Categories: ଖେଳ

ପାକିସ୍ତାନ କ୍ରିକେଟରଙ୍କ ଏକ ଟୁଇଟ୍‌ ଦେଖି ଡରିଗଲେ ଅଷ୍ଟ୍ରେଲିୟ ବୋଲରଙ୍କ ପ୍ରଶଂସକ

ନୂଆଦିଲ୍ଲୀ,୧୪।୧: ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି। ନ୍ୟୁଜିଲାଣ୍ଡ ପାକିସ୍ତାନକୁ ଘରୋଇ ମଇଦାନରେ ୨-୧ରେ ପରାଜିତ କରିଛି। ଏହାକୁ ନେଇ ପାକିସ୍ତାନ କ୍ରିକେଟରେ ତୁମୁଳକାଣ୍ଡ ଘଟିଛି। ଏସବୁ ମଧ୍ୟରେ ପାକିସ୍ତାନୀ କ୍ରିକେଟର ଶାହାନାଓ୍ବାଜ ଡାହାନୀଙ୍କ ଏକ ଟୁଇଟ୍‌ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

ଶାହାନାଓ୍ବାଜ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଏବଂ ପାକିସ୍ତାନୀ ଟିମ୍‌ର ବୋଲିଂ କୋଚ୍‌ ଶାନ୍‌ ଟାଇଟ୍‌ଙ୍କ ଫଟୋ ଶେୟାର କରି ଅଜବ କ୍ୟାପଶନ ଦେଇଥିଲେ। ଜଣେ ବନ୍ଧୁ ଯିଏ ଖୁସି ଆଣି ଦେଇଥିଲା,ଗତ ରାତିରେ ଆଖିରେ ଲୁହ ଦେଇଗଲା ବୋଲି ସେ ଲେଖିଥିଲେ। ଏହି ଟୁଇଟ ଭାଇରାଲ ହୋଇଥିଲା।

ନ୍ୟୁଜିଲାଣ୍ଡ-ପାକିସ୍ତାନ ସିରିଜ ଶେଷ ହେବା ପରେ ଟାଇଟ ବ୍ରେକ୍‌ ନେଇ ଘର ଅର୍ଥାତ ଅଷ୍ଟ୍ରେଲିଆକୁ ଫେରୁଥିଲେ। ହେଲେ ଶାହାନାଓ୍ବାଜଙ୍କ କ୍ୟାପଶନ ପଢ଼ି ସେ ମୃତ ହୋଇଥିବା ଅନେକ ଭାବିଥିଲେ।

ଟୁଇଟ୍‌କୁ ଦେଖି ଲୋକେ ଡରି ଯାଇଥିବା କହିଥିଲେ। ଏହାପରେ ଶାହାନାଓ୍ବାଜ ଆଉ ଏକ ଟୁଇଟ କରି ଟାଇଟ୍‌ ଅଷ୍ଟ୍ରେଲିଆ ଯାଇଥିବା କହିଥିଲେ।

 

Share