ହୋଲି ପରେ ଉପୁଜେ ଏହି ସମସ୍ୟା

ହିନ୍ଦୁ ଧର୍ମରେ ହୋଲି ପର୍ବକୁ ବଡ଼ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ରଙ୍ଗର ଏହି ପର୍ବକୁ ପାଳନ କରିବାକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ହେଲେ ଆଜିକାଲିର ସମୟରେ ନାନାଦି କେମିକାଲରେ ନିର୍ମିତ ରଙ୍ଗକୁ ବ୍ୟବହାର କରିବା ଦ୍ୱାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଜାଣନ୍ତୁ ସେ ସବୁ ସମ୍ପର୍କରେ..

ହୋଲିରେ ବ୍ୟବହାର କରାଯାଉଥିବା ଅପମିଶ୍ରିତ ରଙ୍ଗ ଯୋଗୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏହାଦ୍ୱାରା ତ୍ୱଚା ସଙ୍କ୍ରମିତ ହୋଇଥାଏ। ଫଳରେ ଆଖି, ନାକ, ମୁହଁ ପୋଡାଜଳା ସହ ନିଃଶ୍ୱାସ ପ୍ରଶ୍ୱାସରେ ବାଧା ସୃଷ୍ଟି ହୋଇଥାଏ।
– ଅସାବଧାନତାରେ ରଙ୍ଗ ଖେଳିବା ସମୟରେ ତାହା ଆଖିରେ ପଡିଯିବାର ଆଶଙ୍କା ଅଧିକ ଥାଏ। ଏହା ଆଖି ପାଇଁ ବହୁତ କ୍ଷତିକାରକ।
– ଅନେକ ଲୋକ ରଙ୍ଗ ହାତରେ ଖାଇବା ଖାଇଥାନ୍ତି। ଫଳରେ ରଙ୍ଗ ପେଟକୁ ଯାଇଥାଏ। ଏହା ଅନେକ ପ୍ରକାର ପେଟ ସମସ୍ୟା ସୃଷ୍ଟି କରେ।