୭ ବର୍ଷରେ ୨୦ଥର ବିବାହ କରି ଚର୍ଚ୍ଚାରେ ଏହି ଯୁବତୀ, ଦୈନିକ ରୋଜଗାର କରୁଛନ୍ତି ୧୭ ହଜାର

ବେଜିଂ: ସମ୍ପ୍ରତି ଚାଇନାରେ ସାମାଜିକ ଚାପର ମୁକାବିଲା ପାଇଁ ଛଦ୍ମ ବିବାହର ଧାରା ଆରମ୍ଭ ହୋଇଛି। ଦକ୍ଷିଣ ପଶ୍ଚିମ ଚାଇନାର ଚେଙ୍ଗଦୁ ସହରର କାଓ ମେଇ ନାମ୍ନୀ ଜଣେ ଯୁବତୀ ଗତ ୭ ବର୍ଷ ମଧ୍ୟରେ ୨୦ ଥର ଛଦ୍ମ ବିବାହ କରିଛନ୍ତି। ନକଲି ବିବାହର ଅଭିନୟ ପାଇଁ କାଓ ଦୈନିକ ୨୦୦ ଡଲାର(ପ୍ରାୟ ୧୭ ହଜାର) ପର୍ଯ୍ୟନ୍ତ ରୋଜଗାର କରନ୍ତି ବୋଲି ଦାବି କରିଛନ୍ତି।

କାଓ କହିଛନ୍ତି, ସେ ସମ୍ପ୍ରତି ନିଜକୁ ଭଡ଼ାରେ ଦେଇ ନକଲି ସ୍ତ୍ରୀ ଏବଂ ନକଲି ପ୍ରେମିକା ଭାବେ ଭଲ ରୋଜଗାର କରୁଛନ୍ତି। ୨୦୧୮ରେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ନକଲି ଗର୍ଲଫ୍ରେଣ୍ଡ ସଜାଇ ନିଜ ମା’ବାପାଙ୍କ ସହ ତାଙ୍କର ପରିଚୟ କରାଇଥିଲେ। ଜଣେ ନକଲି ଗର୍ଲଫ୍ରେଣ୍ଡ କିମ୍ବା ନକଲି ସ୍ତ୍ରୀ ଭାବେ ଲୋକଙ୍କୁ ସେବା ଦେଇ ସେ ଭଲ ରୋଜଗାର କରିପାରିବେ ବୋଲି କାଓ ସେତେବେଳେ ଅନୁଭବ କରିଥିବା କହିଛନ୍ତି। ସେ ଆହୁରି କହିଛନ୍ତି, ଚାଇନାରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ପାରିବାରିକ ଚାପ, ଡେଟିଂ ଏବଂ ବିବାହ ଆଦି ସହ ସଂଘର୍ଷ କରୁଛନ୍ତି। ଏପରି ସ୍ଥଳେ ତାଙ୍କ ଭଳି କେତେଜଣ ଯୁବତୀ ନକଲି ପ୍ରେମିକା କିମ୍ବା ସ୍ତ୍ରୀ ସାଜି ଲୋକଙ୍କୁ ସେବା ଯୋଗାଇ ଭଲ ରୋଜଗାର କରିପାରୁଛନ୍ତି। ତେବେ ସାଧାରଣତଃ ପର୍ବପର୍ବାଣି କିମ୍ବା ଛୁଟିଦିନରେ ସେମାନଙ୍କ ଚାହିଦା ବଢ଼ିଯାଇଥାଏ ବୋଲି କାଓ କହିଛନ୍ତି। ଖାସ୍‌କରି ବିଭିନ୍ନ ପାରିବାରିକ ସମାରୋହରେ ସେ ନକଲି ପ୍ରେମିକା କିମ୍ବା ସ୍ତ୍ରୀ ଭାବେ ଯୋଗଦେଇଥାନ୍ତି। କାଓ କହିଛନ୍ତି, ସେ କୌଣସି ବ୍ୟକ୍ତିଙ୍କୁ ଛଦ୍ମ ବିବାହ କରିବା ପୂର୍ବରୁ ତାଙ୍କର ବୟସ, ଶିକ୍ଷାଗତ ଯୋଗ୍ୟତା, ଜୀବିକା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିଥାନ୍ତି। ସେହିପରି ବିବାହରେ ଅତିଥିଙ୍କ ସମ୍ମୁଖରେ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ବିବାହ ପୂର୍ବରୁ ସେ ତାଙ୍କ ନକଲି ସ୍ବାମୀଙ୍କ ପରିବାର ସହ ଭେଟି ସେମାନଙ୍କ ସହିତ ମିଶିବାକୁ ଚେଷ୍ଟା କରିଥାନ୍ତି।

ତେବେ ଛଦ୍ମ ବିବାହ କରି ସେ କେବେ ମଧ୍ୟ କୌଣସି ଆଇନଗତ ସମସ୍ୟାରେ ପଡ଼ି ନ ଥିବା କାଓ କହିଛନ୍ତି। ସେ ବିବାହ କରୁଥିବା ବ୍ୟକ୍ତିଙ୍କ ମା’ବାପା ସାଧାରଣତଃ ଅତିଥିଙ୍କଠାରୁ ଉପହାର ପାଇବା ଆଶାରେ ଛଦ୍ମ ବିବାହରେ ରାଜି ହୋଇଯାଇଥାନ୍ତି ବୋଲି କାଓ କହିଛନ୍ତି। ଛଦ୍ମ ବିବାହ ସମ୍ପର୍କରେ ସେମାନେ ତାଙ୍କ ପଡ଼ୋଶୀ ଓ ଅତିଥିଙ୍କୁ ଲୁଚାଇଥାନ୍ତି। କାଓ କହିଛନ୍ତି, ଏକଦା ଜଣେ ମହିଳା ଆସି ତାଙ୍କୁ ନିଜ ପୁଅ ସହ ବିବାହ କରିବାକୁ ଅନୁରୋଧ କରିଥିଲେ। ତାଙ୍କ ପୁଅର ପୂର୍ବରୁ ବିବାହ ଠିକ୍‌ ହୋଇଯାଇଥିବା ବେଳେ ହଠାତ କୌଣସି କାରଣ ବଶତଃ ଏହା ଭାଙ୍ଗିଯାଇଥିଲା। ପୁଅ ବିବାହ କରୁଥିବା ନେଇ ତାଙ୍କ ଗଁାରେ ସମସ୍ତେ ଜାଣିସାରିଥିବାରୁ ଲୋକଲଜ୍ଜା ଭୟରେ ଉକ୍ତ ମହିଳା ଜଣକ ତାଙ୍କୁ ନିଜ ପୁଅ ସହ ଛଦ୍ମ ବିବାହ କରିବାକୁ ଅନୁରୋଧ କରିଥିଲେ ବୋଲି କାଓ କହିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ମୃତ୍ୟୁ ସମାଜରେ ବଡ଼ କଳଙ୍କ: ସୁପ୍ରିମକୋଟ

ନୂଆଦିଲ୍ଲୀ,୨୭।୩(ପି.ଟି.):  ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି…

ପୁଣିଥରେ ପଛଘୁଞ୍ଚା ଦେଲେ ଟ୍ରମ୍ପ, ୧୦ ଦିନ ଯୁଦ୍ଧବିରତି ଅବଧି ବଢ଼ାଇଲେ

ନୂଆଦିଲ୍ଲୀ,୨୭।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶେଷକରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri