କଳସ ଯାତ୍ରାରେ ସାମିଲ ହେଲେ ହଜାର ହଜାର ମହିଳା ପୁରୁଷ: ହରିବୋଲ, ହୁଳହୁଳିରେ କମ୍ପିଲା ନଦୀ ଘାଟ

ଗଞ୍ଜାମ ,୧୯।୬ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଲକ୍ଷ୍ମୀପୁର ଗ୍ରାମଠାରେ ଶୁକ୍ରବାରଠୁ ଆରମ୍ଭ ହୋଇଛି ଚବିଶି ପ୍ରହର ମହା ଯଂଜ୍ଞ । ଏହି ଉପଲକ୍ଷେ ଶୁକ୍ରବାର କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ଗ୍ରାମ ଓ ଆଖ ପାଖ ଅଞ୍ଚଳରେ ହଜାର ହଜାର ମହିଳା ଓ ପୁରୁଷ ଋଷିକୂଲ୍ୟା ନଦୀ କୂଳରେ ପହଞ୍ଚିବା ପରେ ଗଙ୍ଗା ମାତାଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଉଠିଥିଲା କଳସ ଯାତ୍ରା । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିଲା ନଦୀ ଘାଟ। ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଏବଂ ନୂତନ ଚୈତନ୍ୟ ମଠ ପ୍ରତିଷ୍ଠା ଉପଲକ୍ଷେ ଏହି ଯଜ୍ଞରେ ଆୟୋଜନ କରାଯାଇଥିବା ଗ୍ରାମବାସୀ ପକ୍ଷରୁ କୁହାଯାଇଛି । ଏଥିପାଇଁ ଗ୍ରାମ୍ୟ ଭଦ୍ରଲୋକ ଆଇନଜୀବୀ ଦୁର୍ଯ୍ୟୋଧନ ରେଡି, ସଭାପତି ଆର ହରିହର ରେଡି, ଏନ ଗଙ୍ଗାଧର ରେଡି,ଏ ଗୌରା ରେଡି, ସୁମୁନାଥ ରେଡି, ଆର ସନ୍ତୋଷ ରେଡି, ଏସ ପର୍ଶୁରାମ ରେଡି, ଆର ଶ୍ରୀରାମ ରେଡିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଆଖପାଖ ଅଞ୍ଚଳରେ ପ୍ରାୟ ପାଞ୍ଚ ହଜାରରୁ ଅଧିକ ମହିଳା ପୁରୁଷ କଳସ ଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା l ଦୃଷ୍ଟି କୋଣରୁ ଯଂଜ୍ଞ ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା l ଏଥିସହ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଗୋ ଯଜ୍ଞ, ନାମ ଯଜ୍ଞ, ଘୃତ ଯଜ୍ଞ ଏବଂ ଅର୍ଣ୍ଣ ଯଜ୍ଞ ଆଦି ଅନୁଷ୍ଠିତ ହେବ । ଏଥିପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ତଥା ତହସିଲ, ବ୍ଲକ,ଜନ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି ବୋଲି ଲକ୍ଷ୍ମୀପୁର ଗ୍ରାମରେ ସୋମନାଥ ରେଡି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହ ରୋଡ଼ ପାର୍ଶ୍ୱରେ ଯଜ୍ଞ ହେଉଥିବା ଏବଂ ରାମଦୋଳି ମିନବଜାର ଆଦି ଯୋଗୁ ଆଇନଶୃଙ୍ଖଳା ନିମନ୍ତେ ଗଞ୍ଜାମ ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ସେ କହିଛନ୍ତି ।

Odisha’s No.1 Odia Daily

Share