ଏଥର ଉଠିପାରେ ରତ୍ନଭଣ୍ଡାର ପ୍ରସଙ୍ଗ

ପୁରୀ ଅଫିସ,୨୬।୧୧:  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ପୁରୀ ଜିଲା ଟ୍ରେଜେରି ତଥ୍ୟରେ ତାଳମେଳ ରହୁ ନ ଥିବା ଜଣାପଡ଼ିବା ପରେ ଜଗନ୍ନାଥପ୍ରେମୀ ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବାସ୍ତବରେ ରତ୍ନଭଣ୍ଡାରରେ ରତ୍ନ ଅଳଙ୍କାର ସବୁ ସୁରକ୍ଷିତ ରହିଛି କି ନାହିଁ ତାହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଲାଣି। ଅନ୍ୟପକ୍ଷରେ ଆଗାମୀ ୧ତାରିଖରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ରତ୍ନଭଣ୍ଡାର ପ୍ରସଙ୍ଗ ଆଲୋଚନା କରାଯିବାକୁ ଜଗନ୍ନାଥପ୍ରେମୀ ତଥା ଶ୍ରଦ୍ଧାଳୁଙ୍କ ସମେତ ବିଭିନ୍ନ ମହଲରେ ଦାବି ଜୋର ଧରିବାରେ ଲାଗିଲାଣି। ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି, ପୁରୀବାସୀ ଓ ରାଜ୍ୟବାସୀଙ୍କ ଭାବାବେଗ ସହିତ ରତ୍ନଭଣ୍ଡାର ପ୍ରସଙ୍ଗ ଜଡ଼ିତ। ତେଣୁ ମୁଁ ନିଶ୍ଚିତ ଭାବେ ଚଳିତ ବିଧାନସଭା ଶୀତ ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇବି।

ସୂଚନା ଅନୁଯାୟୀ, ୧୯୬୦ରୁ ୧୯୮୫ ମସିହା ମଧ୍ୟରେ ଶ୍ରୀମନ୍ଦିର ଭିତର ଭଣ୍ଡାର ୭ଥର ଖୋଲାଯାଇଛି। ୧୯୬୭ରେ ସୁନା ଅଳଙ୍କାର, ୧୯୬୯ରେ ଚନ୍ଦନଯାତ୍ରାର ବିମାନ ତିଆରି, ୧୯୭୨ ଓ ୧୯୭୪ରେ ମହାଲକ୍ଷ୍ମୀଙ୍କ ମୂର୍ତ୍ତି ନିର୍ମାଣ, ୧୯୭୮ରେ ରତ୍ନ ଅଳଙ୍କାର ତାଲିକା ପ୍ରସ୍ତୁତ, ୧୯୮୨ରେ କଳାହାଟ ଦ୍ୱାର ରୁପା ଛାଉଣୀ ଓ ୧୯୮୫ରେ ବଳଭଦ୍ରଙ୍କ ଚିତା ପାଇଁ ରତ୍ନଭଣ୍ଡାର ଖୋଲାଯାଇଥିଲା। ୧୯୮୫ ପରଠାରୁ ଏପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲାଯାଇନାହିଁ। ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ଥିବା କଥା ଏଏସ୍‌ଆଇ, ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ୨୦୧୮ରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିବା ୧୭ ଜଣିଆ ପ୍ରାଧିକୃତ ସଭ୍ୟମାନେ ଉଲ୍ଲେଖ କରିଥିଲେ ମଧ୍ୟ ଏହାକୁ ଖୋଲିବାକୁ ରାଜ୍ୟ ସରକାରଙ୍କ ଆଇନ ବିଭାଗ ଆଗ୍ରହ ପ୍ରକାଶ କରୁନାହିଁ। ୧୯୭୮ ମସିହାରେ ରତ୍ନଅଳଙ୍କାର ତାଲିକା ପ୍ରସ୍ତୁତ ହୋଇଥିଲା। ଭିତରଭଣ୍ଡାର ଘରେ ଥିବା ଅବ୍ୟବହୃତ ଅଲଙ୍କାରର ତାଲିକା ଅନୁଯାୟୀ ୩୬୭ଟି ସୁନା ଅଳଙ୍କାର ଥିବା ବେଳେ ଏହାର ଓଜନ ୪୩୬୪ ଭରି। ସେହିପରି ୧୪ହଜାର ୮୭୮ ଭରି ୬ ଅଣା ଓଜନର ୨୩୧ଟି ରୁପା ଅଳଙ୍କାର ରହିଛି। ଏହାବ୍ୟତୀତ ପାର୍ବଣ ସମୟରେ ମହାପ୍ରଭୁଙ୍କ ପାଇଁ ବ୍ୟବହୃତ ହେଉଥିବା ଅଳଙ୍କାର ଭିତରୁ ୮ ହଜାର ୧୭୫ ଭରି ୩ ବିଭକ୍ତ ୪ ଅଣାର ୭୯ଟି ସୁନା ଅଳଙ୍କାର ଏବଂ ୪ ହଜାର ୬୭୧ ଭରି ୨ ଅଣା ଓଜନର ୩୯ଟି ରୁପା ଅଳଙ୍କାର ଥିବା ତାଲିକାରେ ଉଲ୍ଲେଖ ରହିଛି। ସେହିପରି ଦୈନନ୍ଦିନ ନୀତିକାନ୍ତିରେ ବ୍ୟବହୃତ ଅଳଙ୍କାର ମଧ୍ୟରୁ ୮ଟି ସୁନା ଅଳଙ୍କାରର ଓଜନ ୨୯୯ ଭରି ୧ ଅଣା ହୋଇଥିବା ବେଳେ ୨୩ଟି ରୁପା ଅଳଙ୍କାରର ଓଜନ ୨୬୦୩ ଭରି ୮ ଅଣା। ସର୍ବମୋଟ୍‌ ଭିତର ଓ ବାହାର ରତ୍ନଭଣ୍ଡାରକୁ ମିଶାଇ ୪୫୪ଟି ସୁନା ଅଳଙ୍କାର ବାବଦକୁ ୧୨ ହଜାର ୮୩୮ ଭରି ଏକ ଦଶମିକ ୩ ବିଭକ୍ତ ୪ ଅଣା ଓଜନର ସୁନା ଓ ୨୯୩ଟି ରୁପା ଅଳଙ୍କାର ବାବଦକୁ ୨୨ ହଜାର ୧୫୩ ଭରି ଓଜନର ରୁପା ରହିଛି। ସେସମୟରେ ୧୪ଟି ସୁନା ଓ ରୁପା ଜିନିଷ ବିଭିନ୍ନ କାରଣରୁ ଓଜନ ହୋଇପାରି ନ ଥିଲା। ତେଣୁ ଏହାକୁ ଗଣନାରେ ସାମିଲ କରାଯାଇନାହିଁ। ଏହି ତାଲିକା ୧୯୭୮ରେ ରତ୍ନଅଳଙ୍କାର ଗଣନା ପରେ ହିସାବ ହୋଇଥିଲା। ଏହାପରଠାରୁ ରାଜ୍ୟବାସୀ ରତ୍ନଭଣ୍ଡାରକୁ ପୁଣି ଥରେ ଯାଞ୍ଚ କରିବାକୁ ଚାହୁଁଥିଲେ ମଧ୍ୟ ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରୁନାହାନ୍ତି। ଅନ୍ୟପକ୍ଷରେ ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ଭିତର ରତ୍ନଭଣ୍ଡାରର ମରାମତି ଆବଶ୍ୟକ। ୧୭ଜଣିଆ ଟିମ୍‌ ଯାଞ୍ଚ ପରେ ମଧ୍ୟ ଏହି କଥା କହିଥିଲେ। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଧ୍ୟାନ ଦେଉନାହାନ୍ତି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ, ରାଜ୍ୟ ସରକାର ଜାଣିଶୁଣି ରତ୍ନଭଣ୍ଡାର ଖୋଲୁନାହାନ୍ତି। ଆଗାମୀ ବିଧାନସଭା ଶୀତ ଅଧିବେଶନରେ ରତ୍ନଭଣ୍ଡାର ପ୍ରସଙ୍ଗରେ ଆଲୋଚନା ହେବା ଉଚିତ। ଏହାଦ୍ୱାରା କୋଟି କୋଟି ଜଗନ୍ନାଥପ୍ରେମୀ ଖୁସି ହେବେ। ସେହିପରି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ରତ୍ନଭଣ୍ଡାର ପ୍ରସଙ୍ଗ ହାଇକୋର୍ଟରେ ପହଞ୍ଚିସାରିଛି। ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ ମଧ୍ୟ ସନ୍ଦେହ ଘେରକୁ ଆସୁଛି। ମାତ୍ର ରାଜ୍ୟ ସରକାର ସ୍ଥାଣୁ ହୋଇ ବସିଛନ୍ତି। ଆସନ୍ତା ଶୀତ ଅଧିବେଶନରେ ଏହି ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ହେବା ଦରକାର। ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟନାରାୟଣ ରଥ କହିଛନ୍ତି, ଜିଲା ପ୍ରଶାସନ ବାରମ୍ବାର ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରି ରତ୍ନଭଣ୍ଡାର ସୁରକ୍ଷା ପ୍ରସଙ୍ଗକୁ ସନ୍ଦେହକୁ ଠେଲି ଦେଇଛି। ଏଣୁ ପ୍ରଶାସନ ତୁରନ୍ତ ରତ୍ନଭଣ୍ଡାର ସ୍ଥିତି ପରଖି ମରାମତି କରିବା ସହ ଅଳଙ୍କାର ଗଣନା କରନ୍ତୁ ବୋଲି ରଥ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri