Posted inଖେଳ

IPL 2025 ପୂର୍ବରୁ ବଦଳିଲା ଏହି ନିୟମ: ଜାଣନ୍ତୁ ଏହା ପୂର୍ବ ସିଜିନ୍‌ଠାରୁ କ’ଣ ଭିନ୍ନ

ଇଡେନ ଗାର୍ଡେନ,୧୭।୩: ଆଇପିଏଲ ୨୦୨୫ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ପ୍ରଥମ ମ୍ୟାଚ ମାର୍ଚ୍ଚ ୨୨ରେ ଇଡେନ ଗାର୍ଡେନରେ କେକେଆର୍‌ ଓ ଆରସିବି ମଧ୍ୟରେ ଖେଳାଯିବ। ୫ ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ଆହତ ଖେଳାଳି ଲିଜାଦ ୱିଲିୟମ୍ସଙ୍କ ସ୍ଥାନରେ କୋର୍ବିନ ବୋଶଙ୍କୁ ଦଳରେ ସାମିଲ କରିଛି। ଏଥିପାଇଁ ବୋଶଙ୍କୁ ପିଏସଏଲ ଛାଡ଼ିବାକୁ ପଡ଼ିଥିଲା, ଯାହା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ତାଙ୍କ ବିରୋଧରେ ଆଇନଗତ ନୋଟିସ ଜାରି କରିଥିଲା। ଏହା ନିୟମର ଉଲ୍ଲଂଘନ ବୋଲି ବୋର୍ଡ ଦାବି କରିଛି। ଏବେ ଆଇପିଏଲରେ ଆହତ ଖେଳାଳିଙ୍କ ସ୍ଥାନ ନେଇ କ’ଣ ନିୟମ ରହିଛି ତାହା ବୁଝିବା ଜରୁରୀ। କେବେ ଏବଂ କେଉଁ ପରିସ୍ଥିତିରେ ଦଳ ସେମାନଙ୍କ ଖେଳାଳିଙ୍କ ସ୍ଥାନ ନେଇପାରିବ ଏବଂ ସେମାନଙ୍କ ଫି’କୁ ନେଇ କ’ଣ ସର୍ତ୍ତ ରହିଛି? ସୂଚନାଯୋଗ୍ୟ, ଏଥର ଏହି ନିୟମରେ ପରିବର୍ତ୍ତନ କରାଯାଇଛି। ଆଇପିଏଲ ୨୦୨୫ରେ ଆହତ ଖେଳାଳିଙ୍କୁ ବଦଳାଇବା ପାଇଁ ନିୟମର ମୁଖ୍ୟ କଥା ଏଠାରେ ଦର୍ଶାଯାଇଛି। ଏହି ନିୟମର ଫାଇଦା ଉଠାଇ ଆହତ ଖେଳାଳିଙ୍କ ସ୍ଥାନରେ ଅନ୍ୟ ଜଣେ ଖେଳାଳିଙ୍କୁ ଦଳରେ ସାମିଲ କରିପାରିବେ।

ଆଇପିଏଲ ଟିମ ଏବେ ଦ୍ୱାଦଶ ଲିଗ ମ୍ୟାଚ ପର୍ଯ୍ୟନ୍ତ ଆହତ ଖେଳାଳିଙ୍କ ସ୍ଥାନ ନେଇପାରିବ। ପୂର୍ବରୁ ଏହା ମାତ୍ର ୭ ମ୍ୟାଚ ପର୍ଯ୍ୟନ୍ତ ଥିଲା। ଏଥର ଏହାକୁ ବୃଦ୍ଧି କରାଯାଇଛି।

ବଦଳ ଖେଳାଳି କିଏ ହୋଇପାରିବେ

ବଦଳ ଖେଳାଳି କେବଳ ସେହି ଖେଳାଳି ହୋଇପାରିବେ ଯିଏ ସିଜନ ପାଇଁ ପଞ୍ଜୀକୃତ ଉପଲବ୍ଧ ଖେଳାଳି ପୁଲରେ ଅନ୍ତର୍ଭୁକ୍ତ ହୋଇପାରିବେ। ସେମାନଙ୍କ ଲିଗ ଫି’ ଦଳରେ ସ୍ଥାନ ପାଇଥିବା ଖେଳାଳିଙ୍କ ଠାରୁ ଅଧିକ ହୋଇପାରିବ ନାହିଁ।

ଚଳିତ ସିଜିନ୍‌ ପାଇଁ ଦଳର ବେତନ ସୀମାରେ ବଦଳ ଖେଳାଳିଙ୍କ ଲିଗ ଫି’ ଗଣନା କରାଯାଏ ନାହିଁ। ଯଦି ବଦଳା ଯାଇଥିବା ଖେଳାଳିଙ୍କ ଚୁକ୍ତି ପରବର୍ତ୍ତୀ ସିଜିନ୍‌କୁ ବୃଦ୍ଧି କରାଯାଏ, ତେବେ ସେମାନଙ୍କ ଫି’ ବେତନ ସୀମାରେ ଗଣାଯିବ।

ଟୁର୍ନାମେଣ୍ଟ ସମୟରେ ବଦଳ ଖେଳାଳିଙ୍କ ପାଇଁ ସର୍ତ୍ତ

ଦଳର ଦ୍ୱାଦଶ ଲିଗ ମ୍ୟାଚ ସମୟରେ କିମ୍ବା ପୂର୍ବରୁ ଖେଳାଳିଙ୍କ ଆଘାତ କିମ୍ବା ଅସୁସ୍ଥତା ହେବା ଜରୁରୀ।

ବିସିସିଆଇ ଦ୍ୱାରା ନିଯୁକ୍ତ ଜଣେ ଡାକ୍ତର ନିଶ୍ଚିତ କରିବେ ଯେ ଖେଳାଳି ସିଜିନ୍‌ ଶେଷ ପର୍ଯ୍ୟନ୍ତ ଆଘାତରୁ ସୁସ୍ଥ ହେବେ ନାହିଁ।

ଆହତ ଏବଂ ବାଦ ପଡ଼ିଥିବା ଖେଳାଳି ସିଜନରେ ଆଉ କୌଣସି ମ୍ୟାଚ ଖେଳିପାରିବେ ନାହିଁ।

ଖେଳାଳିଙ୍କ ବଦଳି ପରେ ମଧ୍ୟ ଦଳରେ ମୋଟ ଖେଳାଳିଙ୍କ ସଂଖ୍ୟା ୨୫ରୁ ଅଧିକ ନ ହୁଏ ସେଥିପ୍ରତି ଦଳକୁ ଧ୍ୟାନ ଦେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri