Posted inଖେଳ

ଏଥର କଳାପଟି ନୁହେଁ, ହ୍ବାଇଟ ହେୟାର ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ ବାହାରିଲା ଇଂଲଣ୍ଡ ଟିମ୍‌, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧।୮: ଶୁକ୍ରବାର ଓଭାଲରେ ଖେଳାଯାଉଥିବା ୫ମ ଟେଷ୍ଟର ଦ୍ୱିତୀୟ ଦିନ। ମ୍ୟାଚ ଆରମ୍ଭ ହେବା ମାତ୍ରେ ଭାରତ ପକ୍ଷରୁ କରୁଣ ନାୟାର ଏବଂ ୱାଶିଂଟନ ସୁନ୍ଦର ପଡ଼ିଆକୁ ଆସିଥିଲେ। ଇଂଲଣ୍ଡ ଟିମ୍‌ ମଧ୍ୟ ପଡ଼ିଆକୁ ଫିଲ୍ଡିଂ କରିବାକୁ ଆସିଥିଲେ। ଏହି ସମୟରେ, ଇଂଲଣ୍ଡ ଟିମ୍‌ ହ୍ବାଇଟ ହେୟାର ବ୍ୟାଣ୍ଡ ପିନ୍ଧିଥିବା ଦେଖାଯାଇଥିଲା। ଏହାକୁ ଦେଖି ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଥିଲା ଯେ ସମସ୍ତ ଖେଳଳା ଏପରି କାହିଁକି କଲେ। ସାଧାରଣତଃ, ଯେତେବେଳେ କିଛି ଦୁଃଖଦ ଘଟଣା ଘଟେ, ଦଳ କଳା ପଟି ପିନ୍ଧି ପଡ଼ିଆକୁ ଆସନ୍ତି।
ପ୍ରକୃତରେ, ଆଜି ଇଂଲଣ୍ଡର ପୂର୍ବତନ ମଧ୍ୟକ୍ରମ ବ୍ୟାଟସମ୍ୟାନ ଗ୍ରାହାମ ଥର୍ପଙ୍କ ଜନ୍ମଦିନ। ସେ ମୁଣ୍ଡରେ ପଟି କିମ୍ବା ରୁମାଲ ରଖି ଖେଳୁଥିଲେ। ତେଣୁ ପୁରା ଟିମ୍‌ ତାଙ୍କ ସ୍ମୃତିରେ ଏହା କରୁଛି। ପ୍ରକୃତରେ, ୧ ଅଗଷ୍ଟ ୧୯୬୯ରେ ଜନ୍ମଗ୍ରହଣ କରିଥିବା ଗ୍ରାହାମ ଥର୍ପଙ୍କ ମୃତ୍ୟୁ ୪ ଅଗଷ୍ଟ ୨୦୨୪ରେ ହୋଇଥିଲା। ୪ ଅଗଷ୍ଟ ୨୦୨୪ ସକାଳେ ସରେର ଏଶର୍‌ ରେଳ ଷ୍ଟେଶନରେ ଟ୍ରେନରେ ଧକ୍କା ହେବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ଥର୍ପ ବହୁ ବର୍ଷ ଧରି ଡିପ୍ରେସନ ଏବଂ ଚିନ୍ତା ସହିତ ଲଢ଼ୁଥିଲେ। ଯଦି ଆମେ ଗ୍ରାହାମ ଥର୍ପଙ୍କ କ୍ୟାରିୟର ଉପରେ ନଜର ପକାଇବା, ତେବେ ସେ ୧୦୦ଟି ଟେଷ୍ଟ ମ୍ୟାଚ ଖେଳିଥିଲେ। ୧୯୯୩ ମସିହା ଜୁଲାଇରେ ଟେଷ୍ଟ ଡେବ୍ୟୁ କରିଥିବା ଗ୍ରାହାମ ଥର୍ପ ୧୭୯ ଇନିଂସରେ ୪୪.୬୬ ହାରରେ ଏବଂ ୪୫.୮୯ ଷ୍ଟ୍ରାଇକ ରେଟ ସହିତ ୬୭୪୪ ରନ କରିଥିଲେ। ଏହି ସମୟରେ ସେ ୩୯ଟି ଅର୍ଦ୍ଧଶତକ ଏବଂ ୧୯ଟି ଶତକ ହାସଲ କରିଥିଲେ।
ଗ୍ରାହାମ ତାଙ୍କ କ୍ୟାରିୟରରେ ୮୨ଟି ଦିନିକିଆ ମଧ୍ୟ ଖେଳିଥିଲେ। ଏହି ଫର୍ମାଟର ୭୭ ଇନିଂସରେ ସେ ୩୭.୧୮ ହାରରେ ଏବଂ ୭୧.୧୭ ଷ୍ଟ୍ରାଇକ ରେଟ ସହିତ ୨୩୮୦ ରନ କରିଥିଲେ। ସେ ଦିନିକିଆରେ କୌଣସି ଶତକ କରିପାରି ନଥିଲେ। ଏହି ଫର୍ମାଟରେ ତାଙ୍କ ନାମରେ ୨୧ଟି ଅର୍ଦ୍ଧଶତକ ଅଛି। ଏହା ସହିତ, ତାଙ୍କର ସର୍ବୋତ୍ତମ ସ୍କୋର ହେଉଛି ୮୯ ରନ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri