Posted inଫୁରସତ

ଗାଧୋଇବା ପାଇଁ ଅନ୍ୟ ଦେଶକୁ ବିମାନ ଯାତ୍ରା କଲେ ଏହି ଯୁବକ, ଖର୍ଚ୍ଚ କଲେ ଏତିକି ଟଙ୍କା…

ମୁମ୍ବାଇ: ଦୁନିଆରେ ଅଜବ ଧରଣର ଲୋକ ରହିଛନ୍ତି। କିଛି ଲୋକଙ୍କର ଅଜବ ସଉକ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏବେ ସେମିତି ଜଣେ ଯୁବକଙ୍କ ଫିଟୋ ଭାଇରାଲ ହେଉଛି। ଯାହା ଆପଣ କେବେ କଳ୍ପନା କରି ନ ଥିବେ। ଲୋକଙ୍କ ପାଖରେ ଅର୍ଥ ହୋଇଗଲେ ସେମାନେ ଅନ୍ୟ ଉପାୟରେ ଖର୍ଚ୍ଚ କରନ୍ତି। ମାତ୍ର ଜଣେ ଯୁବକ ଅନ୍ୟ ଦେଶରେ ଗାଧୋଇବା ପାଇଁ ବିମାନ ବୁକ୍‌ କରି ଯିବା ଖବର ଆଶ୍ଚର୍ଯ୍ୟଜନକ ହେଲେ ବି ସତ।

ଏକ ରିପୋର୍ଟ ଅନୁଯାୟୀ, ଇଂଲଣ୍ଡର ଷ୍ଟାର୍ଫ୍‌ଡଶାୟାରରେ ରହୁଥିବା ରବ୍‌ ଆଡକକ୍‌ ନାମକ ଜଣେ ଯୁବକ ଏପରି କଥା କହିଛନ୍ତି। ସେ କହିଛନ୍ତି, ସ୍ପା ପାଇଁ ସେ ନିଜ ଦେଶ ବଦଳରେ ଆଫ୍ରିକୀୟ ଦେଶ ମୋରୋକୋ ଯାଇଛନ୍ତି। କାରଣ ଏହା ଏକ ଶସ୍ତା ଡିଲ୍‌ ବୋଲି ସେ କହିଛନ୍ତି। ଇଂଲଣ୍ଡରେ ସ୍ପା ଦିନର ମୂଲ୍ୟ ୨୪୦୦୦ ଟଙ୍କା। ରବ୍‌ କହିଛନ୍ତି, ସେ କେବଳ ଶସ୍ତା ଦରରେ ସ୍ପା କରି ନାହାନ୍ତି ବରଂ ଏକ ରାତି ରହି ବୁଲାବୁଲି କରିଥିଲେ।

ରବ୍‌ଙ୍କ ଅନୁଯାୟୀ, ସେ ଯାଉଥିବା ବିମାନକୁ ୪୧୧୬ଟଙ୍କା ଏବଂ ରିଟର୍ନ ଫ୍ଲାଇଟ୍‌ ୩୨୨୮ ଟଙ୍କା ଦେଇଥିଲେ। ଗୋଟିଏ ରାତି ରହିବାକୁ ତାଙ୍କୁ ୯,୫୭୬ ଟଙ୍କା ଦେବାକୁ ପଡ଼ିଲା। ବସ୍‌ ଭଡ଼ା ବାବଦରେ ୩୨୨ ଟଙ୍କା ଦେଇଥିଲେ। ମୋଟ୍‌ ଉପରେ, ଇଂଲଣ୍ଡରେ ଏହା ଏକ ଦିନର ସ୍ପାଠାରୁ କମ ଥିଲା ଏବଂ ଯଦି ଆମେ କେବଳ ସ୍ପାକୁ ହିସାବ କରିବା ତେବେ ଏହା ବହୁତ ଶସ୍ତା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri