ରୋମ୍,୫ା୬: ଶ୍ରୀଲଙ୍କାର ରୁମେଶ ଥରାଙ୍ଗା ପାଥିରେଜ ଏସିଆର ପରବର୍ତ୍ତୀ ଜାଭେଲିନ ସୁପର ଷ୍ଟାର ଭାବେ ଉଭା ହୋଇଛନ୍ତି। ଏଥିପାଇଁ ନୀରଜ ଚୋପ୍ରା ଓ ଅର୍ଶାଦ ନଦିମଙ୍କୁ ଚଳିତ ବର୍ଷ ପରବର୍ତ୍ତୀ ଭାଗରେ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ ଗେମ୍ସ ବେଳେ ଏହି ଜାଭେଲିନ ଥ୍ରୋୟରଙ୍କ ଉପରେ ନଜର ରଖିବାକୁ ହେବ।
ପାଥିରେଜ ମର୍ଯ୍ୟାଦାପୂର୍ଣ୍ଣ ରୋମ୍ ଡାଇମଣ୍ଡ ଲିଗ୍ରେ ୯୨.୬୨ ମିଟର ଥ୍ରୋ ସହ ଟାଇଟଲ ଜିତି ବିଶ୍ୱ ଆଥଲେଟିକ୍ସକୁ ଚମକାଇ ଦେଇଛନ୍ତି। ଜଣେ ଏସୀୟ ଆଥଲେଟ ହିସାବରେ ସେ ଦ୍ୱିତୀୟ ସର୍ବାଧିକ ଦୂର ଭାଭେଲିନ ଫିଙ୍ଗିବାର ଗୌରବ ଅର୍ଜନ କରିଛନ୍ତି। ଏହାଦ୍ୱାରା ସେ ଭାରତୀୟ ଷ୍ଟାର ନୀରଜ ଚୋପ୍ରାଙ୍କୁ ଅତିକ୍ରମ କରିଯାଇଛନ୍ତି। ୨୩ ବର୍ଷୀୟ ପାଥିରେଜଙ୍କୁ ୧୦ଜଣଙ୍କ ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବାକୁ ପଡ଼ିଥିଲା। ସେମାନଙ୍କ ମଧ୍ୟରେ ଦୁଇଥର ବିଶ୍ୱ ଚାମ୍ପିୟନ ଗ୍ରେନେଡ଼ାର ଆଣ୍ଡରସନ ପିଟର୍ସ ଅନ୍ୟତମ। ସେ ସେ ୮୩,୯୧ ମିଟର ଥ୍ରୋ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ। ତ୍ରିନିଦାଦ ଟୋବାଗୋର ୨୦୨୫ ଟୋକିଓ ବିଶ୍ୱ ଚାମ୍ପିୟନଶିପ୍ ସ୍ବର୍ଣ୍ଣ ବିଜେତା କେଶୋରନ ଓ୍ବାଲକଟ୍ ୮୩.୪୫ ମିଟର ଥ୍ରୋ କରିଥିଲେ।
ଯୁକ୍ତରାଷ୍ଟ୍ର ଆମେରିକାର କର୍ଟିସ ଥମ୍ପସନ (୮୩.୮୯ ମିଟର) ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ଲାଭ କରି ଥିଲେ। ଓ୍ବାଲକଟ ୪ର୍ଥ ହୋଇଥିଲେ। ଭାରତର ୨୬ ବର୍ଷୀୟ ସଚିନ ଯାଦବ ଗୁରୁବାର ଡାଇମଣ୍ଡ ଲିଗ୍ରେ ତାଙ୍କ ପ୍ରଥମ ପଦାର୍ପଣ କରିଥିଲେ। ପ୍ରତିଯୋଗିତାରେ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ସେ ୭୯.୧୮ ମିଟର ଥ୍ରୋ କରି ୮ମ ସ୍ଥାନରେ ରହିଥିଲେ। ପାଥିରେଜ ସମ୍ମାନଜନକ ୯୦ମିଟର ଅଙ୍କ ଅତିକ୍ରମ କରିବା ଲାଗି ଚତୁର୍ଥ ଏସୀୟ ଏବଂ ଓଭରଅଲ୍ ୨୮ତମ ଜାଭେଲିନ ଥ୍ରୋୟର ବିବେଚିତ ହୋଇଛନ୍ତି। ତାଙ୍କର ଏହି ପ୍ରଦର୍ଶନ ପାକିସ୍ତାନୀ ଅର୍ଶଦ ନଦୀମଙ୍କ ପ୍ୟାରିସ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟ ଥ୍ରୋ ୯୨.୯୭ ମିଟରଠାରୁ ସେ ଅଳ୍ପକେ ପଛରେ ପଡ଼ିଯାଇଥିଲେ। ସେ କିନ୍ତୁ ଚାଇନିଜ ତାଇପେର ଚାଓ ତିସୁନ ଚେଙ୍ଗ୍ (୯୧.୩୬ ମିଟର) ଓ ନୀରଜ ଚୋପ୍ରା (୯୦.୨୩ ମିଟର)ଙ୍କୁ ଅତିକ୍ରମ କରିଯାଇଛନ୍ତି। ତାଙ୍କର ଏହିସ ଥ୍ରୋ ଦ୍ୱାରା ସେ ସର୍ବକାଳୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜାଭେଲନି ଥ୍ରୋୟରଙ୍କ ମଧ୍ୟରେ ଅଷ୍ଟମ ସ୍ଥାନରେ ଅଛନ୍ତି।