କରୋନା ମଧ୍ୟରେ ହଜ୍‌ ଯାତ୍ରାକୁ ନେଇ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସ୍ଥିତି ଧିରେ ଧିରେ ବିଗିଡ଼ିବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଏବେ ଭୟାନକ ରୂପ ଧାରଣ କରୁଛି। ପ୍ରତିଦିନ କରୋନା ସଂକ୍ରମଣ ନୂଆ ନୂଆ ରେକର୍ଡ ଭାଙ୍ଗୁଛି। ଏଭଳି ସ୍ଥିତିରେ ଦେଶରେ ସମସ୍ତ ଧାର୍ମିକ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହିକ୍ରମରେ ମୁସଲିମ୍‌ ସମ୍ପ୍ରଦାୟର ସବୁଠାରୁ ବଡ଼ ଧାର୍ମିକ ସ୍ଥଳ ହଜ୍‌ ଯାତ୍ରାକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ କରୋନା ଭାକ୍ସିନର ଦ୍ୱିତୀୟ ଡୋଜ୍‌ ନେଇଥିବେ ସେମାନଙ୍କୁ ହିଁ ହଜ୍‌ ଯାତ୍ରା ପାଇଁ ଅନୁମତି ଦିଆଯିବ ବୋଲି ଭାରତରେ ଥିବା ହଜ୍‌ ସମିତି (ଏଚ୍‌ଏସ୍‌ଆଇ)ର ସିଇଓ ମକସୁଦ ଅହମଦ ଖାଁ ସୂଚନା ଦେଇଛନ୍ତି।

Share