Posted inଖେଳ

ୟୁଏସ୍‌ ଓପନରୁ ଓହରିଲେ ଏହି ୨ ମହିଳା ଟେନିସ ଖେଳାଳି

ନ୍ୟୁୟର୍କ, ୮ା୮ (ଏପି)-କରୋନା ଭାଇରସ ଆଶଙ୍କାରେ ଆଉ ଦୁଇଜଣ ଟପ୍‌ ମହିଳା ଟେନିସ ଖେଳାଳି ଏଲିନା ସ୍ବିତୋଲିନା ଓ କିକି ବର୍ଟେନ୍ସ ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ପୂର୍ବରୁ ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗପ୍ରାପ୍ତ ଆଶଲେ ବାର୍ଟି ଇଭେଣ୍ଟରୁ ଓହରିଯାଇ ସାରିଛନ୍ତି। ଶୁକ୍ରବାର ବାରବୋରା କ୍ରେଜ୍‌ସିକୋଭା ଓହରିଯାଇଥିବା ୟୁଏସ୍‌ ଟେନିସ ଆସୋସିଏଶନ ଘୋଷଣା କରିଥିଲା। ସେ ଡବଲ୍ସରେ ୮ମ ଏବଂ ସିଙ୍ଗଲ୍ସରେ ୧୧୫ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି। ୫ମ ର଼୍ୟାଙ୍କିଙ୍ଗପ୍ରାପ୍ତ ତଥା ୟୁକ୍ରେନ୍‌ର ସ୍ବିତୋଲିନା ବର୍ଷକ ପୂର୍ବେ ଫ୍ଲଶିଂ ମିଡୋଜ୍‌ଠାରେ ସେମିଫାଇନାଲ ପର୍ଯ୍ୟନ୍ତ ଯାଇ ପାରିଥିଲେ। ଶୁକ୍ରବାର ସେ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ୟୁଏସ୍‌ ଗସ୍ତ କରି ସେ ତାଙ୍କ ଟିମ୍‌ କୌଣସି ରିସ୍କ ନେବାକୁ ଚାହାନ୍ତି ନାହିଁ। ସେହିପରି ୭ନମ୍ବର ମାନ୍ୟତାପ୍ରାପ୍ତ ବର୍ଟେନ୍ସ ଇନ୍‌ଷ୍ଟାଗ୍ରାମ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ୟୁଏସ୍‌ ଓପନ୍‌ ପରେ ୟୁରୋପକୁ ଫେରିବା ବେଳେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଟୁର୍ନାମେଣ୍ଟ ବେଳେ କୌଣସି ଦର୍ଶକ ଉପସ୍ଥିତ ରହିବେ ନାହିଁ। ଅନ୍ୟପକ୍ଷରେ ଫ୍ରେଞ୍ଚ ଓପନ୍‌ ସେପ୍ଟେମ୍ବର ୨୭ରୁ ଖେଳାଯିବ। ଏହି ଟୁର୍ନାମେଣ୍ଟର ୨୦୧୬ ସଂସ୍କରଣରେ ବର୍ଟେନ୍ସ ସେମିଫାଇନାଲରେ ପ୍ରବେଶ କରିପାରିଥିଲେ। ଫ୍ରେଞ୍ଚ ଓପନ୍‌ ଖେଳିବା ଲାଗି ପ୍ୟାରିସ୍‌ ଯିବା ପୂର୍ବରୁ ସେ ରୋମ୍‌ରେ ଏକ କ୍ଲେକୋର୍ଟ ଟୁର୍ନାମେଣ୍ଟ ଖେଳିବେ। ଗତଥରର ପୁରୁଷ ଚାମ୍ପିୟନ ରାଫାଲ ନାଡାଲ ମଧ୍ୟ ଏଥର ୟୁଏସ ଓପନରେ ଖେଳିବେ ନାହିଁ ବୋଲି କହିଛନ୍ତି। ମହାମାରୀ ସମୟରେ ଯାତାୟାତ ନିରାପଦ ନୁହେଁ ବୋଲି କହିଛନ୍ତି। ଆଣ୍ଠୁରେ ଦୁଇଟି ଅସ୍ତ୍ରୋପଚାର ଯୋଗୁ ରୋଜର ଫେଡରର ସିଜନର ଅବଶିଷ୍ଟ ସମୟ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri