ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ। ମାନେ ଭଲମନ୍ଦ, ସୁଖଦୁଃଖ, ସବୁଥିରେ ମିଳିମିଶି ସହଭାଗୀ ହେଉଥିବା ପବିତ୍ର ସ୍ଥାନ ହେଉଛି ଗାଁ। ପରସ୍ପର କାନ୍ଧକୁ କାନ୍ଧ ମିଳେଇ ବଞ୍ଚତ୍ବା ତଥା ସାମାଜିକ ସମରସତାର ଭୂମି ହେଉଛି ଗାଁ। ସେଥିପାଇଁ ଗାଁ ହେଉଛି ଆମରି ମା’। ସେବାର ମହତ୍ତ୍ୱ ବୁଝୁଥିଲେ ଗାଁ ଲୋକେ। ସାହାଯ୍ୟ ଓ ସହଯୋଗ ନିଷ୍କାମ ଭାବରେ କରନ୍ତି ସେମାନେ। ବ୍ୟକ୍ତିଗତ ଜୀବନ ଅପେକ୍ଷା ସାମୂହିକତା ଗ୍ରାମ୍ୟ ଜୀବନର ପ୍ରେରଣାଦାୟୀ ଜୀବନ ମୂଲ୍ୟ। ମିଳିମିଶି ଓଷାବ୍ରତ କରିବା, ସହଭାଗିତା ଭିତ୍ତିରେ ପର୍ବପର୍ବାଣି ପାଳିବା, ଚାଷବାସ ସରିବା ପରେ ଜନ୍ତାଳ ନାମରେ ଗଁା ମନ୍ଦିରରେ ଗୋଷ୍ଠୀଗତ ଭୋଜି କରି ଆନନ୍ଦ ନେବା। ସାବେଳେ ଶାସ୍ତ୍ର ଆଲୋଚନା। ଯେକୌଣସି ମନୋମାଳିନ୍ୟ ଦୂର କରିବା ପାଇଁ ଗ୍ରାମ୍ୟ କମିଟି। ଏମିତି ବି ଦିନ ଥିଲା, ଗାଁର ଗୋଟିଏ ବି ମକଦ୍ଦମା ବା ଅଭିଯୋଗ ପୋଲିସ ଫାଣ୍ଡି ବା ଥାନା ଯାଏଁ ଯାଉନଥିଲା। ଗୁରୁଜନଙ୍କ କଥାକୁ ସମସ୍ତେ ମାନୁଥିଲେ। କନିଷ୍ଠମାନଙ୍କ ପ୍ରତି ବରିଷ୍ଠମାନଙ୍କର ଆଦର ଯତ୍ନ ଥିଲା। ଗାଁର ଯେକୌଣସି ପିଲା ନିର୍ଦ୍ଦିଷ୍ଟ ପରିବାରର ନ ହୋଇ ସମ୍ପୂର୍ଣ୍ଣ ଗାଁର ସନ୍ତାନ ଥିଲେ। ଯେକୌଣସି ତ୍ରୁଟି ବିଚ୍ୟୁତି ଦେଖିଲେ ଗାଁର ଯେକୌଣସି ବୟୋଜ୍ୟେଷ୍ଠ ପିଲାଙ୍କୁ ତାଗିଦା କରିପାରୁଥିଲେ। ପିଲେ ଅଭିଭାବକ ଭଳି ମାନୁଥିଲେ। ଗାଁର ଯେକୌଣସି ଲୋକଙ୍କ ସଫଳତାରେ ସମ୍ପୂର୍ଣ୍ଣ ଗାଁ ଖୁସି ମନାଉଥିଲା ଏବଂ ଯେକୌଣସି ବିପଦଆପଦରେ ସମସ୍ତେ କାନ୍ଧକୁ କାନ୍ଧ ମିଶାଇ ସମାଧାନ କରୁଥିଲେ। ସମ୍ପୂର୍ଣ୍ଣ ଗାଁ ଥିଲା ଗୋଟିଏ ପରିବାର। ଜାତିଭେଦ ରୂପକ ଘୃଣ୍ୟ ପ୍ରଥା ଥିଲେ ମଧ୍ୟ ତଥାକଥିତ ସବର୍ଣ୍ଣ ଘର ସହ ଅସବର୍ଣ୍ଣଙ୍କ ମିତ ବସୁଥିଲେ। ସଙ୍ଗାତ, ବଉଳ ଇତ୍ୟାଦି ବସେଇ ସାମାଜିକ ବନ୍ଧନକୁ ମଜଭୁତ କରୁଥିଲା। ପ୍ରତ୍ୟେକ ଲୋକ ପରସ୍ପରକୁ ମାନ୍ୟତା ଅନୁସାରେ ସମ୍ବୋଧନ କରୁଥିଲେ। ବିବାହ ବ୍ରତରେ ଭାର ଆସୁଥିଲା। ଗାଁରେ ଯଦି କାହାର ଦେହାନ୍ତ ହୁଏ, ସମ୍ପୂର୍ଣ୍ଣ ଗଁା କାଠ ନେଇ ତାଙ୍କ ଅନ୍ତ୍ୟେଷ୍ଟି କରୁଥିଲେ। ଶୁଦ୍ଧିକ୍ରିୟାଯାଏ ସବୁପ୍ରକାର ସହଯୋଗ କରି ପୀଡ଼ିତ ପରିବାରକୁ ଦୁର୍ବଳ ସ୍ଥିତିରୁ ଉଦ୍ଧାର କରୁଥିଲେ। ଅର୍ଥାତ୍‌ ଗାଁ ଥିଲା ସଂସ୍କାର, ସହଯୋଗ ଓ ସଦ୍ଭାବନାର ପ୍ରାଣକେନ୍ଦ୍ର। ଏଠାରେ ଗୋଟିଏ ଦୁଇଟି ଉଦାହରଣ ଉଲ୍ଲେଖ କରୁଛି, ଯାହାକି ଗ୍ରାମ୍ୟ ଜୀବନର ସ୍ବରୂପକୁ ଉଜାଗର କରିବ।
ପ୍ରାୟ ତିରିଶ ବର୍ଷ ତଳେ ଆମ ଘର ଛାତ ପଡ଼ିବା କଥା ମନେପଡୁଛି। ପ୍ରାୟ ଦୁଇହଜାର ବର୍ଗଫୁଟର ଛାତ। ନିର୍ଦ୍ଧାରିତ ସମୟରେ ସବୁ ଜିନିଷପତ୍ର ଆସିଗଲା। ରାତିରେ ଗାଁ ସଭାପତି ଗାଁଲୋକଙ୍କୁ ସୂଚନା ଦେଇଥିଲେ। ସକାଳୁ ସକାଳୁ ପ୍ରତି ଘରୁ ଜଣେ ଦି’ଜଣ ପହଞ୍ଚତ୍ଗଲେ। ଗାଁ ସଭାପତିଙ୍କ ସମେତ ପଞ୍ଚକମିଟି କାଠଚୌକିରେ ବସି ସମ୍ପୂର୍ଣ୍ଣ କାର୍ଯ୍ୟର ତଦାରଖ କରୁଥା’ନ୍ତି। ପ୍ରାୟ ମଧ୍ୟାହ୍ନଭୋଜନ ବେଳକୁ ଛାତ ପଡ଼ିଗଲା। ରୋଷେଇ ହୋଇଥିବା ଭାତ, ଡାଲି ଓ ତରକାରି ଖାଇ ଯେ ଯାହା ଘରକୁ ଚାଲିଗଲେ। ବିନା ପାରିଶ୍ରମିକରେ ଏତେ ବଡ଼ କାମ। ଅର୍ଥାତ୍‌ ଦିନେ ଶ୍ରମଦାନ କରି ଗାଁ ଲୋକଙ୍କୁ ସହାୟତା କରିବା ଗ୍ରାମ୍ୟ ଜୀବନର ଏକ ଅଲିଖିତ ସାମ୍ବିଧାନିକ ମର୍ଯ୍ୟାଦା ବୋଲି ଲୋକ ଗ୍ରହଣ କରିଥିଲେ। ସେହିପରି ଆଉ ଗୋଟିଏ ଘଟଣା, ଯାହାକି କୌଣସି ପତ୍ର ପତ୍ରିକାରେ ପଢ଼ିଥିଲି।
ସେଦିନ ଗାଁରେ ବଡ଼ ସତ୍‌ସଙ୍ଗ କାର୍ଯ୍ୟକ୍ରମ ହେବାର ଥିଲା। କୌଣସି ଆଧ୍ୟାତ୍ମିକ ସଙ୍ଗଠନ ଦ୍ବାରା ତାହା ଆୟୋଜନ ହେବାର ଥିଲା। ପୂର୍ବ ଯୋଜନାନୁସାରେ ସଙ୍ଗଠନର ସଦସ୍ୟ ସଦସ୍ୟାମାନେ ଗଁାମୁଣ୍ଡ ପଡ଼ିଆରେ ଏକତ୍ରିତ ହେଲେ। କିନ୍ତୁ ସମୟ ଅତିକ୍ରାନ୍ତ ପରେ ମଧ୍ୟ କାହାର ଦେଖା ମିଳିଲା ନାହିଁ। ଜଣେ ବୁଢ଼ୀ କହିଲେ କେହି ଆସିବେ ନାହିଁ, କାରଣ ଗତ ରାତିରେ ଦୁଇଟି ଘର ପୋଡ଼ିଯାଇଛି। ଫଳତଃ ଦୁଇ ପରିବାରର ସମସ୍ତ ସମ୍ପତ୍ତି ନଷ୍ଟ ହୋଇଯାଇଛି। ସତ୍ୟାସତ୍ୟ ବୁଝିବା ପାଇଁ ଗଁା ଭିତରକୁ ଗଲାବେଳେ ସେମାନେ ଦେଖିଲେ ଗଁାର ଯୁବକମାନେ କାତି ଧରି କୁଆଡ଼େ ଯାଉଛନ୍ତି। ଏକାସାଙ୍ଗରେ କୋଡ଼ିଏରୁ ଊଦ୍ଧର୍‌ବ ଯୁବକ କାତି ଧରି ଏକମୁହଁା ଯାଉଥିବାର ମାନେ ବୁଝିପାରିଲେ ନାହିଁ। ଗଁା ମଧ୍ୟଭାଗରେ ଦେଖିଲେ ବୟସ୍କ ପୁରୁଷମାନେ ପୋଡ଼ାଘରୁ ପାଉଁଶ, ଦରପୋଡ଼ା କାଠ, ଆସବାବପତ୍ର ବାହାର କରିବାରେ ଲାଗିଛନ୍ତି। କେଇ ଦୂରରେ ତୁଳସୀ ଚଉଁରା ଚଉତରା ଉପରେ ମହିଳାମାନେ କ’ଣ ଆଲୋଚନା କରିବାରେ ବ୍ୟସ୍ତ। ଖବର ନେବାପରେ ଜଣାପଡ଼ିଲା ଯେ, ପୀଡ଼ିତ ପରିବାରକୁ ସାହାଯ୍ୟ କରିବା ପାଇଁ କିଏ କେଉଁ ପ୍ରକାରର (ଥାଳି, ବାସନ, ହାଣ୍ଡି, ଚାଉଳ ଇତ୍ୟାଦି) ସହଯୋଗ କରିପାରିବେ ତା’ର ତାଲିକା ଚାଲିଛି। ସେମାନେ ସାଯାଏ ଗ୍ରାମବାସୀଙ୍କ କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରି ଦେଖିଲେ ସାବେଳକୁ କାଠ ବାଉଁଶରେ ଦୁଇଟି ଘର ବନେଇଦେଲେ। ଅର୍ଥାତ୍‌ ଦୁଇଜଣ ଗ୍ରାମବାସୀଙ୍କ ଦୁଃଖରେ ସମଦୁଃଖୀ ଗ୍ରାମବାସୀ ହାତକୁ ହାତ ମିଶେଇ ସେମାନଙ୍କୁ ବିପଦରୁ ଉଦ୍ଧାର କରିବା ପାଇଁ ପ୍ରୟାସ କଲେ। ଏ ହେଉଛି ପ୍ରକୃତ ଗ୍ରାମ୍ୟ ଜୀବନଧାରା ଓ ଜୀବନ ମୂଲ୍ୟ। ହେଲେ ଆଜି ସେହି ସଂସ୍କାର, ନିବିଡ଼ ସମ୍ପର୍କ ଓ ସଦ୍ଭାବନାରେ କିଛିଟା ବ୍ୟତିକ୍ରମ ଘଟିଛି।
ସଂକୀର୍ଣ୍ଣ ରାଜନୀତି, ଆଜିକାଲିର ପାଠୁଆ ଯୁବତୀଯୁବକଙ୍କ ବେଖାତିର ଉଚ୍ଚାରଣ ଓ ଆଚରଣ, ମୋବାଇଲ୍‌ ଫୋନ୍‌ ପ୍ରତି ଅତିଶୟ ପ୍ରୀତି ଇତ୍ୟାଦି ଗ୍ରାମ୍ୟ ସଂହତି ଓ ଭାଇଚାରାରେ କିଛିଟି ବ୍ୟତିକ୍ରମ ସୃଷ୍ଟି କରିଛି। ଜନ୍ମଦିନ ବିନା କେକ୍‌କଟାରେ ହେଉନି। ବିନା ମାଂସଭୋଜି ଓ ମଦରେ ବରଯାତ୍ରୀରେ କେହି ଯିବାକୁ ରାଜିନୁହନ୍ତି। ଶବଦାହ ବେଳେ ମାଦକ ଦ୍ରବ୍ୟର ଆବଶ୍ୟକତା ପଡୁଛି। ପର୍ବପର୍ବାଣିରେ ନାଚଗୀତ ତ ହେଉଛି, କିନ୍ତୁ ଉଗ୍ର ଆଧୁନିକ ସଙ୍ଗୀତ ଓ ନୃତ୍ୟରେ ଗଁା ପରିବେଶ ଆଜିକାଲି ସହର ସହର ବାସୁଛି। ଗ୍ରାମ୍ୟ କମିଟି ଅନେକାଂଶରେ ସମସ୍ୟା ସମାଧାନ କରିପାରୁ ନାହାନ୍ତି। ତେଣୁ ଗଁା ଭିତରେ ମୋକଦ୍ଦମା ବଢ଼ିଲାଣି। ଛୋଟ ଛୋଟ କଥାରେ ଥାନା, କଚେରି ଯାଇ ସାମାଜିକ ସମ୍ପର୍କ ଓ ସଦ୍ଭାବନା ବିଗାଡ଼ୁଛନ୍ତି। ଶାନ୍ତିପୂର୍ଣ୍ଣ ଜୀବନଯାପନ କରୁଥିବା ଗ୍ରାମ୍ୟ ପରିବେଶ ଧୀରେ ଧୀରେ ଅଶାନ୍ତ ହୋଇଉଠୁଛି। ଅର୍ଥାତ୍‌ ସେଦିନ ଗଁା ଆଉ ଆଜିର ଗଁା ଭିତରେ ଆକାଶପାତାଳ ପ୍ରଭେଦ । ଏହାର କୌଣସି ସମାଧାନ ବାହାର କରିବା ଉଚିତ।
ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର
ମୋ:୭୦୦୮୨୮୩୦୫୫

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…

ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!

ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri