କରୋନା ସଂକ୍ରମଣରୁ ରକ୍ଷା କରିବ ଏହି ଭିଟାମିନ୍‌

ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇବାରେ ଲାଗିଛି। ଏହାକୁ ନେଇ ଅନେକ ଗବେଷଣା ଚାଲୁ ରହିଛି। କେତେକ ଅନୁସନ୍ଧାନରୁ ସମାନ କଥା ଜାଣିବାକୁ ମିଳିଛି। କରୋନା ଭୂତାଣୁ ରୋକିବାରେ ଭିଟାମିନ ‘ଡି’ ଅତ୍ୟନ୍ତ ପ୍ରଭାବଶାଳୀ। ଟ୍ରିନିଟି କଲେଜ ଡବଲିନ ବିଶେଷଜ୍ଞମାନେ କୁହନ୍ତି, ଭିଟାମିନ ଡି’ କରୋନା ସହିତ ଲଢ଼ିବାରେ ବେଶ୍‌ ସହାୟକ ହେବ। ଏହି ଗବେଷଣାରୁ ଜଣାପଡ଼ିଛି, ବିଭିନ୍ନ ଦେଶରେ କରୋନା ମୃତ୍ୟୁହାର ଅଧିକ ହେବାର ଅନ୍ୟତମ କାରଣ ହେଉଛି ଭିଟାମିନ୍‌ ଡି’ ଅଭାବ। ତେବେ ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ, ଏହି ବିଷୟରେ ଅଧିକ ଅନୁସନ୍ଧାନ ଆବଶ୍ୟକ।

ଭିଟାମିନ୍‌ ଡି’ ଆମର ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରେ। ଯାହା ରକ୍ତ କଣିକା ନଷ୍ଟ ଆଶଙ୍କା କମ୍‌ ରହିଥାଏ। ଅଧିକ ମାତ୍ରାରେ ଭିଟାମିନ୍‌ ଡି’ ମଧ୍ୟ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ତେବେ ଡାକ୍ତରଙ୍କ ପରାମର୍ଶରେ ଭିଟାମିନ ଡି’ ମାତ୍ରା ଗ୍ରହଣ କରାଯିବା ଉଚିତ୍‌।

ଭିଟାମିନ ଡି ଅଭାବର ଲକ୍ଷଣ:
ଭିଟାମିନ୍‌ ଡି ଅଭାବ ହେଲେ ଉଦାସୀନତା, ଓଜନ ବଢ଼ିବା, ବାରମ୍ବାର ସଂକ୍ରମିତ ହେବା, କ୍ଷତସ୍ଥାନ ସହଜରେ ନ ଶୁଖିବା, କେଶ ଝଡ଼ିବା, ହାଡ଼ ଦୁର୍ବଳ ହେବା, ମୁଣ୍ଡରୁ ଝାଳ ବାହାରିବା, ହଜମ ପ୍ରକ୍ରିୟା ଠିକ୍‌ ନ ହେବା ଆଦି ଲକ୍ଷଣ ଦେଖାଦେଇଥାଏ।

ଏହି ଉପାୟରେ ଭିଟାମିନ୍‌ ଡି’ ଅଭାବ ଦୂର କରନ୍ତୁ:

– ପ୍ରତିଦିନ ସକାଳେ ସୂର୍ଯ୍ୟକିରଣରେ ବସନ୍ତୁ।

– ମାଛ, ଅଣ୍ଡା, କ୍ଷୀର, କଦଳୀ ଇତ୍ୟାଦି ଖାଆନ୍ତୁ।

– ପ୍ରାତଃଭ୍ରମଣ ସବୁଠୁ ଭଲ। ପ୍ରତିଦିନ ସକାଳୁ ଚାଲିବା ଅଭ୍ୟାସ ରଖନ୍ତୁ। ଏହା ଦ୍ୱାରା ଶରୀର ସୁସ୍ଥ ରହିବ।