିକ ଲୋକ ଆଶ୍ରୟ ନେଇଥିଲେ। ସ୍ଥାନୀୟ ଅଧିକାରୀ କହିଛନ୍ତି, ବିଦ୍ୟାଳୟ ଭବନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରୁଷିଆର ସୈନ୍ୟମାନେ ମାରିଉପୋଲ ଭିତରେ ପ୍ରବେଶ କରି ବୋମାମାଡ଼ କରିଥିଲେ। ପ୍ରବଳ ସଂଘର୍ଷ ଯୋଗୁ ଏକ ପ୍ରମୁଖ ଇସ୍ପାତ କାରଖାନା ବି ବନ୍ଦ ହୋଇଯାଇଛି। ପାଶ୍ଚାତ୍ୟ ଦେଶରୁ ଅଧିକ ସହାୟତା ପାଇଁ ସ୍ଥାନୀୟ ଅଧିକାରୀମାନେ ଆହ୍ବାନ କରିଛନ୍ତି। ମାରିଉପୋଲରୁ ଜାପୋରିଜିଆକୁ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

Share