ମା’ ହେଲେ ଏହି ପପ୍‌ଷ୍ଟାର

ମୁମ୍ବାଇ: ପପଷ୍ଟାର୍‌ ରିହାନା ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଚଳିତ ବର୍ଷ ଜାନୁୟାରୀରେ ସେ ନିଜର ଗର୍ଭଧାରଣ ବିଷୟରେ ପ୍ରକାଶ କରିଥିଲେ, ସେ ପ୍ରେମିକ ରାପର ରକି (A $ AP Rocky)ଙ୍କ ସନ୍ତାନର ମା’ ହେବାକୁ ଯାଉଛନ୍ତି। ସେ ଲସ୍‌ ଏଞ୍ଜେଲସରେ ମେ’ ୧୩ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଖବର ଆସିବା ପରେ ରିହାନାଙ୍କ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି।

୩୪ ବର୍ଷୀୟା ରିହାନା ତାଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ଗର୍ଭାବସ୍ଥାରେ ପ୍ରତିଦିନ ସୋସିଆଲ ମିଡିଆରେ ତାଙ୍କ ଚେହେରା ଉପରେ ଗୁରୁତ୍ୱ ଦିଆଯାଉଥିଲା। ବେବିବମ୍ପର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା।

ରିହାନା ଏବଂ ରକି ମାତାପିତା ହୋଇ ବେଶ୍‌ ଖୁସି ଥିବା କହିଛନ୍ତି। ବର୍ତ୍ତମାନ ରିହାନାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସୁଛି। ବର୍ଷ ବର୍ଷ ଧରି ସେ ମା ହେବାକୁ ଚାହୁଁଥିଲେ। ରିହାନା ପୂର୍ବରୁ ମାତୃତ୍ୱ ବିଷୟରେ କଥା ହୋଇଥିଲେ। ସେ ଏକ ପରିବାର ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ବର୍ତ୍ତମାନ ସେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି, ତେଣୁ ସେ ଏଥିରେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି।

Share