ଅନ୍ତରଙ୍ଗ ସିନ୍‌ ବେଳେ ନିୟନ୍ତ୍ରଣ ହରାନ୍ତି ଏହି ଲୋକପ୍ରିୟ ଅଭିନେତା: କଟ୍‌ କହିଲା ପରେ ବି ଦେଇଚାଲନ୍ତି ଚୁମ୍ବନ

ଅନେକ ବଲିଉଡ୍‌ ଅଭିନେତା ଚୁମ୍ବନ ଦୃଶ୍ୟ କିମ୍ବା ଅନ୍ତରଙ୍ଗ ଦୃଶ୍ୟ କରିବା ସମୟରେ ଅନିୟନ୍ତ୍ରିତ ହୋଇଯା’ନ୍ତି। ଏଥିମଧ୍ୟରୁ ବିନୋଦ ଖାନ୍ନା ଅନ୍ୟତମ, ଯିଏ ଏହିପରି ଅନ୍ତରଙ୍ଗ ଦୃଶ୍ୟ କରିବା ସମୟରେ ଅନେକ ଥର ନିୟନ୍ତ୍ରଣ ବାହାରକୁ ଚାଲିଯାନ୍ତି। ମାଧୁରୀ ଦୀକ୍ଷିତଙ୍କ ସହ ତାଙ୍କର ଅନ୍ତରଙ୍ଗ ଦୃଶ୍ୟକୁ ନେଇ ସେ ଚର୍ଚ୍ଚାରେ ରହୁଥିଲେ। ତେବେ ମହେଶ ଭଟ୍ଟଙ୍କ ଫିଲ୍ମ ‘ମାର୍ଗ’ରେ ଡିମ୍ପଲ କାପାଡିଆଙ୍କ ସହ ବିନୋଦ ଖାନ୍ନା କାମ କରୁଥିଲେ। ଉଭୟଙ୍କର ଫିଲ୍ମରେ ଏକ ରୋମାଣ୍ଟିକ୍‌ ଦୃଶ୍ୟ ଶୁଟିଂ କରିବାର ଥିଲା। ଦୁହିଁଙ୍କ ମଧ୍ୟରେ ଏକ ଚୁମ୍ବନ ସିନ୍‌ ଥିଲା। ଏହି ଦୃଶ୍ୟ କରିବା ସମୟରେ ବିନୋଦ ଖାନ୍ନା ଅନିୟନ୍ତ୍ରିତ ହୋଇଥିଲେ ଏବଂ ନିର୍ଦ୍ଦେଶକ କଟ୍‌ କହିବା ପରେ ମଧ୍ୟ ସେ ଡିମ୍ପଲ କାପାଡିଓଙ୍କୁ ଚୁମ୍ବନ ଦେବା ଜାରି ରଖିଥିଲେ ।
ଫିଲ୍ମର ଏହି ଦୃଶ୍ୟ ରାତିରେ ସୁଟିଂ କରାଯାଉଥିଲା। ତେଣୁ ସେଟ୍‌ ସମ୍ପୂର୍ଣ୍ଣ ଅନ୍ଧକାର ହୋଇଯାଇଥିଲା। ମହେଶ ଭଟ୍ଟ ଆକ୍ସନ କହିବା ମାତ୍ରେ ବିନୋଦ ଖାନ୍ନା ଏବଂ ଡିମ୍ପଲ କାପାଡିଆ ଚୁମ୍ବନ ଦେବା ଆରମ୍ଭ କରିଥିଲେ। କିନ୍ତୁ ବିନୋଦ ଖାନ୍ନା କଟ୍‌ କହିବା ପରେ ମଧ୍ୟ ସେମାନେ ଅଟକି ନ ଥିଲେ। କୁହାଯାଏ, ଡିମ୍ପଲ କାପାଡିଆ ଏହା ଦେଖି ବହୁତ ଡରି ଯାଇଥିଲେ। ସିଧା ମେକ୍‌ଅପ୍‌ ରୁମକୁ ଦୌଡି ପଳାଇଥିଲେ।
ବିନୋଦ ଖାନ୍ନା ମାଧୁରୀ ଦୀକ୍ଷିତଙ୍କ ସହ ସମାନ କାର୍ଯ୍ୟ କରିଥିଲେ। ‘ଦୟାବାନ’ରେ ବିନୋଦଙ୍କ ସହ ରୋମାଣ୍ଟିକ୍‌ ସିନରେ ମାଧୁରୀ ନଜରକୁ ଆସିଥିଲେ। ଏହି ଚଳଚ୍ଚିତ୍ରରେ ମଧ୍ୟ ଏପରି ଅନ୍ତରଙ୍ଗ ଦୃଶ୍ୟବେଳେ ବିନୋଦ ନିୟନ୍ତ୍ରଣ ହରାଇ କିଛି ସମୟ ପାଇଁ ମାଧୁରୀଙ୍କୁ ଚୁମ୍ବନ ଦେଉଥିଲେ। ଏ ନେଇ ମାଧୁରୀ ରାଗି ଯାଇଥିଲେ।

Share