ଏଥର କଡ଼ା ମୁକାବିଲା

କାମାକ୍ଷାନଗର, ୬ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇଉଠିଛି କାମାକ୍ଷାନଗର ବ୍ଲକ। ଢେଙ୍କାନାଳ ଜିଲା ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ଶିକ୍ଷାସମୃଦ୍ଧ ଅଞ୍ଚଳରେ ଗତ ନିର୍ବାଚନରେ ଭାଜପା-ବିଜେଡିର କଡ଼ା ମୁକାବିଲା ହୋଇଥିଲା। ୩ଟି ଜିଲା ପରିଷଦ ଜୋନ୍‌ ମଧ୍ୟରୁ ଶାସକ ଦଳ ୨, ଭାଜପା ଗୋଟିଏ ଆସନ ଅକ୍ତିଆର କରିଥିବାବେଳେ ଖାଲି ହାତରେ ସନ୍ତୁଷ୍ଟ ହୋଇଥିଲା କଂଗ୍ରେସ। ଚଳିତ ନିର୍ବାଚନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ସମସ୍ତ ୩ ଜୋନ୍‌ ହାତେଇ ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି ଭାଜପା। ଅନ୍ୟପଟେ ଗତଦିନର ତ୍ରୁଟି ସୁଧାରି ସୁଯୋଗକୁ ଉଣ୍ଡି ବସିଛି କଂଗ୍ରେସ। ଏଭଳି ସ୍ଥିତିରେ ସମସ୍ତ ୩ ଜୋନ୍‌ରେ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି।
ମହିଳାଙ୍କ ପାଇଁ ସଂରକ୍ଷିତ ୧ନଂ. ଜୋନ୍‌ରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ବିଜେଡିରୁ ଦୀପ୍ତିମୟୀ ବିଶ୍ୱାଳ, ଭାଜପାରୁ ନିବେଦିତା ରାଉତ ଏବଂ କଂଗ୍ରେସରୁ କାମିନୀବାଳା ରାଉତ ଦଳୀୟ ଚିହ୍ନରେ ନିର୍ବାଚନ ଲଢୁଛନ୍ତି। ଦୀପ୍ତିମୟୀଙ୍କ ସ୍ବାମୀ ବସନ୍ତ ବିଶ୍ୱାଳ ଗତ ପଞ୍ଚାୟତ ନିର୍ବାଚନରେ ଭାଜପାରୁ ଜିଲା ପରିଷଦ ପ୍ରାର୍ଥୀ ହୋଇଥିଲେ। ବିପକ୍ଷ ବିଜେଡି ପ୍ରାର୍ଥୀଙ୍କ ସହିତ କଡ଼ା ମୁକାବିଲାର ସମ୍ମୁଖୀନ ହୋଇ ସେ ଅଳ୍ପକେ ପରାଜିତ ହୋଇଥିଲେ। ପଞ୍ଚାୟତ ରାଜନୀତିରେ ତାଙ୍କର ପାରିବାରିକ ଦଖଲ ରହିଛି। ଚଳିତ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିବାରୁ ଦୀପ୍ତିମୟୀ ନିଶ୍ଚିତ ବିଜୟୀ ହେବେ ବୋଲି ଆଶା ବାନ୍ଧିଛନ୍ତି। ସେହିପରି ନିବେଦିତା ସ୍ବୟଂ ସହାୟକ ଗୋଷ୍ଠୀର ସଂଯୋଜିକା ଥିଲେ। ତାଙ୍କ ସ୍ବାମୀ ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ମହିଳାଙ୍କୁ ସ୍ବାବଲମ୍ବୀ କରିବା, ସେମାନଙ୍କ ସମସ୍ୟାରେ ସେ ଛିଡ଼ା ହୋଇଛନ୍ତି। ତେଣୁ ମହିଳାମାନେ ତାଙ୍କୁ ପସନ୍ଦ କରିବେ ଏବଂ ସେ ନିର୍ବାଚନ ବୈତରଣୀ ପାର୍‌ କରିବେ ବୋଲି କହିଛନ୍ତି। ସେହିପରି କାମିନୀବାଳା ସ୍ଥାନୀୟ କାନପୁରା ବାସିନ୍ଦା। ତାଙ୍କ ପ୍ରତି ପଞ୍ଚାୟତବାସୀଙ୍କ ସମର୍ଥନ ଥିବାରୁ ସେ ଏଥର ନିଶ୍ଚିତ ବିଜୟ ହାସଲ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ସେହିପରି ଗତ ନିର୍ବାଚନରେ ମହିଳାଙ୍କ ଲାଗି ସଂରକ୍ଷିତ ଥିବା ୨ନଂ. ଜୋନ୍‌ରେ ଭାଜପା ବିଜୟୀ ହୋଇଥିଲା। ଚଳିତ ନିର୍ବାଚନରେ ଏହାକୁ ଅଣସଂରକ୍ଷିତ ରଖାଯାଇଛି। ମୋଟ ୫ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇଥିବାବେଳେ ପ୍ରଥମ ଥର ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏହି ଜୋନ୍‌ରୁ ପ୍ରାର୍ଥୀ ଦେଇଛି। ଚଳିତ ନିର୍ବାଚନରେ ମଧ୍ୟ ଭାଜପା-ବିଜେଡି ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଅନୁମାନ କରାଯାଉଛି। ଏହି ଜୋନ୍‌ରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅଶୋକ ବେହେରା ଅଞ୍ଚଳର ଜଣେ ଜଣାଶୁଣା ବ୍ୟବସାୟୀ। ଏଥିସହ ପରଜଙ୍ଗ ବିଧାୟକ ଡ. ନୃସିଂହ ଚରଣ ସାହୁଙ୍କ ସହଯୋଗୀ। ବିଧାୟକଙ୍କ ଲୋକପ୍ରିୟତା ଏବଂ ନିଜର ବ୍ୟବସାୟିକ ପ୍ରତିଷ୍ଠାକୁ ନେଇ ସେ ମଇଦାନକୁ ଓହ୍ଲାଇଛନ୍ତି। ଗତଥରର ତ୍ରୁଟିରୁ ଦଳ ବହୁତ ଶିକ୍ଷା ଲାଭ କରିଛି। ଚଳିତ ବର୍ଷ ବିଜେଡି ଏହି ଆସନ ଦଖଲ କରିବ ବୋଲି ଅଶୋକ ଆଶାବାଦୀ ଅଛନ୍ତି। ସେହିପରି ଭାଜପାରୁ ପ୍ରାର୍ଥୀ ହୋଇଥିବା ପ୍ରମୋଦ ପ୍ରସାଦ ନନ୍ଦ ଜଣେ ଅବସରପ୍ରାପ୍ତ ବରିଷ୍ଠ ବ୍ୟାଙ୍କ ଅଧିକାରୀ। ଲୋକଙ୍କ ଦୁଃଖସୁଖରେ ସାମିଲ ହେବା ସହିତ ନିର୍ବିବାଦୀୟ ଚେହେରା ହୋଇଥିବାରୁ ସେ ମଧ୍ୟ ଏହି ଆସନ ପାଇଁ ପ୍ରମୁଖ ଦାବିଦାର ପାଲଟିଛନ୍ତି। ଅପରପକ୍ଷେ କଂଗ୍ରେସ ଏଠାରେ ନୂଆ ମୁହଁ ଭାବେ ମୀନକେତନ ନାୟକଙ୍କ ଉପରେ ଭରସା କରିଛି। ସେ ଦଳୀୟ ନେତୃବୃନ୍ଦ ଏବଂ ଅନ୍ୟ ସାଙ୍ଗଠନିକ କର୍ମକର୍ତ୍ତାଙ୍କୁ ନେଇ ପ୍ରଚାର ଚଳାଇଛନ୍ତି। ଏଏପିର ପର୍ଶୁରାମ ମହାଭୋଇ ଦଳୀୟ ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କ ନୀତିଆଦର୍ଶ ଏବଂ ଅଞ୍ଚଳରେ ହେଉଥିବା ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରି ବିରୋଧୀକୁ ଘେରୁଛନ୍ତି। ଏହି ଜୋନ୍‌ ଅନ୍ତର୍ଗତ ମହୁଲପାଳ ପଞ୍ଚାୟତରୁ ଏକମାତ୍ର ସ୍ବାଧୀନ ପ୍ରାର୍ଥୀ ଭାବେ ଶ୍ରୀପତି କୁମାର ରାଉତ ନିର୍ବାଚନ ଲଢୁଥିବାବେଳେ ସେ ପଞ୍ଚାୟତର ଶିକ୍ଷିତ ବର୍ଗଙ୍କ ଉପରେ ଭରସା କରିଛନ୍ତି।
ଅପରପକ୍ଷେ ଗତ ନିର୍ବାଚନରେ ଅଣସଂରକ୍ଷିତ ରହିଥିବା ୩ନଂ. ଜୋନ୍‌ ଚଳିତ ଥର ଅନୁସୂଚିତ ଜାତି ମହିଳା ବର୍ଗ ପାଇଁ ସଂରକ୍ଷିତ ରହିଛି। ନିର୍ବାଚନ ପୂର୍ବରୁ ଦଳବଦଳ ପାଇଁ ଏହି ଜୋନ୍‌ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଜିଲା ପରିଷଦ ଆସନରୁ ଅବନ୍ତୀ ସେଠୀଙ୍କୁ ବିଜେଡି ଟିକେଟ୍‌ ଦେଇଛି। ସେ ପୂର୍ବରୁ କଂଗ୍ରେସ ଦଳର ଆଗଧାଡ଼ିର କର୍ମୀଥିଲେ। ଏପରି କି ବିଗତ ନିର୍ବାଚନରେ କଂଗ୍ରେସ ଟିକେଟରୁ ଜିଲା ପରିଷଦ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ହେଲେ ଘଟଣାକ୍ରମେ ସେ ଶାସକ ଦଳରେ ସାମିଲ ହୋଇଛନ୍ତି। ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବଂ ନିଜର ସାଙ୍ଗଠନିକ ଦକ୍ଷତା ବଳରେ ସେ ପୁନର୍ବାର ଏହି ଆସନ କବ୍‌ଜା କରିବାକୁ ଲାଗିପଡ଼ିଛନ୍ତି। ସେହିପରି ବିଗତ ନିର୍ବାଚନରେ ବିଜେଡି ସମର୍ଥନରେ ସରପଞ୍ଚ ହୋଇଥିବା ପ୍ରସାଦ ସେଠୀ ଭାଜପାରେ ସାମିଲ ହେବା ପରେ ତାଙ୍କ ସ୍ତ୍ରୀ ଶଶିରେଖା ସେଠୀଙ୍କୁ ଦଳୀୟ ଟିକେଟ ମିଳିଛି। ପୁରୁଣା ସଙ୍ଗଠନର କେତେକ ନେତା, ଦଳୀୟ କର୍ମୀ ଏବଂ ଭାଜପା ନେତୃବୃନ୍ଦଙ୍କୁ ଧରି ପ୍ରସାଦ ଏବଂ ଶଶିରେଖା ଘରଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। କଂଗ୍ରେସ ଲିପିକା ନାୟକଙ୍କୁ ଟିକେଟ ଦେଇଥିବାବେଳେ ଅନୁସୂଚିତ ଜାତି ଭୋଟରଙ୍କ ଭୋଟ ହାତେଇ ବିରୋଧୀଙ୍କୁ ଚକ୍‌ମା ଦେବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ଲିପିକା। ସେହିପରି ଏହି ଜୋନ୍‌ରୁ ସନ୍ଧ୍ୟାରାଣୀ ସେଠୀ ସ୍ବାଧୀନ ପ୍ରାର୍ଥୀଭାବେ ମଇଦାନକୁ ଓହ୍ଲାଇଛନ୍ତି। କାମାକ୍ଷାନଗରରେ ୨୦ ତାରିଖରେ ମତଦାନ ହେବାକୁ ଥିବାବେଳେ ସମସ୍ତ ପ୍ରାର୍ଥୀ ପ୍ରଚାରକୁ ଜୋର୍‌ଦାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri