ସହିବା ସୀମା ଟପିଗଲାଣି, ଏଥର ସାରା ଓଡ଼ିଶା ଜଳିବ

ପାରାଦୀପ,୧୬।୯(ଶରତ ରାଉତ): ଗତ ସାଧାରଣ ନିର୍ବାଚନ ପୂର୍ବରୁ ପାରାଦୀପ ବିଜେଡି ମଧ୍ୟରେ ଚାଲିଥିବା ଶୀତଳ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଓ ବର୍ତ୍ତମାନ ପାରାଦୀପ ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଶନିବାର ଓ ରବିବାର ବସନ୍ତ-ସମ୍ବିତଙ୍କ ସମର୍ଥକ ପାରାଦୀପ ଆଦର୍ଶ ଥାନାରେ ପରସ୍ପର ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ପାରାଦୀପ ବିଜେଡିରେ ରାଜନୀତି ସରଗରମ ହୋଇଛି। ଶନିବାର ରାତିରେ ବସନ୍ତଙ୍କ ସମର୍ଥକ ତଥା ଜିଲା ବିଜେଡି ସାଧାରଣ ସମ୍ପାଦକ ମନୋଜ କୁମାର ବେହେରା ଥାନାରେ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ସମ୍ବିତଙ୍କ ସମର୍ଥକ ପାରାଦୀପ ନଗର ବିଜେଡି କାର୍ଯ୍ୟକାରୀ ସଭାପତି କୁମରବର ନାୟକ, ପୂର୍ବତନ ବିଧାୟକ ପ୍ରତିନିଧି ରଶ୍ମିରଞ୍ଜନ ପରିଡ଼ା, ମାନସ ବିଶ୍ୱାଳ, ସୁଶୀଲ ମହାପାତ୍ର ୧୩ ତାରିଖ ସାରେ ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ସେମାନେ ଲୋକପ୍ରିୟ ନେତା ବସନ୍ତଙ୍କ ବିରୋଧରେ କିଛି ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ। ତାଙ୍କୁ ଦଳରୁ ବହିଷ୍କାର କରା ନ ଗଲେ ମାରି ବିଦା କରିବୁ ବୋଲି କହିଥିଲେ। ଜଣେ ନେତାଙ୍କୁ ଗଣମାଧ୍ୟମ ଆଗରେ ମାରିବା ଭଳି ଧମକ ଦେବା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏହି ଘଟଣା ପରେ ରବିବାର ସମ୍ବିତଙ୍କ ସମର୍ଥକ ମାନସ ବିଶ୍ୱାଳ ଥାନାରେ ଅଭିଯୋଗରେ ଦର୍ଶାଇଛନ୍ତି, ଗତ ୧୧ ତାରିଖ ସାଙ୍ଗଠନିକ ସଭାରେ ବସନ୍ତ ଓ ଅନ୍ୟ କେତେଜଣ କର୍ମୀ ପୂର୍ବତନ ବିଧାୟକ ସମ୍ବିତଙ୍କ ବିରୋଧରେ କଟୁ ଶବ୍ଦ ପ୍ରୟୋଗ କରିଥିଲେ। ସେ ଦଳରେ ବିଭିନ୍ନ ପଦପଦବୀରେ ରହି ଯେଉଁ ସୁବିଧା ସୁଯୋଗ ନେଇଛନ୍ତି ତା’ର ତଦନ୍ତ ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିନାହିଁ। କିନ୍ତୁ ଅଭିଯୋଗ ଘଟଣାକୁ ନେଇ ୨ ନେତାଙ୍କ ସମର୍ଥକ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି।
୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପରାଜୟ ଘଟଣାକୁ ପୂର୍ବତନ ବିଧାୟକଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏଥିରେ ବସନ୍ତ ଦଳ ବିରୋଧ କାମ କରି ଭାଜପା ପ୍ରାର୍ଥୀଙ୍କ ପାଇଁ ଲୁକ୍କାୟିତ ଭାବେ କାମ କରୁଥିଲେ ବୋଲି ପ୍ରଥମେ ଚର୍ଚ୍ଚା ହେଉଥିଲା। ଗତ ଜୁଲାଇରେ ବିଜେଡିର ସମ୍ବିତଙ୍କ ସମର୍ଥକମାନେ ବନ୍ଧୁମିଳନ ସଭା କରିଥିଲେ। ସେଥିରେ ବସନ୍ତ ଅନୁପସ୍ଥିତ ଥିଲେ। ପୁଣି ଅଗଷ୍ଟରେ ଜନଜାଗରଣ ଶୋଭାଯାତ୍ରା କରାଯାଇଥିଲା। ସେଥିରେ ମଧ୍ୟ ବସନ୍ତ ଅନୁପସ୍ଥିତ ଥିଲେ। ଏହି ଘଟଣା ପରେ ବସନ୍ତ ସେପ୍ଟେମ୍ବର ୧୧ରେ ସାଙ୍ଗଠନିକ ସଭା କରିଥିଲେ। ସେଥିରେ ଦଳର ଆଗଧାଡିର କର୍ମୀ, ପୂର୍ବତନ ଏମ୍‌ପି କୁଳମଣି ସାମଲ, ରାଜ୍ୟ ସମ୍ପାଦକ ପ୍ରମୋଦ କିଶୋର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ସଭାରେ ସମ୍ବିତ କିମ୍ବା ତାଙ୍କ ସମର୍ଥକ ନ ଥିଲେ। ସେହି ସଭା ପରେ ଏବେ ଥାନାରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri