ଏହି ଭୁଲ୍‌ ଅଭ୍ୟାସ, ଏବେ ଅଧାରୁ ଅଧିକ ରୋଗର କାରଣ: ଜାଣନ୍ତୁ କ’ଣ ସେହି ଅଭ୍ୟାସ

ନୂଆଦିଲ୍ଲୀ,୯।୫: ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ମୁଖ୍ୟ ଭାରତୀୟଙ୍କ ଖାଦ୍ୟ ଅଭ୍ୟାସ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଧାରୁ ଅଧିକ ରୋଗର କାରଣ ହେଉଛି ଆମର ଭୁଲ ଖାଇବା ଅଭ୍ୟାସ ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି। ଅସ୍ବାସ୍ଥ୍ୟକର ଖାଦ୍ୟ ହେଉଛି ଭାରତରେ ୫୭ ପ୍ରତିଶତ ରୋଗର କାରଣ। ଆଇସିଏମଆର ଏବଂ ଇନଷ୍ଟିଚ୍ୟୁଟ ଅଫ ନ୍ୟୁଟ୍ରିସନ ଅନୁଯାୟୀ, ଖରାପ ଖାଇବା ଅଭ୍ୟାସ ଯୋଗୁ ଶରୀରରେ ପୁଷ୍ଟିକର ଅଭାବ, ରକ୍ତହୀନତା, ମେଦବହୁଳତା, ମଧୁମେହ, କର୍କଟ ଭଳି ଗୁରୁତର ରୋଗ ହେବାର ଆଶଙ୍କା ବଢିଛି।
‘ଦିନ କି ମେରୀ ଥାଲି’ ଟାଇଟଲ ସହିତ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ସର୍ବନିମ୍ନ ଆଠଟି ଖାଦ୍ୟ ପଦାର୍ଥରୁ ମାକ୍ରୋନ୍ୟୁଟ୍ରିଏଣ୍ଟସ ଏବଂ ମାଇକ୍ରୋନ୍ୟୁଟ୍ରିଏଣ୍ଟସ ସୋର୍ସିଂ କରିବାକୁ ସୁପାରିଶ କରେ। ଯେଉଁଥିରେ ପନିପରିବା, ଫଳ, ସବୁଜ ପତ୍ରଯୁକ୍ତ ପନିପରିବା ଖାଇବା ଜରୁରୀ, ଯାହା ଦ୍ୱାରା ଶରୀରରେ ପର୍ଯ୍ୟାପ୍ତ ପରିମାଣର ଫାଇବର ମିଳିବ।
ଦ୍ୱିତୀୟ ମୁଖ୍ୟ ଅଂଶ ହେଉଛି ଶସ୍ୟ ଏବଂ ମିଲେଟ । ଏହା ପରେ ଡାଲି, ମାଂସ ଖାଦ୍ୟ, ଅଣ୍ଡା, ଶୁଖିଲା ଫଳ, ତେଲ ବିହନ ଏବଂ କ୍ଷୀର କିମ୍ବା ଦହି ଆସେ। ଏକ ପ୍ଲେଟରେ ୪୫ ପ୍ରତିଶତ ଶସ୍ୟ ରହିବା ଉଚିତ୍‌। ଡାଲି, ଅଣ୍ଡା ଏବଂ ମାଂସ ଖାଦ୍ୟ ଶତକଡା ୧୪ ରୁ ୧୫% ହେବା ଉଚିତ୍‌। ସେହିପରି ବାଦାମ, ତେଲ ମଞ୍ଜି, କ୍ଷୀର ଏବଂ ଦୁଗ୍ଧଜାତ ଦ୍ରବ୍ୟ ପ୍ରତିଦିନ ମୋଟ ଶକ୍ତିର ୮-୧୦% ହେବା ଉଚିତ। ଦୈନନ୍ଦିନ ଖାଦ୍ୟରେ ଚିନି, ଲୁଣ ଏବଂ ଚର୍ବି ହ୍ରାସ କରିବାକୁ ଅଧିକରୁ ଅଧିକ ଫଳ ଏବଂ ପନିପରିବା ଖାଇବା ଉଚିତ୍‌। ବିଶେଷକରି ଗର୍ଭବତୀ ମହିଳା ଏବଂ ମହିଳା ଯେଉଁମାନେ ସ୍ତନ୍ୟପାନ କରାଉଛନ୍ତି ସେମାନଙ୍କୁ ଯଥାସମ୍ଭବ କ୍ଷୀର, ଅଣ୍ଡା ଏବଂ ମାଂସ ଖାଇବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ୩ ରାଶିର ଯୁବତୀ

ଯେତେବେଳେ ବିବାହ କଥା ଉଠେ, ସମସ୍ତେ ଉତ୍ତମ ବୁଝାବଣା ଥିବା ଜୀବନସାଥୀଟିଏ ଖୋଜିଥାନ୍ତି। କୁହାଯାଏ ବିବାହ ପରେ ସ୍ବାମୀ ସହ ସ୍ତ୍ରୀର ଭାଗ୍ୟ ଯୋଡ଼ି ହୋଇଯାଏ।...

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri