ସହିବା ସୀମା ଟପିଗଲାଣି, ଏଥର ସାରା ଓଡ଼ିଶା ଜଳିବ

ପାରାଦୀପ,୧୬।୯(ଶରତ ରାଉତ): ଗତ ସାଧାରଣ ନିର୍ବାଚନ ପୂର୍ବରୁ ପାରାଦୀପ ବିଜେଡି ମଧ୍ୟରେ ଚାଲିଥିବା ଶୀତଳ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଓ ବର୍ତ୍ତମାନ ପାରାଦୀପ ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଶନିବାର ଓ ରବିବାର ବସନ୍ତ-ସମ୍ବିତଙ୍କ ସମର୍ଥକ ପାରାଦୀପ ଆଦର୍ଶ ଥାନାରେ ପରସ୍ପର ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ପାରାଦୀପ ବିଜେଡିରେ ରାଜନୀତି ସରଗରମ ହୋଇଛି। ଶନିବାର ରାତିରେ ବସନ୍ତଙ୍କ ସମର୍ଥକ ତଥା ଜିଲା ବିଜେଡି ସାଧାରଣ ସମ୍ପାଦକ ମନୋଜ କୁମାର ବେହେରା ଥାନାରେ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ସମ୍ବିତଙ୍କ ସମର୍ଥକ ପାରାଦୀପ ନଗର ବିଜେଡି କାର୍ଯ୍ୟକାରୀ ସଭାପତି କୁମରବର ନାୟକ, ପୂର୍ବତନ ବିଧାୟକ ପ୍ରତିନିଧି ରଶ୍ମିରଞ୍ଜନ ପରିଡ଼ା, ମାନସ ବିଶ୍ୱାଳ, ସୁଶୀଲ ମହାପାତ୍ର ୧୩ ତାରିଖ ସାରେ ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ସେମାନେ ଲୋକପ୍ରିୟ ନେତା ବସନ୍ତଙ୍କ ବିରୋଧରେ କିଛି ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ। ତାଙ୍କୁ ଦଳରୁ ବହିଷ୍କାର କରା ନ ଗଲେ ମାରି ବିଦା କରିବୁ ବୋଲି କହିଥିଲେ। ଜଣେ ନେତାଙ୍କୁ ଗଣମାଧ୍ୟମ ଆଗରେ ମାରିବା ଭଳି ଧମକ ଦେବା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏହି ଘଟଣା ପରେ ରବିବାର ସମ୍ବିତଙ୍କ ସମର୍ଥକ ମାନସ ବିଶ୍ୱାଳ ଥାନାରେ ଅଭିଯୋଗରେ ଦର୍ଶାଇଛନ୍ତି, ଗତ ୧୧ ତାରିଖ ସାଙ୍ଗଠନିକ ସଭାରେ ବସନ୍ତ ଓ ଅନ୍ୟ କେତେଜଣ କର୍ମୀ ପୂର୍ବତନ ବିଧାୟକ ସମ୍ବିତଙ୍କ ବିରୋଧରେ କଟୁ ଶବ୍ଦ ପ୍ରୟୋଗ କରିଥିଲେ। ସେ ଦଳରେ ବିଭିନ୍ନ ପଦପଦବୀରେ ରହି ଯେଉଁ ସୁବିଧା ସୁଯୋଗ ନେଇଛନ୍ତି ତା’ର ତଦନ୍ତ ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିନାହିଁ। କିନ୍ତୁ ଅଭିଯୋଗ ଘଟଣାକୁ ନେଇ ୨ ନେତାଙ୍କ ସମର୍ଥକ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି।
୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପରାଜୟ ଘଟଣାକୁ ପୂର୍ବତନ ବିଧାୟକଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏଥିରେ ବସନ୍ତ ଦଳ ବିରୋଧ କାମ କରି ଭାଜପା ପ୍ରାର୍ଥୀଙ୍କ ପାଇଁ ଲୁକ୍କାୟିତ ଭାବେ କାମ କରୁଥିଲେ ବୋଲି ପ୍ରଥମେ ଚର୍ଚ୍ଚା ହେଉଥିଲା। ଗତ ଜୁଲାଇରେ ବିଜେଡିର ସମ୍ବିତଙ୍କ ସମର୍ଥକମାନେ ବନ୍ଧୁମିଳନ ସଭା କରିଥିଲେ। ସେଥିରେ ବସନ୍ତ ଅନୁପସ୍ଥିତ ଥିଲେ। ପୁଣି ଅଗଷ୍ଟରେ ଜନଜାଗରଣ ଶୋଭାଯାତ୍ରା କରାଯାଇଥିଲା। ସେଥିରେ ମଧ୍ୟ ବସନ୍ତ ଅନୁପସ୍ଥିତ ଥିଲେ। ଏହି ଘଟଣା ପରେ ବସନ୍ତ ସେପ୍ଟେମ୍ବର ୧୧ରେ ସାଙ୍ଗଠନିକ ସଭା କରିଥିଲେ। ସେଥିରେ ଦଳର ଆଗଧାଡିର କର୍ମୀ, ପୂର୍ବତନ ଏମ୍‌ପି କୁଳମଣି ସାମଲ, ରାଜ୍ୟ ସମ୍ପାଦକ ପ୍ରମୋଦ କିଶୋର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ସଭାରେ ସମ୍ବିତ କିମ୍ବା ତାଙ୍କ ସମର୍ଥକ ନ ଥିଲେ। ସେହି ସଭା ପରେ ଏବେ ଥାନାରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri