ଚଳିତ ବର୍ଷର ରାଷ୍ଟ୍ରପତି ନିର୍ବାଚନ ଆମେରିକା ଇତିହାସର ଏକ ଅସୁରକ୍ଷିତ ଘଟଣା: ଟ୍ରମ୍ପ୍‌

ଓ୍ବାଶିଂଟନ,୩୦।୧୧: ଚଳିତ ବର୍ଷ ନଭେମ୍ବର ୩ରେ ଆମେରିକାରେ ହୋଇଥିବା ନିର୍ବାଚନ ବିରୋଧରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣିଥରେ ମୁହଁ ଖୋଲିଛନ୍ତି। ଆମେରିକା ଇତିହାସରେ ଏହା ସବୁଠାରୁ ଅସୁରକ୍ଷିତ ଘଟଣା ବୋଲି ଟ୍ରମ୍ପ୍‌ କହିଛନ୍ତି। ଏହା ସହିତ ଓ୍ବିସକୋନସିନ୍‌ର ୨ଟି କାଉଣ୍ଟିର ଭୋଟ ଗଣନା ପୁଣିଥରେ କରିବାକୁ ଟ୍ରମ୍ପ୍‌ ଟୁଇଟ୍‌ କରି ଦାବି କରିଥିଲେ। ସେହିପରି ଡେମୋକ୍ରାଟିକ୍‌ ପାର୍ଟିର ଜୋ ବାଇଡେନ୍‌ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କଠାରୁ ଅଧିକ ଭୋଟରେ ବଜୟୀ ହୋଇଥିବା ରିପୋର୍ଟ ମିଥ୍ୟା ବୋଲି ଟ୍ରମ୍ପ୍‌ ଦାବି କରିଛନ୍ତି। ଟ୍ରମ୍ପ୍‌ଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।

Share