ଏଥର ଡିଜେ, ମଦ, ପ୍ଲାଷ୍ଟିକ୍‌ ମୁକ୍ତ ଦୁର୍ଗାପୂଜା

ଭୁବନେଶ୍ୱର,୨୫ା୯(ସତ୍ୟଜିତ୍‌ ରାଉତ):ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷ ଶୃଙ୍ଖଳିତ ତଥା ସୁରକ୍ଷିତ ଦୁର୍ଗାପୂଜା ପାଇଁ କମିଶନରେଟ୍‌ ପୋଲିସ ଅଣ୍ଟା ଭିଡିଛି। ଏନେଇ କମିଶନରେଟ୍‌ ପୋଲିସ ମୁଖ୍ୟାଳୟଠାରେ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଛି। ବୈଠକରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଏକାମ୍ର ବିଧାୟକ ବାବୁ ସିଂ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ମେୟର ସୁଲୋଚନା ଦାସ, ପୂଜା କମିଟି କର୍ତ୍ତୃପକ୍ଷ ଏବଂ ପୋଲିସ ଅଧିକାରୀ ଆଲୋଚନା କରିଥିଲେ। ପୂଜା କମିଟି କର୍ମକର୍ତ୍ତା ନିଜ ଅଞ୍ଚଳର ସମସ୍ୟା ଜଣାଇବା ସହ ସମାଧାନ କରିବାକୁ ଯୁକ୍ତି ବାଢ଼ିଥିଲେ। ତେବେ ଏଥର ସହରରେ ୧୭୧ଟି ମେଢ଼ ହେବାକୁ ଥିବାବେଳେ ଦୁର୍ଗାପୂଜା, ରାବଣପୋଡ଼ି ଓ ଭସାଣି ଉତ୍ସବକୁ ସୁରକ୍ଷିତ ଭାବେ ପାଳିବାକୁ ନିଷ୍ପତ୍ତି ହୋଇଛି। ପୂଜାକୁ ଡିଜେ ମୁକ୍ତ, ମଦ ମୁକ୍ତ, ପ୍ଲାଷ୍ଟିକ୍‌ ମୁକ୍ତ କରିପାରିବା ପାଇଁ ଗୁରୁତ୍ୱ ଦିଆଯାଇଛି।

ସବୁଠୁ ବଡ଼କଥା ହେଲା, ପୂଜା ବେଳେ ମାଦକ ଦ୍ରବ୍ୟ ସେବନ କରିବେ ନାହିଁ ବୋଲି ଏକ ଶପଥ ପାଠ ପ୍ରିଣ୍ଟ୍‌ କରି ପୋଲିସ ସମସ୍ତ କମିଟିକୁ ଦେବ। ପୂଜାକମିଟି କର୍ତ୍ତୃପକ୍ଷ ଉକ୍ତ ପୋଷ୍ଟର୍‌କୁ ନିଜ ମଣ୍ଡପରେ ଲଗାଇ ସଚେତନ କରାଇବେ। ଏଥିସହ ଏଥର ମା’ଙ୍କୁ ପୁଷ୍ପାଞ୍ଜଳି ଦେବାବେଳେ ମଦ୍ୟପାନ ନ କରିବାକୁ ପୂଜକମାନେ ସମସ୍ତଙ୍କୁ ଶପଥ ପାଠ କରାଇବେ। ଏହାବ୍ୟତୀତ ମେଲୋଡି କାର୍ଯ୍ୟକ୍ରମ ରାତି ୧୦ଟା ପରିବର୍ତ୍ତେ ୧୨ ସୁଦ୍ଧା ଶେଷ କରିବାକୁ କୁହାଯାଇଛି। କେମିକାଲ, ପ୍ଲାଷ୍ଟିକ୍‌ ବିନା ମୂର୍ତ୍ତି କରାଯିବ। ରାବଣ ପୋଡି ବେଳେ ଶବ୍ଦ ପ୍ରଦୂଷଣ କରୁଥିବା ବାଣକୁ ବ୍ୟବହାର ନ କରିବାକୁ ନିବେଦନ କରାଯାଇଛି। ମେଢ଼ରେ ଲାଗିଥିବା ସୁନା ଓ ରୁପା ଅଳଙ୍କାର ସୁରକ୍ଷା ଦୃଷ୍ଟିରୁ ପୂଜାକମିଟିଗୁଡ଼ିକ ସିକ୍ୟୁରିଟି ଗାର୍ଡ ଓ ଭଲ୍ୟୁଣ୍ଟିୟରଙ୍କୁ ନିୟୋଜିତ କରିବେ। ମଣ୍ଡପ ନିକଟରେ ସିସିଟିଭି ଲଗାଯିବା ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବେ। ଅନ୍ୟପକ୍ଷରେ ପୂଜା ପୂର୍ବରୁ ଡ୍ରେନ୍‌ ସମସ୍ୟା ଏବଂ ରାସ୍ତା ମରାମତି ସହ ଅନ୍ୟାନ୍ୟ ସୁବିଧା ଯୋଗାଇବା ପାଇଁ ବିଏମ୍‌ସି ପକ୍ଷରୁ ପୂଜାକମିଟିକୁ ପ୍ରତିଶ୍ରୁତି ଦିଆଯାଇଛି। ଏସଂକ୍ରାନ୍ତରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ପୂଜାବେଳେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ସବୁ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ସହ ସ୍ବତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା କରାଯିବ। ବିଭିନ୍ନ ସ୍ଥାନରେ ରାତ୍ରିକାଳୀନ ପାଟ୍ରୋଲିଂ କରାଯିବ। ଡିଜେ ମୁକ୍ତ, ମଦ ମୁକ୍ତ, ପ୍ଲାଷ୍ଟିକ୍‌ ମୁକ୍ତ ଦୁର୍ଗାପୂଜା ପାଇଁ ସମସ୍ତେ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଡିଜେ ଗାଡିକୁ ଅନୁମତି ଦିଆଯିବ ନାହିଁ ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri