ପଞ୍ଚୁଦଣ୍ଡ ମିଳନରେ ଯୋଗଦେଲେ ହଜାର ହଜାର ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୯।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡିରେ ସୋମବାର ପଞ୍ଚୁଦଣ୍ଡ ମିଳନ ହେବା ସହ ମଙ୍ଗଳବାର କାର୍ଯ୍ୟକ୍ରମ ଶେଷ ହୋଇଛି। ପ୍ରକାଶ ଯେ, ସକାଳ ୮ଟାରେ ବିଭିନ୍ନ ଅଞ୍ଚଳର ଦଣ୍ଡ ଦଳ ଆସି ସିମନବାଡ଼ିରେ ପହଞ୍ଚି ଥିଲେ। ପୂର୍ବ ନିଦ୍ଧାରିତ ଅନୁସାରେ ଗ୍ରାମବାସୀ ତାଙ୍କୁ ବାଟ ବରଣ କରି ଦୁର୍ଗା ମଣ୍ଡପକୁ ସ୍ବାଗତ କରି ନେଇଥିଲେ। ଦଣ୍ଡ ଦଳ ଦୁର୍ଗାମଣ୍ଡପକୁ ବିରାଟ ଶୋଭାଯାତ୍ରାରେ ଢୋଲ ମହୁରୀ ବଜାଇ ପହଞ୍ଚି ଥିଲେ। ସେଠାରେ ଗ୍ରାମବାସୀ ତାଙ୍କୁ ବରଣ କରିଥିଲେ। ଏହି ଅବସରରେ ବୀଣାକାରଙ୍କ ଦ୍ୱାରା ବନ୍ଦନା ଗାନ କରାଯାଇଥିଲା।

ଏହି କ୍ରମରେ ୫ ଦଣ୍ଡ ତଥା ଫିରିଙ୍ଗିଆ ବ୍ଲକର କରଣ୍ଡାଗଡ ଦଣ୍ଡ ଦଳ ସମେତ କ. ନୂଆଗାଁ ବ୍ଲକ ଗୁଞ୍ଜିବାଡି, କେଲେମାହା, ଲେତିଙ୍ଗିଆ ଏବଂ ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡିର ଦଣ୍ଡ ଏହି ମିଳନରେ ଅଂଶ ଗ୍ରହଣ କରିଥିଲେ। ସମସ୍ତ ଦଳ ଗାଁରେ ଥିବା ମନ୍ଦିର ପରିକ୍ରମା କରିବା ସହ ମା’ ପାଟ୍ଟଖଣ୍ଡା ମନ୍ଦିର ପରିସରରେ ପହଞ୍ଚି ଥିଲେ। ସେଠାରୁ ମଧ୍ୟାନ୍ନରେ ମିଳନ ସ୍ଥଳରେ ଧୂଳି ଦଣ୍ଡ ଅନୁଷ୍ଠିତ ହୋଇଥିବା ବେଳେ ପାରମ୍ପରିକ କୁରାଡିଆ ନୃତ୍ୟ ସହ ବାଘ, ଭାଲୁ, ବଳଦ ନୃତ୍ୟ ସମେତ ଜଙ୍ଗଲ ସୁରକ୍ଷା ଦିଗରେ ସଚେତନ ମୂଳକ ନାଟକ ଓ ନୃତ୍ୟ ପରିବେଷଣ ହୋଇଥିଲା।

ସେହିପରି ଅପରାହ୍ନରେ ଜଳ ଦଣ୍ଡ ଓ ସନ୍ଧ୍ୟାରେ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ସନ୍ଧ୍ୟା ଆଳତି ସହ ଦଣ୍ଡ ମିଳନ ହୋଇଥିଲା। ସେହିପରି ବିଳମ୍ବିତ ରାତିରେ ଦଣ୍ଡର ଉତ୍ପତି ଓ ଦଣ୍ଡ ଚରିତ୍ରକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଅଞ୍ଚଳର ଏହି କାର୍ଯ୍ୟକ୍ରମରେ ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସିମନବାଡି ପଞ୍ଚୁଦଣ୍ଡ ମିଳନ ପରିଚାଳନା କମିଟି ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ କମିଟିର ଏହା ଦ୍ୱିତୀୟ ବାର୍ଷିକ କାର୍ଯ୍ୟକ୍ରମ ବୋଲି କମିଟିର ସଭାପତି ଅରୁଣ ସାହୁ କହିଛନ୍ତି।

କାର୍ଯ୍ୟକ୍ରମକୁ କମିଟି ସଭାପତି ଅରୁଣ ସାହୁଙ୍କ ସମେତ ବିନୋଦ ସାହୁ, ସରୋଜ ସାହୁ, ଚିଣ୍ଟୁ ସାହୁ, ପିଣ୍ଟୁ ସାହୁ, ବିକି ନାୟକ, ରାଜେଶ ସାହୁ, ନିଲୁ ସୁବୁଦ୍ଧି, ସୋନୁ ସାହୁ, କୁଲୁ ଚୌଧୁରୀ, ବରୁଣ ବେହେରା, ଅଶୋକ ବେହେରା, ବଣ୍ଟି ସାହୁ, ଚିତ୍ତ ପ୍ରଧାନ, କେ. ମାନବୋଧ ନାୟକ, ଝୁଲୁ ସାହୁ, ବୁନା ଚୌଧୁରୀ, ସାଇବ ସାହୁ, ଧନଞ୍ଜୟ, ପୁର୍ଣ୍ଣଚନ୍ଦ୍ର ବିନ୍ଧାଣି, ସଞ୍ଜୁ ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri