୭ ବର୍ଷରେ ୨୦ଥର ବିବାହ କରି ଚର୍ଚ୍ଚାରେ ଏହି ଯୁବତୀ, ଦୈନିକ ରୋଜଗାର କରୁଛନ୍ତି ୧୭ ହଜାର

ବେଜିଂ: ସମ୍ପ୍ରତି ଚାଇନାରେ ସାମାଜିକ ଚାପର ମୁକାବିଲା ପାଇଁ ଛଦ୍ମ ବିବାହର ଧାରା ଆରମ୍ଭ ହୋଇଛି। ଦକ୍ଷିଣ ପଶ୍ଚିମ ଚାଇନାର ଚେଙ୍ଗଦୁ ସହରର କାଓ ମେଇ ନାମ୍ନୀ ଜଣେ ଯୁବତୀ ଗତ ୭ ବର୍ଷ ମଧ୍ୟରେ ୨୦ ଥର ଛଦ୍ମ ବିବାହ କରିଛନ୍ତି। ନକଲି ବିବାହର ଅଭିନୟ ପାଇଁ କାଓ ଦୈନିକ ୨୦୦ ଡଲାର(ପ୍ରାୟ ୧୭ ହଜାର) ପର୍ଯ୍ୟନ୍ତ ରୋଜଗାର କରନ୍ତି ବୋଲି ଦାବି କରିଛନ୍ତି।

କାଓ କହିଛନ୍ତି, ସେ ସମ୍ପ୍ରତି ନିଜକୁ ଭଡ଼ାରେ ଦେଇ ନକଲି ସ୍ତ୍ରୀ ଏବଂ ନକଲି ପ୍ରେମିକା ଭାବେ ଭଲ ରୋଜଗାର କରୁଛନ୍ତି। ୨୦୧୮ରେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ନକଲି ଗର୍ଲଫ୍ରେଣ୍ଡ ସଜାଇ ନିଜ ମା’ବାପାଙ୍କ ସହ ତାଙ୍କର ପରିଚୟ କରାଇଥିଲେ। ଜଣେ ନକଲି ଗର୍ଲଫ୍ରେଣ୍ଡ କିମ୍ବା ନକଲି ସ୍ତ୍ରୀ ଭାବେ ଲୋକଙ୍କୁ ସେବା ଦେଇ ସେ ଭଲ ରୋଜଗାର କରିପାରିବେ ବୋଲି କାଓ ସେତେବେଳେ ଅନୁଭବ କରିଥିବା କହିଛନ୍ତି। ସେ ଆହୁରି କହିଛନ୍ତି, ଚାଇନାରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ପାରିବାରିକ ଚାପ, ଡେଟିଂ ଏବଂ ବିବାହ ଆଦି ସହ ସଂଘର୍ଷ କରୁଛନ୍ତି। ଏପରି ସ୍ଥଳେ ତାଙ୍କ ଭଳି କେତେଜଣ ଯୁବତୀ ନକଲି ପ୍ରେମିକା କିମ୍ବା ସ୍ତ୍ରୀ ସାଜି ଲୋକଙ୍କୁ ସେବା ଯୋଗାଇ ଭଲ ରୋଜଗାର କରିପାରୁଛନ୍ତି। ତେବେ ସାଧାରଣତଃ ପର୍ବପର୍ବାଣି କିମ୍ବା ଛୁଟିଦିନରେ ସେମାନଙ୍କ ଚାହିଦା ବଢ଼ିଯାଇଥାଏ ବୋଲି କାଓ କହିଛନ୍ତି। ଖାସ୍‌କରି ବିଭିନ୍ନ ପାରିବାରିକ ସମାରୋହରେ ସେ ନକଲି ପ୍ରେମିକା କିମ୍ବା ସ୍ତ୍ରୀ ଭାବେ ଯୋଗଦେଇଥାନ୍ତି। କାଓ କହିଛନ୍ତି, ସେ କୌଣସି ବ୍ୟକ୍ତିଙ୍କୁ ଛଦ୍ମ ବିବାହ କରିବା ପୂର୍ବରୁ ତାଙ୍କର ବୟସ, ଶିକ୍ଷାଗତ ଯୋଗ୍ୟତା, ଜୀବିକା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିଥାନ୍ତି। ସେହିପରି ବିବାହରେ ଅତିଥିଙ୍କ ସମ୍ମୁଖରେ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ବିବାହ ପୂର୍ବରୁ ସେ ତାଙ୍କ ନକଲି ସ୍ବାମୀଙ୍କ ପରିବାର ସହ ଭେଟି ସେମାନଙ୍କ ସହିତ ମିଶିବାକୁ ଚେଷ୍ଟା କରିଥାନ୍ତି।

ତେବେ ଛଦ୍ମ ବିବାହ କରି ସେ କେବେ ମଧ୍ୟ କୌଣସି ଆଇନଗତ ସମସ୍ୟାରେ ପଡ଼ି ନ ଥିବା କାଓ କହିଛନ୍ତି। ସେ ବିବାହ କରୁଥିବା ବ୍ୟକ୍ତିଙ୍କ ମା’ବାପା ସାଧାରଣତଃ ଅତିଥିଙ୍କଠାରୁ ଉପହାର ପାଇବା ଆଶାରେ ଛଦ୍ମ ବିବାହରେ ରାଜି ହୋଇଯାଇଥାନ୍ତି ବୋଲି କାଓ କହିଛନ୍ତି। ଛଦ୍ମ ବିବାହ ସମ୍ପର୍କରେ ସେମାନେ ତାଙ୍କ ପଡ଼ୋଶୀ ଓ ଅତିଥିଙ୍କୁ ଲୁଚାଇଥାନ୍ତି। କାଓ କହିଛନ୍ତି, ଏକଦା ଜଣେ ମହିଳା ଆସି ତାଙ୍କୁ ନିଜ ପୁଅ ସହ ବିବାହ କରିବାକୁ ଅନୁରୋଧ କରିଥିଲେ। ତାଙ୍କ ପୁଅର ପୂର୍ବରୁ ବିବାହ ଠିକ୍‌ ହୋଇଯାଇଥିବା ବେଳେ ହଠାତ କୌଣସି କାରଣ ବଶତଃ ଏହା ଭାଙ୍ଗିଯାଇଥିଲା। ପୁଅ ବିବାହ କରୁଥିବା ନେଇ ତାଙ୍କ ଗଁାରେ ସମସ୍ତେ ଜାଣିସାରିଥିବାରୁ ଲୋକଲଜ୍ଜା ଭୟରେ ଉକ୍ତ ମହିଳା ଜଣକ ତାଙ୍କୁ ନିଜ ପୁଅ ସହ ଛଦ୍ମ ବିବାହ କରିବାକୁ ଅନୁରୋଧ କରିଥିଲେ ବୋଲି କାଓ କହିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri