ପାର୍ଟି ନୁହେଁ, ଏଥର ଚାଷୀ ସରକାର ଦରକାର

ଜଗତ୍‌ସିଂହପୁର,୨ା୩(ପ୍ରମୋଦ କୁମାର ନାୟକ): ଚାଷୀଙ୍କ ୮୦ ପ୍ରତିଶତ ଭୋଟରେ ଭାଜପା କେନ୍ଦ୍ର ଓ ବିଜେଡି ରାଜ୍ୟରେ ସରକାର ଚଳାଇଛି। ଦୀର୍ଘ ୨୪ ବର୍ଷ ହେଲା ବିଜେଡି ଓଡ଼ିଶାରେ ଶାସନ କରି ଚାଲିଛି। ଏହା ସତ୍ତ୍ୱେ ଚାଷୀମାନେ ଉପେକ୍ଷିତ ହେଉଛନ୍ତି। ଏନେଇ ଏଥର ଚାଷୀ ବିରୋଧୀ ସରକାର କରେଇ ଦେବୁ ନାହିଁ। କ୍ଷମତା ଚାବି ବିଜେଡି, ଭାଜପା କିମ୍ବା କଂଗ୍ରେସ ହାତରେ ଧରାଇବୁ ନାହିଁ। ଚାଷୀ ନିଜ ଭୋଟରେ ନିଜ ସରକାର କରିବ। ସ୍ଥାନୀୟ ବଙ୍ଗଳା ଛକ ନିକଟ କେନାଲ ଆରପଟ ପଡ଼ିଆରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆୟୋଜିତ ସଂକଳ୍ପ ସମାବେଶରେ ଏହା କୁହାଯାଇଛି।
ସଙ୍ଗଠନର ନେତାମାନେ ଏକଥା ମଧ୍ୟ କହିଥିଲେ, କ୍ଷମତାକୁ ଯିବା ପାଇଁ ସେମାନଙ୍କର ରାଜନୈତିକ ଲାଳସା କେବେ ନ ଥିଲା। କିନ୍ତୁ ସରକାର ସେମାନଙ୍କୁ ଏକପ୍ରକାର ବାଧ୍ୟ କଲା। ଚାଷୀ ତା’ନ୍ୟାର୍ଯ୍ୟ ଦାବି ନେଇ ଭୁବନେଶ୍ୱରରେ ଥରେ କି ଦୁଇ ଥର ନୁହେଁ, ଚାରି ଥର ଆନ୍ଦୋଳନ ପାଇଁ ଚେଷ୍ଟା କରିଛି, କିନ୍ତୁ ଦାବିପୂରଣ ହୋଇନାହିଁ। ସେହିପରି ଧାନ, କ୍ଷୀର ଆଦି ଉପରେ ବୋନସ କିମ୍ବା ରିଲିଫ କୋଡ୍‌ ସଂଶୋଧନ କେଉଁଥିରେ ସରକାରଙ୍କ ଆଗ୍ରହ ରହୁନାହିଁ। ମଣ୍ଡିରେ ଧାନ ବସ୍ତାରେ ୩ରୁ ୪ କେଜି କାଟ୍‌ କରାଯାଉଛି। ତେଣୁ ଚାଷୀ ନିଜ ଭୋଟରେ ନିଜ ସରକାର ଗଢିିବା ପାଇଁ ସଂକଳ୍ପ ନେଇଛି। ଏହି ସମାବେଶର ନାରା ହେଉଛି ‘ଭୋଟ ଆମର ସରକାର ଆମର’। କେବଳ ଲୋକେ ଟିକିଏ ମନ ଓ ମତ ବଦଳାଇଲେ ସବୁ କିଛି ସମ୍ଭବ। ୨୦୨୪ ନିର୍ବାଚନରେ ଚମକାଇଲା ଭଳି ଫଳ ମିଳିବ। ଚାଷୀ କ୍ଷମତା ଦଖଲ କରିବେ। ପାର୍ଟି ନୁହେଁ, ଏଥର ଚାଷୀ ସରକାର ଓଡ଼ିଶା ଦେଖିବ ବୋଲି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏହା କହିଥିଲେ। ସଙ୍ଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଥିଲେ, ତିର୍ତ୍ତୋଲରେ ଏକ ସୂତାକଳ ଥିଲା। ବହୁ ଲୋକ ଏହାଦ୍ୱାରା ଜୀବିକା ନିର୍ବାହ କରୁଥିଲେ। ତାହା ଅଚଳ ହୋଇଗଲା ପରେ ରାଜ୍ୟ ସରକାର ତାକୁ ଚଳେଇ ପାରିଲେ ନାହିଁ। ରାଜ୍ୟ ସରକାର ଚାଷୀଙ୍କୁ ରୋଜଗାର ନ ଦେଇ କେବଳ ମିଛ ବିକାଶର ପ୍ରଚାର କରୁଛନ୍ତି। ଆମ ରାଜ୍ୟ ବଜେଟର ଆକାର ବଢ଼ିଛି ସତ, କିନ୍ତୁ କାଳିଆ ସହାୟତା ରାଶି ୧୦ ହଜାରରୁ ୪ ହଜାରରେ ପହଞ୍ଚତ୍ଲାଣି। ଓମ୍‌ଫେଡ କ୍ଷୀର ଉପରୁ ବୋନସ୍‌ ପ୍ରତ୍ୟାହାର ହେଉଛି। ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଥିଲେ, ରାଜ୍ୟରେ ଜଙ୍ଗଲିରାଜ ଚାଲିଛି। ଓଡ଼ିଆମାନେ ଶୋଷିତ ହେଉଛନ୍ତି। ଓଡ଼ିଶା ଏବେ ଅଣଓଡ଼ିଆଙ୍କ ଚରାଭୂଇଁ ପାଲଟିଛି। ସମାବେଶର ଉଦ୍ୟୋକ୍ତା ତଥା ସଙ୍ଗଠନ ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ କହିଥିଲେ, ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ। କିନ୍ତୁ ଆମ ସରକାର ଚାଷୀ ଆୟ ବୃଦ୍ଧି କିମ୍ବା ତାଙ୍କ ସୁରକ୍ଷା ପାଇଁ ଗୁରୁତ୍ୱ ଦେଉନାହାନ୍ତି। ପଡ଼ୋଶୀ ଛତିଶଗଡ଼ରେ ଧାନ କୁଇଣ୍ଟାଲରେ ୫୦୦ ଟଙ୍କା ବୋନସ ଦିଆଯାଉଥିବା ବେଳେ ଓଡ଼ିଶାରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି। ସଙ୍ଗଠନ ନେତା ବାସୁଦେବ କହିଥିଲେ, ସରକାର ଟାଟାକୁ ବିଦ୍ୟୁତ ବିକ୍ରି କରି ଦେଇଛନ୍ତି। ଜଗତ୍‌ସିଂହପୁର ଜିଲାରେ ମେଡିକାଲ କଲେଜ ହେବାର ସମସ୍ତ ଯୋଗ୍ୟତା ସତ୍ତ୍ବେ ହେଉନାହିଁ। ସଙ୍ଗଠନର ପୂର୍ବତନ ସଂଯୋଜକ ଦୁର୍ଗାଚରଣ ସ୍ବାଇଁ ଓ ଅଶୋକ ସ୍ବାଇଁ କହିଥିଲେ, ଏଥର ଚାଷୀ ସରକାର ଆସିବ ବୋଲି ସେମାନେ ଆଶାବାଦୀ। ସମାବେଶ ପୂର୍ବରୁ ଚାଷୀମାନେ ଖେରସସ୍ଥିତ ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସହର ପରିକ୍ରମା କରି ଶୋଭାଯାତ୍ରାରେ ସଭାସ୍ଥଳ ପର୍ଯ୍ୟନ୍ତ ଯାଇଥିଲେ। ପ୍ରାରମ୍ଭରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବୀ ପ୍ରସାଦ ମହାରଣା ବୈପ୍ଳବିକ ସଂଗୀତ ଗାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ନେତୃତ୍ୱ ଯଥା ଅଶୋକ ସ୍ବାଇଁ, ବିଷ୍ଣୁଚରଣ ଦାସ, ରଘୁନାଥପୁର ବ୍ଲକ ସଂଯୋଜକ ଶରତଚନ୍ଦ୍ର ମହାପାତ୍ର, ତିର୍ତ୍ତୋଲ ସଂଯୋଜକ ମଙ୍ଗୁଳି ଚରଣ ରାଉତ, ଆଲୋକ ସ୍ବାଇଁ, ରଘୁନାଥ ନାୟକ, ଅମୂଲ୍ୟ ମହାନ୍ତି, ଅଭୟ ସ୍ବାଇଁ, ସୁରେଶ ପଟ୍ଟନାୟକ, ଦେବବ୍ରତ ସାହୁ, ଗୋବିନ୍ଦ ସାହୁ, ବିଜୟ ପତି ଓ ସଞ୍ଜୟ ସାହୁ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri