Posted inଜାତୀୟ

ମହାପଞ୍ଚାୟତ ଲାଗି ଦିଲ୍ଲୀରେ ହଜାର ହଜାର ଚାଷୀ

ନୂଆଦିଲ୍ଲୀ,୨୩।୮: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନ ଆଣିବା, କୃଷି ଋଣ ଛାଡ଼ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ କୃଷକ ସଂଗଠନ ପକ୍ଷରୁ ନୂଆଦିଲ୍ଲୀରେ ମହାପଞ୍ଚାୟତର ଡାକରା ଦିଆଯାଇଥିଲା। ଏଥିରେ ଯୋଗଦେବା ଲାଗି ବିଭିନ୍ନ ରାଜ୍ୟରୁ ହଜାର ହଜାର ଚାଷୀ ସୋମବାର ନୂଆଦିଲ୍ଲୀର ଯନ୍ତରମନ୍ତରରେ ପହଞ୍ଚତ୍ଛନ୍ତି। ପୂର୍ବରୁ କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀ ସୀମାରେ ବର୍ଷେ ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା। କୃଷି ଆଇନକୁ ବିଭିନ୍ନ ମହଲରୁ ସମାଲୋଚନା କରାଯିବା ପରେ ୨୦୨୧ ନଭେମ୍ବରରେ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର କରି ନେଇଥିଲେ। ଏଥିସହିତ ଚାଷୀମାନଙ୍କ ବିଭିନ୍ନ ଦାବି ପୂରଣ ଲାଗି ସରକାର ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ। ହେଲେ ଏପର୍ଯ୍ୟନ୍ତ ସେମାନଙ୍କର ଦୀର୍ଘଦିନର ଦାବି ପୂରଣ ହୋଇ ନ ଥିବାରୁ ଚାଷୀମାନେ ପୁଣିଥରେ ରାଜଧାନୀରେ ଏକାଠି ହୋଇଛନ୍ତି। ଅଧିକାଂଶ ଚାଷୀ ସାଙ୍ଗରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଧରି ଆସିଥିବାରୁ ସେମାନେ ପୁଣିଥରେ ଧାରଣାରେ ବସିବା ଆଶଙ୍କା କରାଯାଉଛି। ସେମାନେ ରାଜପଥର ବିଭିନ୍ନ ସ୍ଥାନରେ ବସିବା ସହ ପ୍ରତିଶ୍ରୁତି ପୂରଣ କରି ନ ଥିବା କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଥିବା ଦେଖାଯାଇଛି।
ଅପ୍ରୀତିକର ସ୍ଥିତି ଉପୁଜିବା ଆଶଙ୍କାରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ସହରର ସମସ୍ତ ପ୍ରବେଶ ପଥରେ ପୋଲିସ ଏକାଧିକ ଲେୟର ବ୍ୟାରିକେଡ୍‌ କରିବା ସହ ଜାତୀୟ ରାଜଧାନୀରେ ପ୍ରବେଶ କରୁଥିବା ସମସ୍ତ ଗାଡ଼ିକୁ ଯାଞ୍ଚ କରାଯାଉଛି। ଫଳରେ ସୀମାନ୍ତ ଅଞ୍ଚଳ ସିଙ୍ଘୁ, ଟିକ୍ରି ଏବଂ ଗାଜିପୁର ସମେତ ବିଭିନ୍ନ ରାସ୍ତାରେ ଟ୍ରାଫିକ ଜାମ୍‌ ସମସ୍ୟା ସୃଷ୍ଟି ହୋଇଛି। ଏହା ବ୍ୟତୀତ ଦିଲ୍ଲୀ-ମିରଟ ଏକ୍ସପ୍ରେସଓ୍ବେ, ପାଲାମ ଫ୍ଲାଇଓଭର, ଅରବିନ୍ଦ ମାର୍ଗ, ରିଙ୍ଗ୍‌ ରୋଡ (ଇନ୍ଦ୍ରପ୍ରସ୍ଥ ପାର୍କ ନିକଟ), ଗାଜିଆବାଦ-ଓ୍ବାଜିରାବାଦ ରୋଡ୍‌ ଏବଂ ମୁନିର୍କା ରୋଡ୍‌ରେ ଗାଡ଼ିମୋଟର ଭିଡ଼ ଦେଖାଦେଇଛି।
ମହାପଞ୍ଚାୟତ ଲାଗି ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ସମେତ କର୍ନାଟକ, ମହାରାଷ୍ଟ୍ର, ଓଡ଼ିଶା ଓ କେରଳରୁ ଚାଷୀମାନେ ଦିଲ୍ଲୀରେ ପହଞ୍ଚତ୍ଛନ୍ତି। ଆବଶ୍ୟକ ପଡ଼ିଲେ ରାଜଧାନୀରେ ରହିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଆସିଥିବା ପଞ୍ଜାବର ମାଘ ନିବୋରି ନାମକ ଚାଷୀ କହିଛନ୍ତି। ସୁରକ୍ଷା କାରଣ ନେଇ କେତେକ ବିକ୍ଷୋଭକାରୀ ଚାଷୀଙ୍କୁ ଗାଜିପୁର ସୀମାରେ ଅଟକା ଯାଇଥିଲା। ଯାଞ୍ଚ ପରେ ସେମାନଙ୍କୁ ଯନ୍ତରମନ୍ତର ଯିବାକୁ ଅନୁମତି ଦିଆଯାଇଥିବା ପୂର୍ବ ଦିଲ୍ଲୀର ଡିସିପି ପ୍ରିୟଙ୍କା କଶ୍ୟପ କହିଛନ୍ତି। ଆଇନ ଶୃଙ୍ଖଳା ରକ୍ଷା ଏବଂ କୌଣସି ଧନଜୀବନ ଯେପରି ହାନି ନ ହୁଏ, ସେଥିପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୋଲିସ ସ୍ବତନ୍ତ୍ର କମିଶନର ଦେପେନ୍ଦ୍ର ପାଠକ କହିଛନ୍ତି। ଅନ୍ୟପକ୍ଷରେ ଯନ୍ତରମନ୍ତରରେ ପହଞ୍ଚତ୍ବା ପୂର୍ବରୁ ବିଭିନ୍ନ ସ୍ଥାନରେ ଚାଷୀମାନଙ୍କୁ ଅଟକାଯାଇଥିଲା ବୋଲି ସଂଯୁକ୍ତ କୃଷକ ମୋର୍ଚ୍ଚା (ଅଣରାଜନୀତିକ)ର ନେତାମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri