କରୋନା ସଂକ୍ରମଣରୁ ଦୂରେଇ ରଖେ ଏହି ଥେରାପି…

ମନରେ ଯୁବ ସୁଲଭ ଭାବନା ଜାଗ୍ରତ ହେଲେ ବୟସ ବଢ଼ିଲେ ବି ଶରୀର ସୁସ୍ଥ ରହିଥାଏ। ମ୍ୟୁଜିକ୍‌ ଥେରାପି ଦ୍ୱାରା ବ୍ୟକ୍ତିଙ୍କଠାରେ ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ। ମ୍ୟୁଜିକ୍‌ ଥେରାପି ମସ୍ତିଷ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଫଳରେ ହାଇପୋଥାଲାମସ୍‌ର ନିର୍ଦ୍ଦେଶରେ ଉପଯୋଗୀ ରାସାୟନିକ ପଦାର୍ଥ ସହିତ ଭିଟାମିନ୍‌-ଇ ଥିବା କେତେକ ହରମୋନ୍‌ କ୍ଷରଣ ହୋଇଥାଏ। ଏସବୁ ହରମୋନ୍‌ ଏଜିଂ ସମସ୍ୟାକୁ ଦୂର କରେ। ସାଧାରଣତଃ ବୟସ ବଢ଼ିବା ସହିତ ତ୍ୱଚାରେ ଭାଙ୍ଗ ସୃଷ୍ଟି ହୋଇଥାଏ। ମାତ୍ର ଭିଟାମିନ୍‌-ଇ ତ୍ୱଚାରେ ଭାଙ୍ଗ ସୃଷ୍ଟି ହେବାକୁ ଦେଇ ନ ଥାଏ ଓ ମନକୁ ସବୁବେଳେ ପ୍ରଫୁଲ୍ଲ ରଖିଥାଏ। ମ୍ୟୁଜିକ୍‌ ଥେରାପି ନେଉଥିବା ବ୍ୟକ୍ତିଙ୍କ ଭାବନା ସବୁବେଳେ କୋମଳ ରହିଥାଏ। ସେମାନେ ଅନ୍ୟମାନଙ୍କ ପ୍ରତି କଠୋର ମନୋଭାବ ପୋଷଣ କରି ନ ଥାନ୍ତି। ମ୍ୟୁଜିକ୍‌ ଥେରାପି ଯୋଗୁ ସୃଷ୍ଟି ହେଉଥିବା କମ୍ପନ ଦ୍ୱାରା ଶରୀରର ବିଭିନ୍ନ ଆଡ୍ରାନାଲିନ୍‌ ହରମୋନ୍‌ କ୍ଷରଣ ଉପରେ ପ୍ରଭାବ ପଡ଼ିଥାଏ। ଫଳରେ ମାନସିକ ଚାପ ଦୂରେଇ ଯାଇଥାଏ ବୋଲି ଚିକିତ୍ସା ବିଜ୍ଞାନୀ ମତପୋଷଣ କରିଥାନ୍ତି। ସମ୍ପ୍ରତି ପୃଥିବୀରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ସଂକ୍ରମଣରୁ ମଧ୍ୟ ଏହି ଥେରାପି ଯୋଗୁ ମୁକ୍ତି ମିଳିଥାଏ। ମନ ଚାପମୁକ୍ତ ରହିଲେ କରୋନା ଆକ୍ରାନ୍ତ ଶୀଘ୍ର ସୁସ୍ଥ ହୋଇ ପାରିଥାନ୍ତି ବୋଲି ବିଶେଷଜ୍ଞ ମତପୋଷଣ କରିଥାନ୍ତି। ତେଣୁ କରୋନା ଆକ୍ରାନ୍ତ ପ୍ରତିଦିନ କିଛି ସମୟ ଗୀତ ଶୁଣିଲେ ସକାରାତ୍ମକ ସ୍ଥିତି ସୃଷ୍ଟି ହୋଇଥାଏ।