ରିୟା ଚକ୍ରବର୍ତ୍ତୀଙ୍କ ଚରିତ୍ରରେ ନଜର ଆସିବେ ଏହି ଲୋକପ୍ରିୟ ଅଭିନେତ୍ରୀ, ଜାଣନ୍ତୁ ଏହା ଜାଣି କ’ଣ କହିଲେ ତାଙ୍କ ବାପା

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନିର୍ମାଣ ହେବାକୁ ଥିବା ଚଳଚ୍ଚିତ୍ରରେ ଉତ୍ତରପ୍ରଦେଶର ଝାନ୍ସିରେ ରହୁଥିବା ଶ୍ରେୟା ଶୁକ୍ଲା ନାୟିକା ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ରରେ ଶ୍ରେୟାଙ୍କୁ ରିୟା ଚକ୍ରବର୍ତ୍ତୀଙ୍କ ଚରିତ୍ରରେ ଦେଖିବାକୁ ମିଳିବ ।
ତେବେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଦେଶର ବଡ଼ ବଡ଼ ଏଜେନ୍ସିମାନେ ଏହାର ଅନୁସନ୍ଧାନ କରୁଛନ୍ତି। ଏଥି ସହିତ ସୁଶାନ୍ତଙ୍କ ମୃତ୍ୟୁ କାହାଣୀ ଉପରେ ଏକ ଫିଲ୍ମ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସାରଳା ସାରାଗୋଇ ଏବଂ ରାହୁଲ ଶର୍ମାଙ୍କ ଦ୍ୱାରା ନିର୍ମିତ ନ୍ୟାୟ ଦ ଜଷ୍ଟିସ ଚଳଚ୍ଚିତ୍ରରେ ଶ୍ରେୟା ରିୟା ଚକ୍ରବର୍ତ୍ତୀ ଭୂମିକାରେ ଅଭିନୟ କରିବେ। ଶ୍ରେୟା ମିସ ଇଣ୍ଡିଆ ରନର୍‌ ଅପ ଏବଂ ମିସ୍‌ ଉତ୍ତରପ୍ରଦେଶ ଟାଇଟଲ ଜିତିଛନ୍ତି। ନିକଟରେ ତାଙ୍କୁ ଭାରତ ଗୌରବ ସମ୍ମାନରେ ମଧ୍ୟ ପୁରସ୍କୃତ କରାଯାଇଥିଲା।
ଖାତି ବାବା ବାସିନ୍ଦା ରେଳ ଇଞ୍ଜିନିୟର ନବୀନ ଶୁକ୍ଲାଙ୍କ ଝିଅ ଶ୍ରେୟା ମୁମ୍ବାଇର ଜଣେ ପ୍ରତିଷ୍ଠିତ ମଡେଲ ଏବଂ ଅଭିନେତ୍ରୀ। ସେ ମହିଳା ଅଫ ଦି ଇୟର ପୁରସ୍କାର, ଭାରତ ଗୌରବ ପୁରସ୍କାର, ମେଁ ହୁଁ ବେଟି ସମ୍ମାନ, ବୁନ୍ଦେଲଖଣ୍ଡ ଗୌରବ ସମ୍ମାନ ପାଇଛନ୍ତି। ନବୀନ ଶୁକ୍ଲା କହିଛନ୍ତି ଯେ, ଝିଇ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଝାନ୍ସି ପାଇଁ ଗର୍ବ ବଢ଼ାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri