ଚଳିତ ବର୍ଷ ୧୫ ଖଣି ନିଲାମ ହେବ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ରାଜ୍ୟରେ ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ୧୫ ଖଣି ନିଲାମ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ସେହି ଖଣିଗୁଡ଼ିକ ହେଲା ସୁନ୍ଦରଗଡ଼ର ତୁନମୁରା ଲାଇମ୍‌ ଷ୍ଟୋନ୍‌ ଓ ଡୋଲାମାଇଟ ଖଣି ଏବଂ ଭାଞ୍ଜିକୁସୁମ ମାଙ୍ଗାନିଜ୍‌ ବ୍ଲକ, କେନ୍ଦୁଝରର ଲାଉପଡ଼ା ଲୁହାପଥର ଖଣି ଓ ନୂଆଗାଁ ଓ୍ବେଷ୍ଟ ଲୁହାପଥର, ସୁନ୍ଦରଗଡ଼ର ଆଲାଘାଟ ଓ୍ବେଷ୍ଟ ଲୁହାପଥର ଖଣି, କେନ୍ଦୁଝର ଓ ସୁନ୍ଦରଗଡ଼ର ଗାନ୍ଧଲପଡା ଓ୍ବେଷ୍ଟ ଲୁହାପଥର, ମୟୂରଭଞ୍ଜର ଦୁଧିସାଶୋଇ ଇଷ୍ଟ କପର ବ୍ଲକ, କୋରାପୁଟର ବାଲାଡ ବକ୍ସାଇଟ ବ୍ଲକ, କୋରାପୁଟର କୁଟିଙ୍ଗା ମାଙ୍ଗାନିଜ ବ୍ଲକ, ରାୟଗଡ଼ାର ନୁନାପାଇମାଳି ବକ୍ସାଇଟ, କେନ୍ଦୁଝରର କେନ୍ଦୁଡିହି ନର୍ଥ ଲୁହାପଥର, ରାୟଗଡ଼ା ଓ କଳାହାଣ୍ଡିର ସିଜିମାଳି ବକ୍ସାଇଟ ଓ
କୁତ୍ରୁମାଳି ବକ୍ସାଇଟ ଏବଂ କେନ୍ଦୁଝର ଜିଲାର ରଏଡା-୧ ବକ୍ସାଇଟ ଖଣି। ଏହାଛଡ଼ା ଆଉ ୪ଟି ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ସେହି ଖଣିଗୁଡ଼ିକ ହେଲା ସୁନ୍ଦରଗଡ଼ ଜିଲାରେ ଥିବା କୋଏରା କୋଡାଡିହି ଲୁହାପଥର, ଓରାହୁରି ମାଙ୍ଗାନିଜ୍‌ ଓ ଲୁହାପଥର, କୁସୁମଡିହି ମାଙ୍ଗାନିଜ୍‌ ଏବଂ କେଦେସାଲା ଲୁହାପଥର ନର୍ଥ-ଇଷ୍ଟ ବ୍ଲକ।