୧୫ କୋଟି ବର୍ଷ ପୂର୍ବେ ଏମିତି ଦେଖାଯାଉଥିଲା ବିଶ୍ୱ, ସତ୍ୟ ଉନ୍ମୋଚନ କରିବ ଏହି ଟେଲିସ୍କୋପ୍‌

ଓ୍ବାଶିଂଟନ,୭ା୧୧: ଆଜି ବି ବୈଜ୍ଞାନିକମାନେ ବିଶ୍ୱର ରହସ୍ୟ ଉନ୍ମୋଚନ କରିବାରେ ସମ୍ପୂର୍ଣ୍ଣ ସକ୍ଷମ ହୋଇନାହାନ୍ତି। ବୈଜ୍ଞାନିକମାନଙ୍କ ପାଇଁ ବିଶ୍ୱ ଯେମିତି ଏକ ପଜଲ ହୋଇ ରହିଯାଇଛି। ବର୍ତ୍ତମାନ ଜେମ୍ସ ଓ୍ବେବ୍‌ ଟେଲିସ୍କୋପ ମାଧ୍ୟମରେ ଏହି ପଜଲ ସମାଧାନ କରିବାକୁ ଚେଷ୍ଟା କରାଯିବ। ଏହି ଟେଲିସ୍କୋପ ପୂର୍ବରୁ ବିଶ୍ୱରେ ଦେଖୁଥିବା ଦୂରବୀକ୍ଷଣ ଯନ୍ତ୍ରଠାରୁ ଭିନ୍ନ। ଏହା ୨୮ ଡିସେମ୍ବର ୨୦୨୧ରେ ଲଞ୍ଚ୍‌ ହେବ। କୁହାଯାଉଛି, ଏହି ଟେଲିସ୍କୋପ ଆମର ବ୍ରହ୍ମାଣ୍ଡ ବା ବିଶ୍ୱ ବିଷୟରେ ବୁଝାମଣାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବ। ଏହି ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ବୈଜ୍ଞାନିକମାନେ ଦୂର ବସ୍ତୁଗୁଡ଼ିକୁ ଦେଖିପାରିବେ।

ଅଧିକାଂଶ ଟେଲିସ୍କୋପରେ ଆଲୋକ ସଂଗ୍ରହ ଏବଂ ଧ୍ୟାନ ଦେବା ପାଇଁ ଲେନ୍ସ ବ୍ୟବହାର କରାଯାଇଥାଏ। ଲେନ୍ସ ବା ଦର୍ପଣ ଯେତେ ବଡ଼ ହେବ, ଟେଲିସ୍କୋପ ଅଧିକ ଶକ୍ତିଶାଳୀ ହେବ। ଏହା ଦ୍ୱାରା ସହଜରେ ପର୍ବତ ଏବଂ ମରୁଭୂମିକୁ ଦେଖିହେବ। ମହାକାଶରେ ରହି ପୃଥିବୀକୁ ଆରାମରେ ଦେଖିହେବ।

ଏହି ଓ୍ବେବ୍‌ ଟେଲିସ୍କୋପରେ ସବୁଠୁ ବଡ଼ ପ୍ରାଥମିକ ଗ୍ଲାସ୍‌ ଅଛି। ଏଥିରେ ୧୮ଟି ସୁନା ଲାଗିଥିବା ଛୋଟ ଆକାରର ୬ଟି କୋଣଥିବା ଦର୍ପଣ ଲାଗିଛି। ଏହାର ବିଶେଷତ୍ତ୍ୱ ହେଲା ଏହା ବ୍ରହ୍ମାଣ୍ଡରେ ବହୁତ ସୂକ୍ଷ୍ମ ଜିନିଷ ଚିହ୍ନଟ କରିବାରେ ସକ୍ଷମ ହେବ। ଏଥିସହ ଏହା ଇନଫ୍ରାଡ ଆଲୋକରେ ମଧ୍ୟ ଦେଖିପାରିବ। ଏହାର ଅର୍ଥ ଏହା ବିଶ୍ୱକୁ ଆହୁରି ଅଧିକ ଦେଖିବାରେ ସକ୍ଷମ ହେବ। ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ, ଏହି ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ୧୦-୨୫ ନିୟୁତ ବର୍ଷ ପୂର୍ବେ ବ୍ରହ୍ମାଣ୍ଡ ବିସ୍ଫୋରଣ ହେବାବେଳେ ଏହା କିପରି ଦେଖାଯାଉଥିଲା ତାହା ଜାଣିବା ସମ୍ଭବ ହେବ। ଏହି ଟେଲିସ୍କୋପର ଅନ୍ତିମ ଗନ୍ତବ୍ୟ ସ୍ଥଳ ପୃଥିବୀଠାରୁ ୧.୫ ମିଲିୟନ କିଲୋମିଟର ଦୂରରେ ରହିବ।

Share