ନୂଆଦିଲ୍ଲୀ, ୨୩।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଆହତ କାରଣରୁ ବାଦ ପଡ଼ିଛନ୍ତି ଇଶାନ କିଶନ। ବିସିସିଆଇ ଏନେଇ ସୂଚନା ଦେଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, କ୍ରାଇଷ୍ଟଚର୍ଚ୍ଚରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ସମୟରେ ଇଶାନଙ୍କ ଡାହାଣ ଗୋଡ଼ର ମାଂସପେଶୀରେ ସାମାନ୍ୟ ଆଘାତ ଲାଗିଥିଲା।
ଏହି କାରଣରୁ ଇଶାନ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିନଥିଲେ। ତାଙ୍କ ସ୍ଥାନରେ ତିଲକ ବର୍ମା ତୃତୀୟ ନମ୍ବରରେ ବ୍ୟାଟିଂ କରିଥିଲେ। ତେବେ ସେ ମାତ୍ର ୬ ରନ କରିପାରିଥିଲେ। ଏହାପରେ ଇଶାନ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ, କିନ୍ତୁ ମାତ୍ର ୧ ରନ କରି ଆଉଟ ହୋଇଯାଇଥିଲେ।
ବିସିସିଆଇ ନିଜର ବିବୃତିରେ କହିଛି ଯେ, ଇଶାନ କିଶନ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରୁ ବାଦ ପଡ଼ିଛନ୍ତି। ସିରିଜର ପ୍ରଥମ ମ୍ୟାଚ ସମୟରେ ତାଙ୍କ ଡାହାଣ ଗୋଡ଼ର ମାଂସପେଶୀରେ ସାମାନ୍ୟ ଟାଣ ଲାଗିଥିଲା। ବର୍ତ୍ତମାନ ବିସିସିଆଇର ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି।