ଏଥର ୫ ଘଣ୍ଟିଆ ଅଧିବେଶନ

ଭୁବନେଶ୍ୱର, ୧୮ା୨(ବ୍ୟୁରୋ):ଷୋଡ଼ଶ ଓଡ଼ିଶା ବିଧାନସଭାର ଷଷ୍ଠ ଅଧିବେଶନ ସୁରୁଖୁରୁରେ ସମ୍ପନ୍ନ ପାଇଁ ବୁଧବାର ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିଧାନସଭା ଅଧିବେଶନ ସଂକ୍ରାନ୍ତୀୟ ବିଭିନ୍ନ ପ୍ରସଙ୍ଗ ଉପରେ ସରକାରୀ ଏବଂ ବିରୋଧୀ ଦଳ ନେତାମାନଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି। ଚଳିତ ବିଧାନସଭା ଅଧିବେଶନ ୫ ଘଣ୍ଟିଆ ହେବ। ଏଥିରେ ପ୍ରଶ୍ନକାଳ ଏବଂ ଶୂନ୍ୟକାଳ ରହିବ ବୋଲି ନିଷ୍ପତ୍ତି ହୋଇଛି।
ଗୁରୁବାର ବିଧାନସଭାର ପ୍ରାରମ୍ଭିକ ଦିବସରେ ରାଜ୍ୟପାଳଙ୍କ ଅଭିଭାଷଣ, ଶୋକ, ଧନ୍ୟବାଦ ପ୍ରସ୍ତାବ ଏବଂ ସମ୍ମତି ବିଲ୍‌ଗୁଡିକ ଆଗତ ହେବ। ଏହାପରେ ଗୃହକୁ ମୁଲତବୀ ରଖାଯିବ। ଏଥର ଅଧିବେଶନରେ ପ୍ରଶ୍ନକାଳ ଏବଂ ସଭ୍ୟମାନଙ୍କ ତାରକା ଓ ଅଣତାରକା ଚିହ୍ନିତ ପ୍ରଶ୍ନଗୁଡିକର ଉତ୍ତର ଦିଆଯିବ। ପ୍ରାରମ୍ଭିକ ଦିବସରେ ଅଧିବେଶନ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବାକୁ ଥିବାବେଳେ ଅନ୍ୟ ଦିବସରେ ଏହା ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୧ଟା ୩୦ ଏବଂ ଅପରାହ୍ନ ୪ଟାରୁ ସା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ, ଆପ୍ରୋପ୍ରିଏଶନ୍‌ ବିଲ୍‌, ବଜେଟ ଉତ୍ତର, ଗୃହ, ସାଧାରଣ ପ୍ରଶାସନ, ରାଜସ୍ବ ବିଭାଗର ଖର୍ଚ୍ଚଦାବି ସହିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଦିନ ଗୃହର ଅପରାହ୍ନ ଅଧିବେଶନ ଅପରାହ୍ନ ୪ଟାରୁ ସା ୭ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ହୋଇଛି। କେବଳ ରବିବାରକୁ ଛାଡି ଶନିବାର ସମେତ ସମସ୍ତ ସରକାରୀ କାର୍ଯ୍ୟ ଦିବସରେ ଅଧିବେଶନ ଚାଲିବ। ବିରୋଧୀ ଦଳ ସଭ୍ୟମାନଙ୍କ ମୁଲତବୀ ପ୍ରସ୍ତାବର ଆଲୋଚନା ପାଇଁ ୯୦ ମିନିଟ୍‌ ଧାର୍ଯ୍ୟ କରାଯାଇଛି। ବିରୋଧୀ ସଦସ୍ୟଙ୍କ ପାଇଁ ୫୫ ମିନିଟ୍‌ ଧାର୍ଯ୍ୟ କରାଯାଇଥିବା ବେଳେ ସରକାରୀ ଦଳ ସଦସ୍ୟ ଓ ମନ୍ତ୍ରୀମାନଙ୍କ ଉତ୍ତର ପାଇଁ ୩୫ ମିନିଟ୍‌ ସମୟ ଧାର୍ଯ୍ୟ ହୋଇଛି। କରୋନା କଟକଣାକୁ ପୂର୍ବଥର ଭଳି ଏଥର ମଧ୍ୟ କଡ଼ାକଡ଼ି କରାଯାଇଛି। ସାମାଜିକ ଦୂରତ୍ୱ ମାନି ବିଧାୟକଙ୍କ ଆସନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଧାନସଭା ସଭ୍ୟ ଏବଂ ମନ୍ତ୍ରୀମାନେ ଠିଆହୋଇ କିମ୍ବା ବସି ବିଧାନସଭାର ଆଲୋଚନାରେ ଭାଗ ନେଇପାରିବେ। ଓକାକ୍‌ ଭୁବନେଶ୍ୱର, ଲୋକସେବା ସଦନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷ, ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ, ବିରୋଧୀ ଦଳ ନେତା ଏବଂ ବିଧାୟକଙ୍କ କାର୍ଯ୍ୟାଳୟ, ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରଭୃତିରୁ ଭିଡିଓ କନଫେରେନ୍ସ ଜରିଆରେ ଆଲୋଚନାରେ ଭାଗ ନେଇପାରିବେ। ଚଳିତଥର ବିଧାନସଭା ଅଧିବେଶନକୁ ଇ-ବିଧାନସଭା ଅଧିବେଶନ କରିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। କେବଳ ସଂଶୋଧନ ବିଲ୍‌, ବଜେଟ୍‌ ଦଲିଲ ଏବଂ ମନ୍ତ୍ରୀମାନଙ୍କ ଉତ୍ତର ହିଁ ବିବରଣୀ ଆକାରରେ ସଭ୍ୟଙ୍କୁ ଯୋଗାଇ ଦିଆଯିବ। ଅନ୍ୟଥା କାଗଜ ଆକାରରେ ଅନ୍ୟ ବିବରଣୀ ଗୃହରେ ପ୍ରଦାନ ନ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ସର୍ବଦଳୀୟ ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri