ପାର୍ଟି ନୁହେଁ, ଏଥର ଚାଷୀ ସରକାର ଦରକାର

ଜଗତ୍‌ସିଂହପୁର,୨ା୩(ପ୍ରମୋଦ କୁମାର ନାୟକ): ଚାଷୀଙ୍କ ୮୦ ପ୍ରତିଶତ ଭୋଟରେ ଭାଜପା କେନ୍ଦ୍ର ଓ ବିଜେଡି ରାଜ୍ୟରେ ସରକାର ଚଳାଇଛି। ଦୀର୍ଘ ୨୪ ବର୍ଷ ହେଲା ବିଜେଡି ଓଡ଼ିଶାରେ ଶାସନ କରି ଚାଲିଛି। ଏହା ସତ୍ତ୍ୱେ ଚାଷୀମାନେ ଉପେକ୍ଷିତ ହେଉଛନ୍ତି। ଏନେଇ ଏଥର ଚାଷୀ ବିରୋଧୀ ସରକାର କରେଇ ଦେବୁ ନାହିଁ। କ୍ଷମତା ଚାବି ବିଜେଡି, ଭାଜପା କିମ୍ବା କଂଗ୍ରେସ ହାତରେ ଧରାଇବୁ ନାହିଁ। ଚାଷୀ ନିଜ ଭୋଟରେ ନିଜ ସରକାର କରିବ। ସ୍ଥାନୀୟ ବଙ୍ଗଳା ଛକ ନିକଟ କେନାଲ ଆରପଟ ପଡ଼ିଆରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆୟୋଜିତ ସଂକଳ୍ପ ସମାବେଶରେ ଏହା କୁହାଯାଇଛି।
ସଙ୍ଗଠନର ନେତାମାନେ ଏକଥା ମଧ୍ୟ କହିଥିଲେ, କ୍ଷମତାକୁ ଯିବା ପାଇଁ ସେମାନଙ୍କର ରାଜନୈତିକ ଲାଳସା କେବେ ନ ଥିଲା। କିନ୍ତୁ ସରକାର ସେମାନଙ୍କୁ ଏକପ୍ରକାର ବାଧ୍ୟ କଲା। ଚାଷୀ ତା’ନ୍ୟାର୍ଯ୍ୟ ଦାବି ନେଇ ଭୁବନେଶ୍ୱରରେ ଥରେ କି ଦୁଇ ଥର ନୁହେଁ, ଚାରି ଥର ଆନ୍ଦୋଳନ ପାଇଁ ଚେଷ୍ଟା କରିଛି, କିନ୍ତୁ ଦାବିପୂରଣ ହୋଇନାହିଁ। ସେହିପରି ଧାନ, କ୍ଷୀର ଆଦି ଉପରେ ବୋନସ କିମ୍ବା ରିଲିଫ କୋଡ୍‌ ସଂଶୋଧନ କେଉଁଥିରେ ସରକାରଙ୍କ ଆଗ୍ରହ ରହୁନାହିଁ। ମଣ୍ଡିରେ ଧାନ ବସ୍ତାରେ ୩ରୁ ୪ କେଜି କାଟ୍‌ କରାଯାଉଛି। ତେଣୁ ଚାଷୀ ନିଜ ଭୋଟରେ ନିଜ ସରକାର ଗଢିିବା ପାଇଁ ସଂକଳ୍ପ ନେଇଛି। ଏହି ସମାବେଶର ନାରା ହେଉଛି ‘ଭୋଟ ଆମର ସରକାର ଆମର’। କେବଳ ଲୋକେ ଟିକିଏ ମନ ଓ ମତ ବଦଳାଇଲେ ସବୁ କିଛି ସମ୍ଭବ। ୨୦୨୪ ନିର୍ବାଚନରେ ଚମକାଇଲା ଭଳି ଫଳ ମିଳିବ। ଚାଷୀ କ୍ଷମତା ଦଖଲ କରିବେ। ପାର୍ଟି ନୁହେଁ, ଏଥର ଚାଷୀ ସରକାର ଓଡ଼ିଶା ଦେଖିବ ବୋଲି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏହା କହିଥିଲେ। ସଙ୍ଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଥିଲେ, ତିର୍ତ୍ତୋଲରେ ଏକ ସୂତାକଳ ଥିଲା। ବହୁ ଲୋକ ଏହାଦ୍ୱାରା ଜୀବିକା ନିର୍ବାହ କରୁଥିଲେ। ତାହା ଅଚଳ ହୋଇଗଲା ପରେ ରାଜ୍ୟ ସରକାର ତାକୁ ଚଳେଇ ପାରିଲେ ନାହିଁ। ରାଜ୍ୟ ସରକାର ଚାଷୀଙ୍କୁ ରୋଜଗାର ନ ଦେଇ କେବଳ ମିଛ ବିକାଶର ପ୍ରଚାର କରୁଛନ୍ତି। ଆମ ରାଜ୍ୟ ବଜେଟର ଆକାର ବଢ଼ିଛି ସତ, କିନ୍ତୁ କାଳିଆ ସହାୟତା ରାଶି ୧୦ ହଜାରରୁ ୪ ହଜାରରେ ପହଞ୍ଚତ୍ଲାଣି। ଓମ୍‌ଫେଡ କ୍ଷୀର ଉପରୁ ବୋନସ୍‌ ପ୍ରତ୍ୟାହାର ହେଉଛି। ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଥିଲେ, ରାଜ୍ୟରେ ଜଙ୍ଗଲିରାଜ ଚାଲିଛି। ଓଡ଼ିଆମାନେ ଶୋଷିତ ହେଉଛନ୍ତି। ଓଡ଼ିଶା ଏବେ ଅଣଓଡ଼ିଆଙ୍କ ଚରାଭୂଇଁ ପାଲଟିଛି। ସମାବେଶର ଉଦ୍ୟୋକ୍ତା ତଥା ସଙ୍ଗଠନ ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ କହିଥିଲେ, ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ। କିନ୍ତୁ ଆମ ସରକାର ଚାଷୀ ଆୟ ବୃଦ୍ଧି କିମ୍ବା ତାଙ୍କ ସୁରକ୍ଷା ପାଇଁ ଗୁରୁତ୍ୱ ଦେଉନାହାନ୍ତି। ପଡ଼ୋଶୀ ଛତିଶଗଡ଼ରେ ଧାନ କୁଇଣ୍ଟାଲରେ ୫୦୦ ଟଙ୍କା ବୋନସ ଦିଆଯାଉଥିବା ବେଳେ ଓଡ଼ିଶାରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି। ସଙ୍ଗଠନ ନେତା ବାସୁଦେବ କହିଥିଲେ, ସରକାର ଟାଟାକୁ ବିଦ୍ୟୁତ ବିକ୍ରି କରି ଦେଇଛନ୍ତି। ଜଗତ୍‌ସିଂହପୁର ଜିଲାରେ ମେଡିକାଲ କଲେଜ ହେବାର ସମସ୍ତ ଯୋଗ୍ୟତା ସତ୍ତ୍ବେ ହେଉନାହିଁ। ସଙ୍ଗଠନର ପୂର୍ବତନ ସଂଯୋଜକ ଦୁର୍ଗାଚରଣ ସ୍ବାଇଁ ଓ ଅଶୋକ ସ୍ବାଇଁ କହିଥିଲେ, ଏଥର ଚାଷୀ ସରକାର ଆସିବ ବୋଲି ସେମାନେ ଆଶାବାଦୀ। ସମାବେଶ ପୂର୍ବରୁ ଚାଷୀମାନେ ଖେରସସ୍ଥିତ ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସହର ପରିକ୍ରମା କରି ଶୋଭାଯାତ୍ରାରେ ସଭାସ୍ଥଳ ପର୍ଯ୍ୟନ୍ତ ଯାଇଥିଲେ। ପ୍ରାରମ୍ଭରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବୀ ପ୍ରସାଦ ମହାରଣା ବୈପ୍ଳବିକ ସଂଗୀତ ଗାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ନେତୃତ୍ୱ ଯଥା ଅଶୋକ ସ୍ବାଇଁ, ବିଷ୍ଣୁଚରଣ ଦାସ, ରଘୁନାଥପୁର ବ୍ଲକ ସଂଯୋଜକ ଶରତଚନ୍ଦ୍ର ମହାପାତ୍ର, ତିର୍ତ୍ତୋଲ ସଂଯୋଜକ ମଙ୍ଗୁଳି ଚରଣ ରାଉତ, ଆଲୋକ ସ୍ବାଇଁ, ରଘୁନାଥ ନାୟକ, ଅମୂଲ୍ୟ ମହାନ୍ତି, ଅଭୟ ସ୍ବାଇଁ, ସୁରେଶ ପଟ୍ଟନାୟକ, ଦେବବ୍ରତ ସାହୁ, ଗୋବିନ୍ଦ ସାହୁ, ବିଜୟ ପତି ଓ ସଞ୍ଜୟ ସାହୁ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri