ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ପରଲୋକ

ଭେଟେରାନ ଲେଖକ ତଥା ଚଳଚ୍ଚିତ୍ର ନିର୍ମାତା ସାଗର ସରହଦିଙ୍କ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ନିଜ ମୁମ୍ବାଇସ୍ଥିତ ବାସଭବନରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ସାଗର ସରହଦି ନୁରୀ, ବଜାର, କଭି କଭି, ସିଲସିଲା, ଚାନ୍ଦନୀ, ଦିୱାନା ଏବଂ କହୋ ନା ପ୍ୟାର ହୈ ଭଳି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ। ହୃଦଘାତ ହେବା ପରେ ସାଗର ସରହଦିଙ୍କୁ ହୃଦ୍‌ରୋଗ ଚିକିତ୍ସାଳୟର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ୨୦୧୮ରେ, ହୃଦଘାତରେ ମଧ୍ୟ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସର୍ବୋତ୍ତମ କାହାଣୀକାରମାନଙ୍କ ମଧ୍ୟରେ ସାଗର ସରହଦିଙ୍କୁ ଗଣନା କରାଯାଏ।

Share