Posted inଖେଳ

IPL 2025 ପୂର୍ବରୁ ବଦଳିଲା ଏହି ନିୟମ: ଜାଣନ୍ତୁ ଏହା ପୂର୍ବ ସିଜିନ୍‌ଠାରୁ କ’ଣ ଭିନ୍ନ

ଇଡେନ ଗାର୍ଡେନ,୧୭।୩: ଆଇପିଏଲ ୨୦୨୫ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ପ୍ରଥମ ମ୍ୟାଚ ମାର୍ଚ୍ଚ ୨୨ରେ ଇଡେନ ଗାର୍ଡେନରେ କେକେଆର୍‌ ଓ ଆରସିବି ମଧ୍ୟରେ ଖେଳାଯିବ। ୫ ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ଆହତ ଖେଳାଳି ଲିଜାଦ ୱିଲିୟମ୍ସଙ୍କ ସ୍ଥାନରେ କୋର୍ବିନ ବୋଶଙ୍କୁ ଦଳରେ ସାମିଲ କରିଛି। ଏଥିପାଇଁ ବୋଶଙ୍କୁ ପିଏସଏଲ ଛାଡ଼ିବାକୁ ପଡ଼ିଥିଲା, ଯାହା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ତାଙ୍କ ବିରୋଧରେ ଆଇନଗତ ନୋଟିସ ଜାରି କରିଥିଲା। ଏହା ନିୟମର ଉଲ୍ଲଂଘନ ବୋଲି ବୋର୍ଡ ଦାବି କରିଛି। ଏବେ ଆଇପିଏଲରେ ଆହତ ଖେଳାଳିଙ୍କ ସ୍ଥାନ ନେଇ କ’ଣ ନିୟମ ରହିଛି ତାହା ବୁଝିବା ଜରୁରୀ। କେବେ ଏବଂ କେଉଁ ପରିସ୍ଥିତିରେ ଦଳ ସେମାନଙ୍କ ଖେଳାଳିଙ୍କ ସ୍ଥାନ ନେଇପାରିବ ଏବଂ ସେମାନଙ୍କ ଫି’କୁ ନେଇ କ’ଣ ସର୍ତ୍ତ ରହିଛି? ସୂଚନାଯୋଗ୍ୟ, ଏଥର ଏହି ନିୟମରେ ପରିବର୍ତ୍ତନ କରାଯାଇଛି। ଆଇପିଏଲ ୨୦୨୫ରେ ଆହତ ଖେଳାଳିଙ୍କୁ ବଦଳାଇବା ପାଇଁ ନିୟମର ମୁଖ୍ୟ କଥା ଏଠାରେ ଦର୍ଶାଯାଇଛି। ଏହି ନିୟମର ଫାଇଦା ଉଠାଇ ଆହତ ଖେଳାଳିଙ୍କ ସ୍ଥାନରେ ଅନ୍ୟ ଜଣେ ଖେଳାଳିଙ୍କୁ ଦଳରେ ସାମିଲ କରିପାରିବେ।

ଆଇପିଏଲ ଟିମ ଏବେ ଦ୍ୱାଦଶ ଲିଗ ମ୍ୟାଚ ପର୍ଯ୍ୟନ୍ତ ଆହତ ଖେଳାଳିଙ୍କ ସ୍ଥାନ ନେଇପାରିବ। ପୂର୍ବରୁ ଏହା ମାତ୍ର ୭ ମ୍ୟାଚ ପର୍ଯ୍ୟନ୍ତ ଥିଲା। ଏଥର ଏହାକୁ ବୃଦ୍ଧି କରାଯାଇଛି।

ବଦଳ ଖେଳାଳି କିଏ ହୋଇପାରିବେ

ବଦଳ ଖେଳାଳି କେବଳ ସେହି ଖେଳାଳି ହୋଇପାରିବେ ଯିଏ ସିଜନ ପାଇଁ ପଞ୍ଜୀକୃତ ଉପଲବ୍ଧ ଖେଳାଳି ପୁଲରେ ଅନ୍ତର୍ଭୁକ୍ତ ହୋଇପାରିବେ। ସେମାନଙ୍କ ଲିଗ ଫି’ ଦଳରେ ସ୍ଥାନ ପାଇଥିବା ଖେଳାଳିଙ୍କ ଠାରୁ ଅଧିକ ହୋଇପାରିବ ନାହିଁ।

ଚଳିତ ସିଜିନ୍‌ ପାଇଁ ଦଳର ବେତନ ସୀମାରେ ବଦଳ ଖେଳାଳିଙ୍କ ଲିଗ ଫି’ ଗଣନା କରାଯାଏ ନାହିଁ। ଯଦି ବଦଳା ଯାଇଥିବା ଖେଳାଳିଙ୍କ ଚୁକ୍ତି ପରବର୍ତ୍ତୀ ସିଜିନ୍‌କୁ ବୃଦ୍ଧି କରାଯାଏ, ତେବେ ସେମାନଙ୍କ ଫି’ ବେତନ ସୀମାରେ ଗଣାଯିବ।

ଟୁର୍ନାମେଣ୍ଟ ସମୟରେ ବଦଳ ଖେଳାଳିଙ୍କ ପାଇଁ ସର୍ତ୍ତ

ଦଳର ଦ୍ୱାଦଶ ଲିଗ ମ୍ୟାଚ ସମୟରେ କିମ୍ବା ପୂର୍ବରୁ ଖେଳାଳିଙ୍କ ଆଘାତ କିମ୍ବା ଅସୁସ୍ଥତା ହେବା ଜରୁରୀ।

ବିସିସିଆଇ ଦ୍ୱାରା ନିଯୁକ୍ତ ଜଣେ ଡାକ୍ତର ନିଶ୍ଚିତ କରିବେ ଯେ ଖେଳାଳି ସିଜିନ୍‌ ଶେଷ ପର୍ଯ୍ୟନ୍ତ ଆଘାତରୁ ସୁସ୍ଥ ହେବେ ନାହିଁ।

ଆହତ ଏବଂ ବାଦ ପଡ଼ିଥିବା ଖେଳାଳି ସିଜନରେ ଆଉ କୌଣସି ମ୍ୟାଚ ଖେଳିପାରିବେ ନାହିଁ।

ଖେଳାଳିଙ୍କ ବଦଳି ପରେ ମଧ୍ୟ ଦଳରେ ମୋଟ ଖେଳାଳିଙ୍କ ସଂଖ୍ୟା ୨୫ରୁ ଅଧିକ ନ ହୁଏ ସେଥିପ୍ରତି ଦଳକୁ ଧ୍ୟାନ ଦେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?