ସେହି ଚାରି ବର୍ଷ…

ଥରେ ମନେପକାନ୍ତୁ ନା ସୁପରଡୁପର ହିଟ୍‌ ଫିଲ୍ମ ‘ବାହୁବଲୀ’କୁ। ଏହି ଫିଲ୍ମଟି ପ୍ରଭାସଙ୍କୁ କେତେ ମାଇଲେଜ ଦେଇଥିଲା ତାହା କହିବା ବାହୁଲ୍ୟ। ହେଲେ ଫିଲ୍ମ ଶୁଟିଂ ପୂର୍ବରୁ ଏବଂ ସେ ସମୟରେ ପ୍ରଭାସ ଯେଉଁ ପରିଶ୍ରମ କରିଥିଲେ ସେହି ସ୍ମୃତିଗୁଡିକୁ ଆଜି ବି ମନେପକାନ୍ତି। ଏହି ଫିଲ୍ମ ସାଇନ୍‌ କରିବା ସମୟରେ ତାଙ୍କ ନିକଟରେ ପ୍ରସ୍ତାବିତ ସର୍ତ୍ତଗୁଡିକ ମଧ୍ୟରୁ ଅନ୍ୟତମ ଥିଲା ‘ସେ ଚାରିବର୍ଷ କୌଣସି ନୂଆ ସିନେମା ସାଇନ୍‌ କରିପାରିବେ ନାହିଁ।’ ଏକଥାରେ ପ୍ରଭାସ ରାଜି ହୋଇଥିଲେ। ଏଥିପାଇଁ ତାଙ୍କୁ ବେଶ୍‌ କେତୋଟି ଭଲ ଭଲ ଅଫର ହାତଛଡା କରିବାକୁ ପଡିଥିଲା। କେବଳ ସେତିକି ନୁହେଁ, ଏହି ଫିଲ୍ମ ପାଇଁ ସେ ନିଜ ଘର ଅଗଣାରେ ଏକ ଭଲିବଲ କୋର୍ଟ ତିଆରି କରିଥିଲେ। ‘ବାହୁବଲୀ’ ପାଇଁ ପ୍ରଭାସ ନିଜ ଓଜନକୁ ୩୦ କିଗ୍ରା ବଢ଼ାଇଥିଲେ। କେବଳ ସେତିକି ନୁହେଁ, ଏହି ଓଜନକୁ ତାଙ୍କୁ ଦୀର୍ଘ ୪ବର୍ଷ ସନ୍ତୁଳିତ ରଖିବାକୁ ପଡ଼ିଥିଲା। ଯେତେବେଳେ ତାଙ୍କୁ ଏହି ଅଫର ମିଳିଲା ସେତେବେଳେ ସେ ଏହାର କାହାଣୀ ଏବଂ ନିଜ ଭୂମିକା ବିଷୟରେ ଜାଣିବା ପରେ ନିଜ ପାରିଶ୍ରମିକ ବିଷୟରେ ଆଦୌ ଚିନ୍ତା ନ କରି ସାଇନ୍‌ କରିଥିଲେ। ଆଉ ଏକ ଖାସ୍‌ କଥା ହେଲା ଯେ, ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମୁନ୍ନା ଭାଇ ଏମବିବିଏସ୍‌’ ଏବଂ ‘ଥ୍ରୀ ଇଡିୟଟସ’କୁ ସେ ୨୦ଥର ଦେଖିଛନ୍ତି।

Share