Posted inଫୁରସତ

ଚର୍ଚ୍ଚାରେ ଏହି ଗ୍ରାମ: ପ୍ରତି ଘରେ ଆଇଏଏସ୍‌, ଆଇପିଏସ୍‌

ଲକ୍ଷ୍ନୌ:ସମ୍ପ୍ରତି ସରକାରୀ ଚାକିରି ପାଇବା ଅନେକଙ୍କ ପାଇଁ କାଠିକର ହୋଇପଡ଼ିଛି। ଆଇଏଏସ୍‌ ଏବଂ ଆଇପିଏସ୍‌ ହେବାକୁ ବହୁ ଛାତ୍ରୀଛାତ୍ର ସ୍ବପ୍ନ ଦେଖୁଥିଲେ ମଧ୍ୟ ପ୍ରତିଯୋଗିତାର ସ୍ତର ଦିନକୁ ଦିନ ବଢ଼ୁଥିବାରୁ ଅଧିକାଂଶ ଛାତ୍ରୀଛାତ୍ର ନିଜର ସ୍ବପ୍ନ ପୂରଣ କରିବାରେ ବିଫଳ ହେଉଛନ୍ତି। ତେବେ ଉତ୍ତରପ୍ରଦେଶର ଯୌନପୁର ଜିଲା ମାଧୋପଟ୍ଟି ଗ୍ରାମ ଏଥିରେ ବ୍ୟତିକ୍ରମ ସାଜିଛି। ଆଇଏଏସ୍‌ ଓ ଆଇପିଏସ୍‌ଙ୍କ ଫ୍ୟାକ୍ଟ୍ରି କୁହାଯାଇଥିବା ଏହି ଗ୍ରାମରେ ପ୍ରାୟ ୧୦୦ ପରିବାର ରହୁଥିବାବେଳେ ସେଥିମଧ୍ୟରୁ ୫୧ ଜଣ ଆଇଏଏସ୍‌, ଆଇପିଏସ୍‌, ଆଇଆରଏସ୍‌ ଅଫିସର ଭାବେ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଅଛନ୍ତି।
ରାଜଧାନୀ ଲକ୍ଷ୍ନୌରୁ ୩୦୦ କିଲୋମିଟର ଏବଂ ଯୌନପୁର ଜିଲା ମୁଖ୍ୟାଳୟରୁ ପ୍ରାୟ ୧୧ କିମି ଦୂରରେ ମାଧୋପଟ୍ଟି ଗ୍ରାମ ଅବସ୍ଥିତ। ୧୯୫୨ରେ ଡ. ଇନ୍ଦୁପ୍ରକାଶ ଏହି ଗ୍ରାମରେ ପ୍ରଥମ ଥର ପାଇଁ ଆଇଏଏସ୍‌ ପାଇଥିଲେ।
ସେ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରି ଗାଁର ନାଁ ଗୌରବମୟ କରିଥିଲେ। ଇନ୍ଦୁପ୍ରକାଶ ଫ୍ରାନ୍ସ ସମେତ ଅନେକ ଦେଶର ରାଷ୍ଟ୍ରଦୂତ ଭାବରେ ରୂପେ କାର୍ଯ୍ୟ କରିଥିଲେ। ୧୯୬୪ରେ ଗ୍ରାମର ଛତ୍ରସାଲ ସିଂ ଆଇଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ସେ ପରବର୍ତ୍ତୀ ସମୟରେ ତାମିଲନାଡୁର ମୁଖ୍ୟ ସଚିବ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୯୫ରେ ଏହି ଗ୍ରାମର ବିନୟ ସିଂ ଆଇଏଏସ୍‌ ପାଇଲେ। ସର୍ବଭାରତୀୟ ସ୍ତରରେ ତାଙ୍କୁ ୧୩ତମ ର଼୍ୟାଙ୍କ୍‌ ମିଳିଥିଲା। ପରେ ସେ ବିହାରର ମୁଖ୍ୟ ସଚିବ ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ। ତେବେ କିଛି ବର୍ଷ ପରେ ବିନୟଙ୍କ ପରିବାରରୁ ୪ ଭାଇ ଆଇଏଏସ୍‌ ପାଇ ରେକର୍ଡ ସୃଷ୍ଟି କରିଥିଲେ । ତେବେ ଶିକ୍ଷା କ୍ଷେତ୍ରରେ ମାଧୋପଟ୍ଟି ଗ୍ରାମରେ କେବଳ ପୁରୁଷ ନୁହନ୍ତି ମହିଳାମାନେ ବେଶ୍‌ ସଫଳତା ଅର୍ଜନ କରିଛନ୍ତି। ଗ୍ରାମର ଏକାଧିକ ମହିଳା ସିଭିଲ ସର୍ଭିସ୍‌ ପରୀକ୍ଷାରେ ସଫଳତା ପାଇଛନ୍ତି। ଗ୍ରାମର ଜଣେ ବୟସ୍କଙ୍କ କହିବା ଅନୁଯାୟୀ, ଏଠାକାର ଲୋକମାନଙ୍କର ବିଶେଷ ଜମିବାଡି ନ ଥିବାରୁ ସେମାନେ ଚାଷ ଅପେକ୍ଷା ପଢ଼ାପଢ଼ିରେ ଅଧିକ ଧ୍ୟାନ କେନ୍ଦ୍ରିତ କରିଥାନ୍ତି। ଏହି ଗ୍ରାମକୁ ଦେବୀ ସରସ୍ବତୀଙ୍କର କୃପା ରହିଛି, ତେଣୁ ଏଠାକାର ପ୍ରତ୍ୟେକ ପିଲା ବଡ଼ ହୋଇ ଆଇଏଏସ୍‌, ଆଇପିଏସ୍‌ ଏବଂ ଡାକ୍ତର ହେବାନେଇ ସ୍ବପ୍ନ ଦେଖିଥାନ୍ତି ବୋଲି ସେ କହିଛନ୍ତି। କେବଳ ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଆର୍‌ଏସ୍‌ ନୁହେଁ ମାଧୋପଟ୍ଟି ଗ୍ରାମରୁ ଅନେକ ବୈଜ୍ଞାନିକ ମଧ୍ୟ ସୃଷ୍ଟି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri