ଏଥର ବି ଖାଲି ପଡ଼ିବ ସିଟ୍‌

ଭୁବନେଶ୍ୱର,୨୭।୬(ଅସମାପିକା ସାହୁ)୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖା ବୁଧବାର ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ୧,୭୮,୯୭୬ ଜଣ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। କଳାରେ ୧,୦୯,୮୫୪ ଛାତ୍ରୀଛାତ୍ର ଥିବାବେଳେ ବିଜ୍ଞାନରେ ୪୫,୬୧୪, ବାଣିଜ୍ୟରେ ୧୭,୧୫୬, ଶାସ୍ତ୍ରୀରେ ୩,୫୭୪, ସେଲ୍‌ଫ ଫାଇନାନ୍ସିଂରେ ୨,୬୨୬ ଏବଂ ଆଇନରେ ୧୫୨ଜଣ ରହିଛନ୍ତି। ତେବେ ପ୍ରଥମ ଦିନରେ ରାତି ୯ଟା ସୁଦ୍ଧା ସମସ୍ତ ବିଭାଗରେ ମୋଟ ୪୭୬ଜଣ ନାମଲେଖାଇଛନ୍ତି। ଏଥିମଧ୍ୟରେ କଳାରେ ସର୍ବାଧିକ ୩୦୯ ଜଣ ଛାତ୍ରୀଛାତ୍ର ଥିବାବେଳେ ଶାରୀରିକ ବିଜ୍ଞାନରେ ୫୧, ଜୀବବିଜ୍ଞାନରେ ୨୦, ବାଣିଜ୍ୟରେ ୮୭, ସେଲ୍‌ଫ ଫାଇନାନ୍ସିଂରେ ୭ ଏବଂ ସଂସ୍କୃତରେ ୨ଜଣ ପ୍ରଥମ ଦିନରେ ନାମ ଲେଖାଇଛନ୍ତି। ପ୍ରଥମ ପର୍ଯ୍ୟାୟ ନାମଲେଖା ୨୯ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ପ୍ରଥମ ମେଧା ତାଲିକାରେ ମନୋନୀତ ହୋଇଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ନାମଲେଖାଇବାକୁ ପଡ଼ିବ।
ସେପଟେ ଚଳିତବର୍ଷ ମଧ୍ୟ ଯୁକ୍ତ୩ରେ ସିଟ୍‌ ଖାଲି ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଗତବର୍ଷ ୮୦ ହଜାରରୁ ଊର୍ଦ୍ଧ୍ୱ ସିଟ୍‌ ଖାଲିପଡ଼ିଥିବାବେଳେ ଚଳିତ ଶିକ୍ଷାବର୍ଷରେ ୩୬ହଜାରରୁ ଉର୍ଦ୍ଧ୍ୱ ସିଟ୍‌ ଖାଲି ପଡ଼ିବା ନେଇ ଆଶଙ୍କା କରାଯାଉଛି। କାରଣ ଯୁକ୍ତ୩ ନାମଲେଖା ପାଇଁ ରାଜ୍ୟରେ ୧,୦୫୬ଟି ଡିଗ୍ରୀ କଲେଜ ଥିବା ବେଳେ ମୋଟ ସିଟ୍‌ ସଂଖ୍ୟା ୨,୭୪,୧୫୧ ରହିଛି। କିନ୍ତୁ ଏଥର ୨,୩୭,୭୯୫ଜଣ ଛାତ୍ରୀଛାତ୍ର ଯୁକ୍ତ୩ ପାଇଁ ଆବେଦନ କରିଛନ୍ତି। ଅର୍ଥାତ୍‌ ଏ ସମସ୍ତ ଛାତ୍ରୀଛାତ୍ର ନାମଲେଖାଇବା ପାଇଁ ମନୋନୀତ ହେଲେ ବି ଆହୁରି ୩୬,୩୫୬ଟି ସିଟ୍‌ ଖାଲି ପଡ଼ିବ। ଗତବର୍ଷ ସିଟ୍‌ ପୂରଣ କରିବା ପାଇଁ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦୁଇଥର ଆବେଦନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଯୁକ୍ତ୩ ନାମଲେଖା ୨୦୨୩ ନଭେମ୍ବର ୩୦ରେ ଶେଷ ହୋଇଥିଲା। ତଥାପି ସିଟ୍‌ ପୂରଣ ହୋଇପାରି ନ ଥିଲା। ସେହି ଶିକ୍ଷାବର୍ଷରେ ୨,୭୧,୦୯୧ ସିଟ୍‌ ଥିବାବେଳେ ୧,୮୬,୯୪୦ଜଣ ଛାତ୍ରୀଛାତ୍ର ନାମ ଲେଖାଇଥିଲେ। ଆହୁରି ୮୪,୧୫୧ ସିଟ୍‌ ବଳକା ପଡ଼ିଥିଲା। ତେବେ ଏଥର ବି ସରକାର ଦୁଇଥର ଆବେଦନ ପ୍ରକ୍ରିୟା କରିବେ ବୋଲି ଆଶା କରାଯାଉଛି। କାରଣ ସିଟ୍‌ ପୂରଣ ହୋଇପାରିବ ନାହିଁ। ତେବେ ଯୁକ୍ତ୨ ପରେ ଏବେ ଅଧିକାଂଶ ଛାତ୍ରୀଛାତ୍ର ସାଧାରଣ ଯୁକ୍ତ୩ ପାଠ ପଢ଼ିବା ପାଇଁ ଇଚ୍ଛା ପ୍ରକାଶ କରୁ ନ ଥିବା ବେଳେ ଉଚ୍ଚଶିକ୍ଷା ପାଇଁ ଅନ୍ୟାନ୍ୟ କୋର୍ସ ଉପରେ ପଢ଼ିବାକୁ ଆଗଭର ହେଉଛନ୍ତି। ତେଣୁ ଯେତେ ନାମଲେଖା ପ୍ରକ୍ରିୟା କଲେ ବି ସିଟ୍‌ ପୂରଣ ହେବ ନାହିଁ ବୋଲି ଶିକ୍ଷାବିତ୍‌ମାନେ ମତପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri