Posted inଖେଳ

ୟୁଏସ୍‌ ଓପନରୁ ଓହରିଲେ ଏହି ୨ ମହିଳା ଟେନିସ ଖେଳାଳି

ନ୍ୟୁୟର୍କ, ୮ା୮ (ଏପି)-କରୋନା ଭାଇରସ ଆଶଙ୍କାରେ ଆଉ ଦୁଇଜଣ ଟପ୍‌ ମହିଳା ଟେନିସ ଖେଳାଳି ଏଲିନା ସ୍ବିତୋଲିନା ଓ କିକି ବର୍ଟେନ୍ସ ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ପୂର୍ବରୁ ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗପ୍ରାପ୍ତ ଆଶଲେ ବାର୍ଟି ଇଭେଣ୍ଟରୁ ଓହରିଯାଇ ସାରିଛନ୍ତି। ଶୁକ୍ରବାର ବାରବୋରା କ୍ରେଜ୍‌ସିକୋଭା ଓହରିଯାଇଥିବା ୟୁଏସ୍‌ ଟେନିସ ଆସୋସିଏଶନ ଘୋଷଣା କରିଥିଲା। ସେ ଡବଲ୍ସରେ ୮ମ ଏବଂ ସିଙ୍ଗଲ୍ସରେ ୧୧୫ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି। ୫ମ ର଼୍ୟାଙ୍କିଙ୍ଗପ୍ରାପ୍ତ ତଥା ୟୁକ୍ରେନ୍‌ର ସ୍ବିତୋଲିନା ବର୍ଷକ ପୂର୍ବେ ଫ୍ଲଶିଂ ମିଡୋଜ୍‌ଠାରେ ସେମିଫାଇନାଲ ପର୍ଯ୍ୟନ୍ତ ଯାଇ ପାରିଥିଲେ। ଶୁକ୍ରବାର ସେ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ୟୁଏସ୍‌ ଗସ୍ତ କରି ସେ ତାଙ୍କ ଟିମ୍‌ କୌଣସି ରିସ୍କ ନେବାକୁ ଚାହାନ୍ତି ନାହିଁ। ସେହିପରି ୭ନମ୍ବର ମାନ୍ୟତାପ୍ରାପ୍ତ ବର୍ଟେନ୍ସ ଇନ୍‌ଷ୍ଟାଗ୍ରାମ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ୟୁଏସ୍‌ ଓପନ୍‌ ପରେ ୟୁରୋପକୁ ଫେରିବା ବେଳେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଟୁର୍ନାମେଣ୍ଟ ବେଳେ କୌଣସି ଦର୍ଶକ ଉପସ୍ଥିତ ରହିବେ ନାହିଁ। ଅନ୍ୟପକ୍ଷରେ ଫ୍ରେଞ୍ଚ ଓପନ୍‌ ସେପ୍ଟେମ୍ବର ୨୭ରୁ ଖେଳାଯିବ। ଏହି ଟୁର୍ନାମେଣ୍ଟର ୨୦୧୬ ସଂସ୍କରଣରେ ବର୍ଟେନ୍ସ ସେମିଫାଇନାଲରେ ପ୍ରବେଶ କରିପାରିଥିଲେ। ଫ୍ରେଞ୍ଚ ଓପନ୍‌ ଖେଳିବା ଲାଗି ପ୍ୟାରିସ୍‌ ଯିବା ପୂର୍ବରୁ ସେ ରୋମ୍‌ରେ ଏକ କ୍ଲେକୋର୍ଟ ଟୁର୍ନାମେଣ୍ଟ ଖେଳିବେ। ଗତଥରର ପୁରୁଷ ଚାମ୍ପିୟନ ରାଫାଲ ନାଡାଲ ମଧ୍ୟ ଏଥର ୟୁଏସ ଓପନରେ ଖେଳିବେ ନାହିଁ ବୋଲି କହିଛନ୍ତି। ମହାମାରୀ ସମୟରେ ଯାତାୟାତ ନିରାପଦ ନୁହେଁ ବୋଲି କହିଛନ୍ତି। ଆଣ୍ଠୁରେ ଦୁଇଟି ଅସ୍ତ୍ରୋପଚାର ଯୋଗୁ ରୋଜର ଫେଡରର ସିଜନର ଅବଶିଷ୍ଟ ସମୟ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri