ଋଷିକୂଲ୍ୟାରେ ମରି ଭାସୁଛି ହଜାର ହଜାର ମାଛ

ଗଞ୍ଜାମ,୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ସହର ପୋତାଗଡ଼ସ୍ଥିତ ଋଷିକୂଲ୍ୟା ନଦୀରେ ହଜାର ହଜାର ସଂଖ୍ୟକ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । ପଣା ସଂକ୍ରାନ୍ତି ପାଇଁ କୌଣସି ମତ୍ସଜୀବୀ ଋଷିକୂଲ୍ୟା ନଦୀକୁ ଡ଼ଙ୍ଗା ନେଇ ମାଛ ମାରିବାକୁ ଯାଇ ନ ଥିବା ବେଳେ କେଉଁ କାରଣରୁ ମାଛ ମରିଛି ତାହା ଜଣାପଡ଼ିନାହିଁ । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଯୋଗୁ ନଦୀ ପାଣି ତାତିଯାଇ ମାଛଗୁଡ଼ିକ ମରି ଯାଇଥାଇ ପାରନ୍ତି ବୋଲି ସ୍ଥାନୀୟ ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି। ଅନ୍ୟପଟେ ବାୟୁମଣ୍ଡଳ ବିଷାକ୍ତ ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା କେତେକ ଲୋକେ କହିଛନ୍ତି।