ଏହି ସୁପରଷ୍ଟାର କେବେ କେଉଁ ବ୍ରାଣ୍ଡ୍‌ ପାଇଁ କରିନାହାନ୍ତି ପ୍ରମୋଶନ

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତ ୭୨ ବର୍ଷ ବୟସରେ ମଧ୍ୟ ତାଙ୍କର ଜଲ୍‌ଓ୍ବା ଜାରି ରଖିଛନ୍ତି। ଆଜି ବି ସେ ସିଲ୍‌ଭର ସ୍କ୍ରିନ୍‌ରେ କେବଳ ହିରୋ ଭୂମିକାରେ ଅଭିନୟ କରୁଛନ୍ତି। ଅନ୍ୟପକ୍ଷରେ ବଲିଉଡ୍‌ରେ ଏପରି ଅନେକ ଷ୍ଟାର୍‌ ଅଛନ୍ତି, ଯେଉଁମାନେ ଏହି ବୟସରେ ଅଭିନୟରୁ ଅବସର ନେଇଛନ୍ତି। ସାଉଥର ଲୋକମାନେ ରଜନୀକାନ୍ତଙ୍କୁ ଈଶ୍ୱରଙ୍କ ପରି ପୂଜା କରନ୍ତି। ତାଙ୍କର ଫଲୋଅର୍ସ ବହୁତ ଶକ୍ତିଶାଳୀ। ପ୍ରଶଂସକମାନେ ତାଙ୍କର ଗୋଟିଏ ଝଲକ ପାଇବାକୁ ଯେକୌଣସି ସ୍ତରକୁ ଯାଆନ୍ତି। ରଜନୀକାନ୍ତ ୪ ଦଶକରୁ କ୍ୟାରିୟରରେ ମଧ୍ୟ ଅନେକ ଧନ ଅର୍ଜନ କରିଛନ୍ତି।

ଏପରିକି ଏହି ସୁପରଷ୍ଟାର କୋଟି କୋଟି ଟଙ୍କାର ସମ୍ପତ୍ତି କରିଛନ୍ତି। ସେ ୧୯୭୫ରେ ତାମିଲ ଫିଲ୍ମ ‘ଆପୋରଭା ରାଗଙ୍ଗାଲ’ରୁ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ଆଉ ପଛକୁ ଚାହିଁନାହାନ୍ତି। ଖ୍ୟାତି ସହିତ ରଜନୀକାନ୍ତ ମଧ୍ୟ ବହୁ ଧନ ଅର୍ଜନ କରିଛନ୍ତି। ତାଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା, ଦାମୀ ଗାଡ଼ି ଏବଂ ସମସ୍ତ ପ୍ରକାର ସୁବିଧା ରହିଛି। ତବେ ସମସ୍ତେ ଜାଣନ୍ତି ଯେ, ରଜନୀକାନ୍ତ ଅତି ସରଳ ଜୀବନଯାପନ କରନ୍ତି। ଯେତେବେଳେ ବି ସେ ଘରୁ ବାହାରକୁ ଆସନ୍ତି, ତାଙ୍କୁ କେବଳ ତାଙ୍କର ପ୍ରକୃତ ଲୁକ୍‌ରେ ଦେଖିବାକୁ ମିଳେ।

ଏକ ରିପୋର୍ଟ ଅନୁଯାୟୀ, ରଜନୀକାନ୍ତଙ୍କ ନେଟ୍‌ ସମ୍ପତ୍ତି ହେଉଛି ୪୩୦ କୋଟି ଟଙ୍କା। ସେ ବୋଧହୁଏ ସାଉଥ ସିନେମାର ଏକମାତ୍ର ଅଭିନେତା ଯିଏ କୌଣସି ବ୍ରାଣ୍ଡ କିମ୍ବା ପ୍ରଡକ୍ଟ ଉତ୍ପାଦକୁ ପ୍ରୋତ୍ସାହିତ କରନ୍ତି ନାହିଁ। ସେ ଏତେ ବର୍ଷର କ୍ୟାରିୟରରେ ଗୋଟିଏ ବି ବ୍ରାଣ୍ଡ୍‌କୁ ପ୍ରମୋଶନ କରିନାହାନ୍ତି।

ରଜନୀକାନ୍ତ ଗୋଟିଏ ଫିଲ୍ମ ପାଇଁ ୩୦,୦୦୦ ଟଙ୍କା ଚାର୍ଜ କରୁଥିଲେ ଏବଂ ଆଜି ସେ ୧୦୦ କୋଟିରୁ ଅଧିକ ଟଙ୍କା ନେଉଛନ୍ତି। ସୂଚନାନୁସାରେ, ରଜନୀକାନ୍ତ ଫିଲ୍ମ ‘ଜେଲର’ରେ କାମ କରିବା ପାଇଁ ୧୧୦ କୋଟି ଟଙ୍କା ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri