Posted inଜାତୀୟ

ମାଲ୍ୟା-ନୀରବଙ୍କ ଠାରୁ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ, ଅର୍ଥମନ୍ତ୍ରୀ ଦେଲେ ବିସ୍ଫୋରକ ତଥ୍ୟ

ନୂଆଦିଲ୍ଲୀ,୧୮।୧୨: ବିଜୟ ମାଲ୍ୟା ଓ ନୀରବ ମୋଦିଙ୍କ ଠାରୁ ବଡ଼ ଆକାରର ସମ୍ପତ୍ତି ଜବତ। ଦେଶରେ ବ୍ୟାଙ୍କଗୁଡିକୁ ଚୂନା ଲଗାଇ ଏମାନେ ଦେଶ ଛାଡିଥିଲେ। ଏବେ ଏହି ଦୁଇଠକଙ୍କ ଠାରୁ ଭାରତ ସରକାର କୋଟିକୋଟି ଟଙ୍କାର ସମ୍ପତ୍ତି ଜବତ କରବାରେ ସଫଳ ହୋଇଛନ୍ତି। କେବଳ ବିଜୟ ମାଲ୍ୟାଙ୍କ ଠାରୁ ୧୪ହଜାର ୧୩୧ଟଙ୍କା ସମ୍ପତ୍ତି ଜବତ ହୋଇଥିବାବେଳେ ନୀରବ ମୋଦିଙ୍କ ଠାରୁ ୧ହଜାର ୫୨କୋଟି ଟଙ୍କା ଜବତ ହୋଇଛି। ଶୀତକାଳୀନ ଅଧିବେଶନରେ ସଂସଦକୁ ଏଭଳି ତଥ୍ୟ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ସେ ଆହୁରି କହିଛନ୍ତି, ଆର୍ଥିକ ଅପରାଧ ସହ ଜଡିତ ଲୋକଙ୍କ ଠାରୁ ମୋଟ ୨୨ହଜାର ୨ଶହ ୮୦କୋଟି ଟଙ୍କା ଜବତ କରିବାରେ ଭାରତ ସରକାର ସଫଳ ହୋଇଛନ୍ତି। ତେବେ ଏହିସବୁ ଜବତ ହୋଇଥିବା ସମ୍ପତ୍ତି ବ୍ୟାଙ୍କଗୁଡିକୁ ଫେରାଇ ଦିଆଯାଇଥିବା ନିର୍ମଳା କହିଛନ୍ତି। ନୀରବ ମୋଦିଙ୍କ ମାମଲାରେ ୧ହଜାର ୫୨.୫୮କୋଟି ଟଙ୍କା ସାର୍ବଜନୀକ ଓ ଘରୋଇ ବ୍ୟାଙ୍କଗୁଡିକୁ ପ୍ରଦାନ କରାଯାଇଛି। ଏହାସହ ସରକାର ଏପରି ସମ୍ପତ୍ତି ଜବତ କରି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଯେ, ଦେଶରୁ ଲୁଟ୍‌ କରି ବିଦେଶକୁ ପଳାଇଲେ ବି ରକ୍ଷା ମିଳିବ ନାହିଁ।

କେଉଁଠାରୁ କେତେଟଙ୍କା ଜବତ
୧.ନ୍ୟାଶନାଲ ସ୍ପଟ ଏକ୍ସଚେଞ୍ଜ ଲିମିଟେଡ୍‌(ଏନଏସଇଏଲ) ଦୂର୍ନୀତି: ୭୦.୪୭କୋଟି ଟଙ୍କାର ସମ୍ପତ୍ତି ଜବତ
୨.ଏସଆରଏସ ଗ୍ରୁପ୍‌: ୨୦.୧୫କୋଟି ଟଙ୍କାର ସମ୍ପତ୍ତି ଜବତ
୩.ରୋଜ୍‌ ଭ୍ୟାଲି ଦୂର୍ନୀତି: ୧୯.୧୬କୋଟି ଟଙ୍କାର ସମ୍ପତ୍ତି ଜଜବତ
୪.ସୂର୍ଯ୍ୟାଫାର୍ମାସୁଟିକାଲ ଲିମିଟେଡ୍‌: ୧୯.୪୦କୋଟି ଟଙ୍କାର ସମ୍ପତ୍ତି ଜବତ
୫.ମେହୁଲ ଚୋକସି ମାମଲା: ୨୫୬୫ କୋଟି ଟଙ୍କାର ସମ୍ପତ୍ତି ନିଲାମ

ସୀତାରମଣ କହିଛନ୍ତି,୨୦୧୫ରେ ଲାଗୁ ହୋଇଥିବା ବ୍ଲାକମନି ଆକ୍ଟ ଟ୍ୟାକ୍ସପେୟାରଙ୍କ ଉପରେ ବଡ଼ ପ୍ରଭାବ ପକାଇଥିଲା। ଏହା ଅଧିନରେ ୨୦୨୪-୨୫ରେ ୨ଲକ୍ଷ କରଦାତାଙ୍କ ବିଦେଶ ସମ୍ପତ୍ତିର ଖୁଲାସା କରାଯାଇଥିଲା। ଯେତେବେଳେ କି, ୨୦୨୧-୨୨ରେ ଏପରି କରଦାତା ୬୦ହଜାର ୪୬୭ରହିଥିଲା। ଜୁନ ୨୦୨୪ ଏହିଆଇନ ଅଧିନରେ ୬୯୭ ମାମଲାରେ ୧୭ହଜାର ୫୨୦କୋଟି ଟଙ୍କା ଜବତ କରାଯାଇଥିଲାବେଳେ ମୋଟ ୧୬୩ ମାମଲା ରୁଜୁ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri