Categories: ଜାତୀୟ

ନଦୀରେ ଭାସୁଛି ହଜାର ହଜାର ସଂଖ୍ୟାରେ ଅଣ୍ଡା, ଆଣିବା ପାଇଁ ପାଣିକୁ ଡେଇଁଲେ ଲୋକେ

ଲକ୍ଷ୍ନୌ,୩୦ା୭: ଉତ୍ତରପ୍ରଦେଶର ହରଦୋଇ ଜିଲା ଶାରଦା ସହରରେ ଏକ କୌତୂହଳପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀରେ କିଛି ଧଳା ଜିନିଷ ଭାସୁଥିବାର ଲୋକେ ଦେଖିଥିଲେ। ପରେ ପାଖରେ ଯାଇ ଦେଖିବାରୁ ଏହା କୁକୁଡ଼ା ଅଣ୍ଡା ବୋଲି ଜଣାପଡ଼ିଥିଲା। ଏହି ଖବର ଗାଁରେ ପ୍ରଚାରିତ ହୋଇଯିବା ପରେ ଅଣ୍ଡା ଆଣିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା।

ନଦୀରୁ ଅଣ୍ଡା ଆଣିବା ପାଇଁ ଜଣଙ୍କ ପରେ ଜଣେ ପାଣିକୁ ଡେଇଁଥିଲେ। ନଦୀରେ ଏତେ ପରିମାଣର ଅଣ୍ଡା ଭାସୁଥିଲା ଯେ, ଲୋକଙ୍କୁ ବାହାର କରିବାକୁ ପ୍ରାୟ ୨ ଘଣ୍ଟା ଲାଗିଥିଲା। ତେବେ ଏହି କୁକୁଡ଼ା ଅଣ୍ଡା କେଉଁଠାରୁ ଆସିଲା ବର୍ତ୍ତମାନ ସୁଦ୍ଧା କାହା ନିକଟରେ ଖବର ନାହିଁ।

ଗ୍ରାମବାସୀ ରାନୁ ମିଶ୍ର କୁହନ୍ତି, ଆମ ଗାଁ ନିକଟରେ ଥିବା ନଦୀରେ କିଛି ଧଳା ଜିନିଷ ଭାସୁଥିବା ଆମେ ଦେଖିଥିଲୁ। ଏହା ପରେ ପାଖକୁ ଯାଇ ଦେଖିଲୁ ଏହା କୁକୁଡ଼ା ଅଣ୍ଡା। ତେବେ ଏହି ଅଣ୍ଡା କେଉଁଠୁ ଆସିଲା ଆମେ ଜାଣିନାହୁଁ।

Share