ଏଥର ୨ଦିନ ନୂଆଁଖାଇ ଛୁଟି : ଦାବି ମାନିଲେ ରାଜ୍ୟ ସରକାର

ବରଗଡ଼ ଅଫିସ,୩୦।୮: ସେପ୍ଟେମ୍ବର ୧ତାରିଖ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏ ନେଇ ରାଜ୍ୟ ସରକାର ପୂର୍ବବର୍ଷ ଭଳି ଛୁଟି ଘୋଷଣା କରିଛନ୍ତି। ସେହିପରି ବ୍ୟାଙ୍କ ଗଡ଼ିକୁ ମଧ୍ୟ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । କିନ୍ତୁ କୋସଲ ସେନା ସମେତ ବିଭିନ୍ନ ସଂଗଠନ ନୂଆଖାଇ ଛୁଟି ୩ଦିନ ପାଇଁ ଦାବି କରି ଆସୁଥିଲେ। ଏହି ଦାବି ନେଇ କୋସଲ ସେନା ବରଗଡ଼ ଜିଲାପାଳ ଅଫିସ ଆଗରେ ଆନ୍ଦୋଳନ କରିଥିଲେ। ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ତେବେ ମଙ୍ଗଳବାର ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଯୁଗ୍ମ ସଚିବ ମଧୁସ୍ମିତା ସାହୁ ଆସନ୍ତା ସେପ୍ଟେମ୍ବର ୨ତାରିଖକୁ ମଧ୍ୟ ବରଗଡ଼ ସମ୍ବଲପୁର ଜିଲା ପାଇଁ ସ୍ଥାନୀୟ ଛୁଟି ଦିବସ(ଲୋକାଲ ହୋଲିଡେ) ଘୋଷଣା କରିଛନ୍ତି। ଏବଂ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କୁ ବିହିତ ପଦକ୍ଷେପ ନେବାକୁ ଜଣାଇଛନ୍ତି।