ଏଥର କୈଳାସ ପର୍ବତ, ହାଓଡା ଷ୍ଟେଶନ ତୋରଣ

କଟକ,୧୪।୯(ସୁପ୍ରିୟା ପ୍ରିୟଦର୍ଶିନୀ)ଆସନ୍ତା ୧୯ରେ ଗଣେଶ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଛି କଟକ ସହର। ବିଭିନ୍ନ କ୍ଲବ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଜୋର୍‌ସୋର୍‌ରେ ଆଗେଇ ଚାଲିଛି। ସହରରେ ନୂଆପଡାର ଗଣେଶ ପୂଜା ବେଶ୍‌ ପ୍ରସିଦ୍ଧ। ଏଠାକାର ତୋରଣ ଦେଖିବାକୁ ଲୋକଙ୍କ ଭିଡ ଜମିଥାଏ। ଚଳିତବର୍ଷ ନୂଆପଡା ଅଞ୍ଚଳରେ ବିଭିନ୍ନ କ୍ଲବ ପକ୍ଷରୁ ହାଇଦ୍ରାବାଦର ଚାଓମହଲ, ରାଣୀହାଟ କ୍ଲକ୍‌ ଟାୱାର, ଭୁବନେଶ୍ୱର ରାମ ମନ୍ଦିର, କୈଳାସ ପର୍ବତ, ଘଟଗଁା ମା’ ତାରିଣୀଙ୍କ ଗେଟ୍‌ ଆକୃତିର ତୋରଣ ନିର୍ମାଣ କରାଯିବ।

ଦିବ୍ୟଜ୍ୟୋତି କ୍ଲବ
ଏଥର କ୍ଲବ ପକ୍ଷରୁ ଭୁବନେଶ୍ୱରର ରାମ ମନ୍ଦିର ଗେଟ୍‌ ଆକୃତିର ତୋରଣ ପ୍ରସ୍ତୁତ କରାଯାଉଛି। ଚଳିତବର୍ଷ ପୂଜା ବଜେଟ ପ୍ରାୟ ୫ ଲକ୍ଷ ଟଙ୍କା ରଖାଯାଇଛି। ଆସନ୍ତା ୨୯ ତାରିଖରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ କଣ୍ଠଶିଳ୍ପୀ ସତ୍ୟଜିତ୍‌ ପ୍ରଧାନ ମୁଖ୍ୟ ଆକର୍ଷଣ ସାଜିବେ। ଭସାଣିରେ ଶ୍ରୀକାକୁଲମର ନୂତନ ବ୍ୟାଣ୍ଡ୍‌ ଦେଖିବାକୁ ମିଳିବ। ପ୍ରତିବର୍ଷ ଭଳି ଚଳିତବର୍ଷ ଶାନ୍ତିଶୃଙ୍ଖଳାର ସହ ପୂଜା ସମ୍ପନ୍ନ କରାଯିବ ବୋଲି ସଭାପତି ସତ୍ୟନାରାୟଣ ସାମଲ ଓ ସମ୍ପାଦକ ଜିତେନ୍ଦ୍ର ପରିଡା କହିଛନ୍ତି।

ଅବତାର କ୍ଲବ
ଚଳିତବର୍ଷ ହାଇଦ୍ରାବାଦର ଚାଓମହଲ ପ୍ୟାଲେସ ସଦୃଶ ତୋରଣ ନିର୍ମାଣ କରାଯାଉଛି। ଏଥର ପୂଜା ବଜେଟ ୨.୫ଲକ୍ଷ ଟଙ୍କା ରହିଛି। ପୂଜାର ଦ୍ୱିତୀୟ ଦିନ ଖିରି ପ୍ରସ୍ତୁତ କରାଯାଇ ବଣ୍ଟନ କରାଯିବ ବୋଲି କ୍ଲବ ସଭାପତି ମୁନା ପାତ୍ର ଓ ସମ୍ପାଦକ ଚିନ୍ମୟ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବର୍ଷ ପରେ କୁମ୍ଭ ରାଶିରେ ସୃଷ୍ଟି ହେଲା ‘ଅଦ୍ଭୁତ ଯୋଗ’: ଏହି ୩ ରାଶିଙ୍କର ଅଚାନକ ଘଟିବ…

୬ ଫେବୃଆରୀ, ୨୦୨୬ ଠାରୁ, ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର, ତାଙ୍କ ବନ୍ଧୁ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ, ଏହା ତାଙ୍କ…

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ,୭।୨: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ମାର୍ଚ୍ଚ ମାସରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ…

ଟାରିଫ୍‌ ହ୍ରାସ ଦ୍ୱାରା ଉଭୟ ଦେଶ କ’ଣ ଫାଇଦା ପାଇବେ? ବୁଝନ୍ତୁ ପୂରା ଗଣିତ…

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଆମେରିକା ପାରସ୍ପରିକ ବାଣିଜ୍ୟକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉଭୟ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତିନାମା ପାଇଁ…

ହୋମଗାର୍ଡ ପରୀକ୍ଷାବେଳେ ଯୁବକ ଗୁରୁତର: ଗଞ୍ଜାମର ୪ ସ୍ଥାନରେ ଚାଲିଛି ପରୀକ୍ଷା

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri