Categories: ଖେଳ

୪ ବର୍ଷ ପରେ ଦଳକୁ ଫେରିଲେ

ନୂଆଦିଲ୍ଲୀ,୨୧।୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ପକ୍ଷରୁ ଦଳ ଘୋଷଣା କରାଯାଇଛି। ଦୀର୍ଘ ୪ ବର୍ଷ ପରେ ଦ୍ରୁତ ବୋଲର ଶାନନ ଗାବ୍ରିଏଲ ଦଳକୁ ଫେରିଛନ୍ତି। ଏହାଛଡ଼ା ତାଙ୍କୁ ପୂର୍ବରୁ ୱେଷ୍ଟଇଣ୍ଡିଜ ଟେଷ୍ଟ ଦଳରେ ସାମିଲ କରାଯାଇଛି।

୨୦୧୯ ବିଶ୍ୱକପ ପରେ ଗାବ୍ରିଏଲ ୱେଷ୍ଟଇଣ୍ଡିଜ ପାଇଁ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ତାଙ୍କୁ ୱେଷ୍ଟଇଣ୍ଡିଜ ଦଳରେ ସୁଯୋଗ ମିଳିଛି। ଏହାଛଡ଼ା ଆଗାମୀ ସପ୍ତାହରେ ଆରମ୍ଭ ହେବାକୁ ଥିବା ଦୁଇ ଟେଷ୍ଟ ସିରିଜ ପାଇଁ ସେ ଦକ୍ଷିଣ ଆଫ୍ରିକାରେ ଅଛନ୍ତି।

ଗାବ୍ରିଏଲ ପ୍ରଦର୍ଶନ ଅନୁଯାୟୀ ଚଳିତ ବର୍ଷ ଶେଷରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ  ଦଳରେ ତାଙ୍କ ସ୍ଥାନକୁ ପକ୍କା କରିବାର ସୁଯୋଗ ପାଇବେ। କାରଣ ଆଣ୍ଠୁ ଅପରେଶନ ପରେ ପେସର୍‌ ଜାଡେନ ସିଲ ଉପଲବ୍ଧ ନାହାନ୍ତି। ଅପରପକ୍ଷେ ଆଣ୍ଡରସନ ଫିଲିପ୍‌ ସୁସ୍ଥ ହୋଇ ଟ୍ରେନିଂକୁ ଫେରିଥିଲେ ହେଁ ଫିଟ ନାହାନ୍ତି। ଓବେଡ ମ୍ୟାକକୋ ଟି -୨୦ ଦଳରେ ଅନ୍ତର୍ଭୁକ୍ତ ହୋଇଥିଲେ ହେଁ ମେଡିକାଲ ଟିମ୍‌ର ଅନୁମୋଦନ ପରେ ତାଙ୍କୁ ଖେଳିବାର ସୁଯୋଗ ମିଳିବ।

ମାର୍ଚ୍ଚ ୧୬ ରୁ ୨୧ ପର୍ଯ୍ୟନ୍ତ ଦିନିକିଆ ସିରିଜ ଏବଂ ମାର୍ଚ୍ଚ ୨୫ ରୁ ୨୮ ପର୍ଯ୍ୟନ୍ତ ଟି-୨୦ ସିରିଜ ଖେଳାଯିବ। ନୂତନ ଦିନିକିଆ ଅଧିନାୟକ ଶାଇ ହୋପ ଏବଂ ଟି -୨୦ ଅଧିନାୟକ ରୋଭମାନ ପାୱେଲଙ୍କ ଅଧୀନରେ ଏହା ପ୍ରଥମ ସିରିଜ ହେବ।

Share