Posted inଫୁରସତ

‘ଜଳପରୀ’ ହେବାକୁ ଏହି ଯୁବତୀ ନିଅନ୍ତି ଏତିକି ଟଙ୍କା, ଜାଣିଲେ …

ପିଲାଦିନେ ନିଶ୍ଚିତ ଭାବରେ ‘ଜଳପରୀ’ଙ୍କ ବିଷୟରେ ଅନେକ କାହାଣୀ ଶୁଣିଥିବେ। କିନ୍ତୁ ବାସ୍ତବ ଜୀବନରେ କେହି ଜଣେ ଜଳପରୀ ଅଛନ୍ତି ତାହା ଜାଣନ୍ତି କି? ଯଦି ନା ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓ ଦେଖିଲେ ଆପଣଙ୍କ ଦ୍ୱନ୍ଦ୍ୱ ନିଶ୍ଚିତ ଦୂର ହେବ।

ଆମେରିକାରେ ଏପରି ଜଣେ ଯୁବତୀ ଅଛନ୍ତି, ଯିଏ କି ଜଳପରୀ ହେବା ପାଇଁ ପ୍ରତି ମାସରେ ୬ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ନାଁ ଏମିଲି ଆଲେକ୍‌ଜାଣ୍ଡାର୍‌ ଗୁଗ୍‌ଲିଏମୋ।

୩୨ ବର୍ଷୀୟା ଏମିଲି ଫ୍ଲୋରିଡାରେ ରୁହନ୍ତି। ତାଙ୍କୁ ବେବି ପାର୍ଟି ଏବଂ ଫାଇଭ୍‌ ଷ୍ଟାର ଇଭେଣ୍ଟ ପାଇଁ ନିମନ୍ତ୍ରଣ କରାଯାଏ। ଏହା ସହିତ ଇନ୍‌ଷ୍ଟାଗ୍ରାମ ଏବଂ ଟିକ୍‌ଟକ୍‌ରେ ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ଅଛନ୍ତି।

ସେ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଭିଡିଓ ଏବଂ ଫଟୋ ପୋଷ୍ଟ କରି ସୁଇମିଂ ପୁଲ୍‌ରେ ଦିନ ବିତାଉଥିବା ଦେଖିବାକୁ ମିଳିଛି। ସେ ଏହାକୁ ତାଙ୍କର ବୃତ୍ତି ଭାବରେ ଗ୍ରହଣ କରିନେଇଛନ୍ତି। ଲୋକମାନେ ତାଙ୍କୁ ଟପଲେସ୍‌ ପୋଜ ଦେବାକୁ ମଧ୍ୟ କୁହନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ଜଳପରୀ ହେବା ମୋ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ଏହା ମୋର ପିଲାଦିନର ସ୍ବପ୍ନ ଥିଲା। ବର୍ତ୍ତମାନ ମୁଁ ଅନ୍ୟ ପିଲାମାନଙ୍କର ସ୍ବପ୍ନ ପୂରଣ କରୁଛି। ’

ଏଥିପାଇଁ ତାଙ୍କୁ ବହୁତ ଦରମା ମିଳିଥାଏ। ସେ କହିଛନ୍ତି, ‘ମୁଁ ୨୨ ବର୍ଷ ବୟସରେ ଫଟୋଶୁଟ୍‌ ପାଇଁ ଜଳପରୀ ହେବାକୁ ନିଷ୍ପତ୍ତି ନେଇଥିଲି’ ଏଥିପାଇଁ ମୁଁ ପ୍ରାୟ ସାଢ଼େ ୩ ହଜାର ଟଙ୍କା ପାଇଥିଲି। ମୁଁ ଜାଣି ନ ଥିଲି ଏହା ଏତେମାତ୍ରାରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବ। ଖାସ୍‌ କରି ମୋର ଏହି ଝଲକ ପାଇବାକୁ ଲୋକମାନେ ମୋ ପାଖକୁ ଆସି ସେମାନଙ୍କ ଇଭେଣ୍ଟ ଏବଂ ପାର୍ଟି ପାଇଁ ମୋତେ ନିମନ୍ତ୍ରଣ କରିଥାନ୍ତି।

ପିଲାଦିନର ସ୍ବପ୍ନ ଏବେ କ୍ୟାରିୟରରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏମିଲି ସୁଇମିଂ ପୁଲ୍‌ ଶୋ’ ଏବଂ ଅଣ୍ଡର ଓ୍ବାଟର ପ୍ରଦର୍ଶନ ଏବଂ ଇଭେଣ୍ଟରେ ‘ଆମେରିକୀୟ ଜଳପରୀ’ ନାମରେ ବୁକ୍‌ ହୋଇଛନ୍ତି।

ଏମିଲିଙ୍କ ପ୍ରେମିକ ମଧ୍ୟ ତାଙ୍କୁ ସମର୍ଥନ କରନ୍ତି। ସେ କହିଛନ୍ତି, ଯେତେବେଳେ ପୁରୁଷମାନେ ତାଙ୍କ ସଂସ୍ପର୍ଶରେ ଆସନ୍ତି, ସେତେବେଳେ ସେ ସେକ୍ସି ଫଟୋ ଏବଂ ଭିଡିଓ ପାଇଁ ପୋଜ ଦେଇଥାନ୍ତି।

ସେ ଅନେକ ବିଜ୍ଞାପନରେ କାମ କରିଛନ୍ତି। ଏହା ବ୍ୟତୀତ ସେ ହଲିଉଡ୍‌ ଫିଲ୍ମରେ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri