Categories: ଫୁରସତ

ଝାଡୁ ମାରି ଦିନକୁ ଦେଢ଼ ଲକ୍ଷ ରୋଜଗାର କରନ୍ତି ଏହି ଯୁବତୀ, କାରଣ ଜାଣିଲେ…

ଆଜିର ସମୟରେ ଅନେକ ଶିକ୍ଷିତ ଯୁବତୀ ଯୁବକ ବେକାର ବୁଲୁଛନ୍ତି। କାରଣ ଦୁନିଆରେ କାମର ଅଭାବ।ଅନେକ କମ୍ପାନୀ ବର୍ତ୍ତମାନ ସେମାନଙ୍କ କର୍ମଚାରୀଙ୍କୁ ଛଟେଇ ବି କରୁଛନ୍ତି। ଏହି ସମୟ ମଧ୍ୟରେ ଅନେକ ଲୋକ ନିଜ ପାଇଁ ନୂତନ ଚାକିରିର ସୁଯୋଗ ମଧ୍ୟ ଖୋଲିଛନ୍ତି। କିଛି ବେକାରୀମାନେ ଅନଲାଇନ୍‌ ମାଧ୍ୟମରେ ଟଙ୍କା ରୋଜଗାର କରନ୍ତି। ଆଜି ଏମିତି ଜଣେ ଯୁବତୀଙ୍କ ବିଷୟରେ କହିବୁ ଯିଏ କେବଳ ଝାଡ଼ୁମାରି ଦିନକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି।

ଆମେରିକାର ଫ୍ଲୋରିଡାଠାରେ ରହୁଥିବା ୨୨ ବର୍ଷୀୟା ସାମି ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସାମି ୧ ଘଣ୍ଟା ଘର ସଫା କରିବା ପାଇଁ ପ୍ରାୟ ୨୫ ହଜାର ଟଙ୍କା ଚାର୍ଜ କରନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏତେ ମହଙ୍ଗା ଶୁଳ୍କ ପରେ ମଧ୍ୟ ଲୋକମାନେ ସାମିଙ୍କ ବୁକିଂ ପାଇଁ ଓ୍ବେଟିଂ ଲିଷ୍ଟରେ ରହେ। ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହି ଚାକରାଣୀକୁ କାହିଁକି ଏତେ ମହଙ୍ଗା ଦରମା ଦିଆଯାଉଛି? ବାସ୍ତବରେ ସାମି ସଫା କରିବା ପଛରେ ଏକ ବିଶେଷ ପଦ୍ଧତି ରହିଛି।

ସାମି ଟପ୍‌ଲେସ୍‌ ହୋଇ ଘର ଝାଡୁ ମାରନ୍ତି। ସେଥିପାଇଁ ତାଙ୍କୁ ଟପଲେସ ମେଡ ବି କୁହାଯାଏ। ତାଙ୍କର ଗୋଟିଏ ଦିନର ରୋଜଗାର ପ୍ରାୟ ଦୁଇ ହଜାର ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ଦେଢ଼ ଲକ୍ଷରୁ ଅଧିକ। ଯେତେବେଳେ ସାମି ଲୋକମାନଙ୍କୁ ତିନି ଶହ ଡଲାର ଅର୍ଥାତ୍‌ ଏକ ଘଣ୍ଟା ପାଇଁ ପ୍ରାୟ ୨୫ ହଜାର ଟଙ୍କା ଚାର୍ଜ କରନ୍ତି। ବୁକିଂ କରିବା ପରେ ସାମି ସାଧାରଣ ଚାକରାଣୀ ପରି ଘର ସଫା କରନ୍ତି।

ସାମି ନିଜେ ତାଙ୍କ ରୋଜଗାର ବିଷୟରେ ସୂଚନା ଦେଇ କହିଛନ୍ତି, ଟପଲେସ ଚାକରାଣୀମାନଙ୍କ ପାଇଁ ବହୁତ ଚାହିଦା ଅଛି। ସେ ବିନା ପୋଷାକରେ ଘର ସଫା କରନ୍ତି। ଯଦିଓ ଏହାର ଅର୍ଥ ନୁହେଁ ଯେ ସେ କୌଣସି ଅଶ୍ଳୀଳ କାମ କରୁଛନ୍ତି।ଲୋକମାନେ ତାଙ୍କୁ ବିନା ପୋଷାକରେ ସଫା କରିବାରେ ଦେଖିବାକୁ ପସନ୍ଦ କରନ୍ତି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସେ ଏହା ମାଧ୍ୟମରେ ଟଙ୍କା ରୋଜଗାର କରନ୍ତି। ଅନେକ ଥର, ତାଙ୍କ କାର୍ଯ୍ୟରେ ଖୁସି ହୋଇ ଲୋକମାନେ ତାଙ୍କୁ ଭଲ ଟିପ୍ସ ମଧ୍ୟ ଦିଅନ୍ତି। ଯାହା ଦ୍ୱାରା ସାମି ଦିନକୁ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି।

Share