Posted inଖେଳ

ଥୋମାସ୍‌ ଓ ଉବର କପ୍‌:ସହଜ ଡ୍ର’ରେ ଭାରତ

ନୂଆଦିଲ୍ଲୀ, ୪ା୮ (ପି.ଟି.)-କୋଭିଡ୍‌-୧୯ ଯୋଗୁ ଦୁଇଥର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯିବା ପରେ ଥୋମାସ୍‌ ଓ ଉବର କପ୍‌ ଫାଇନାଲ ଡେନମାର୍କର ଆରହସ୍‌ଠାରେ ଅକ୍ଟୋବର ୩ରୁ ୧୧ ପର୍ଯ୍ୟନ୍ତ ଆୟୋଜନ ପାଇଁ ସ୍ଥିର ହୋଇଛି। ଏଥିରେ ଭାରତ ଅପେକ୍ଷାକୃତ ସହଜ ଡ୍ର’ରେ ସ୍ଥାନ ପାଇଛି। ଭାରତୀୟ ପୁରୁଷ ବ୍ୟାଡ୍‌ମିଣ୍ଟନ ଦଳ ଗ୍ରୁପ୍‌ ସି’ରେ ସ୍ଥାନ ପାଇଛି। ଏହି ଗ୍ରୁପ୍‌ରେ ୨୦୧୬ ଚାମ୍ପିୟନ ଡେନମାର୍କ, ଜର୍ମାନୀ ଓ ଆଲଜେରିଆ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ମହିଳା ଦଳକୁ ୧୪ଥର ବିଜେତା ଚାଇନା, ଫ୍ରାନ୍ସ ଓ ଜର୍ମାନୀ ସହ ଗ୍ରୁପ୍‌ ଡି’ରେ ସ୍ଥାନ ମିଳିଛି। କୁଆଲାଲମ୍ପୁରସ୍ଥିତ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ମୁଖ୍ୟ କାର୍ଯ୍ୟାଳୟରେ ସୋମବାର ଡ୍ର’ ଅନୁଷ୍ଠିତ ହୋଇଥିଲା। ଟୁର୍ନାମେଣ୍ଟରେ ଉଭୟ ମହିଳା ଓ ପୁରୁଷ ଦଳ ୫ମ ସିଡ୍‌ ମାନ୍ୟତା ଲାଭ କରିଛନ୍ତି। ୧୩ ଥର ପୂର୍ବତନ ଚାମ୍ପିୟନ ଇଣ୍ଡୋନେସିଆ ଏବଂ ପୂର୍ବତନ ୬ଥର ଚାମ୍ପିୟନ ଜାପାନ ଯଥାକ୍ରମେ ଥୋମାସ କପ୍‌ ଓ ଉବର କପ୍‌ରେ ଟପ୍‌ ସିଡ୍‌ ମାନ୍ୟତା ଲାଭ କରିଛନ୍ତି। ଏହି ସମ୍ମାନଜନକ ଇଭେଣ୍ଟ ପ୍ରକୃତରେ ମେ’ ୧୬ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାନ୍ତା କିନ୍ତୁ ଏହା ଅଗଷ୍ଟ ୧୫ରୁ ୨୩କୁ ଘୁଞ୍ଚାଇ ଦିଆଯାଇଥିଲା। ଶେଷରେ ଏହାକୁ ଅକ୍ଟୋବରରେ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। କରୋନା ଭାଇରସ୍‌ ଯୋଗୁ ବିଡବ୍ଲ୍ୟୁଏଫ୍‌ ମାର୍ଚ୍ଚରେ ଅଲ୍‌ ଇଂଲଣ୍ଡ ପ୍ରତିଯୋଗିତା ପରଠାରୁ ଏହାର ଓ୍ବାଲର୍‌ଡ ଟୁର୍‌ ଏବଂ ସ୍ବୀକୃତିପ୍ରାପ୍ତ ଅନ୍ୟ ଟୁର୍ନାମେଣ୍ଟଗୁଡ଼ିକୁ ଶଟ୍‌ ଡାଉନ୍‌ କରି ଦେଇଥିଲା। ଥୋମାସ ଓ ଉବର କପ୍‌ ଫାଇନାଲରେ ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ନକ୍‌ ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହେବେ। ୨୦୧୮ରେ ଅନୁଷ୍ଠିତ ଗତ ସଂସ୍କରଣରେ ଭାରତୀୟ ମହିଳା ଓ ପୁରୁଷ ଦଳ ନକ୍‌ଆଉଟ ଷ୍ଟେଜ୍‌କୁ ଉନ୍ନୀତ ହୋଇ ପାରି ନ ଥିଲେ। ଉବର କପ୍‌ର ୨୦୧୬ ସଂସ୍କରଣ ସେମିଫାଇନାଲ ଷ୍ଟେଜ୍‌ରେ ଭାରତୀୟ ମହିଳା ଦଳ ଚାଇନାଠାରୁ ପରାଜିତ ହୋଇଥିଲା। ସେମାନେ ଆହୁରି ମଧ୍ୟ ୨୦୧୪ ନୂଆଦିଲ୍ଲୀ ସଂସ୍କରଣରେ ସେମିଫାଇନାଲରେ ପ୍ରବେଶ କରିପାରିଥିଲେ।
ଥୋମାସ୍‌ କପ୍‌ (ପୁରୁଷ)
ଗ୍ରୁପ୍‌ ଏ’: ଇଣ୍ଡୋନେସିଆ, ମାଲେସିଆ, ହଲାଣ୍ଡ ଓ ଇଂଲଣ୍ଡ।
ଗ୍ରୁପ୍‌ ବି’: ଚାଇନା, ତାଇଓ୍ବାନ, ଅଷ୍ଟ୍ରେଲିଆ ଓ ଫ୍ରାନ୍ସ।
ଗ୍ରୁପ୍‌ ସି’: ଡେନମାର୍କ, ଭାରତ, ଜର୍ମାନୀ ଓ ଆଲଜେରିଆ।
ଗ୍ରୁପ୍‌ ଡି’: ଜାପାନ, ଦକ୍ଷିଣ ଆଫ୍ରିକା, ଥାଇଲାଣ୍ଡ ଓ କାନାଡା।
ଉବର କପ୍‌ (ମହିଳା)
ଗ୍ରୁପ ଏ’: ଜାପାନ, ତାଇଓ୍ବାନ, ଇଜିପ୍ଟ ଓ ସ୍ପେନ୍‌।
ଗ୍ରୁପ୍‌ ବି’: କୋରିଆ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ମାଲେସିଆ।
ଗ୍ରୁପ୍‌ ସି’: ଥାଇଲାଣ୍ଡ, ଡେନମାର୍କ, ସ୍କଟଲାଣ୍ଡ ଓ କାନାଡା।
ଗ୍ରୁପ୍‌ ଡି’: ଚାଇନା, ଭାରତ, ଫ୍ରାନ୍ସ ଓ ଜର୍ମାନୀ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri