Posted inଖେଳ

ଟିମ ଇଣ୍ଡିଆର ଏହି ଖେଳାଳିଙ୍କୁ ୧୫ ବର୍ଷ ହେଲା ଡାଇବେଟିସ…

ନୂଆଦିଲ୍ଲୀ,୨୪।୧୦: ଟିମ ଇଣ୍ଡିଆର କ୍ରିକେଟ କିମ୍ବଦନ୍ତୀଙ୍କୁ ୧୫ ହେଲା ଡାଇବେଟିସ। ତେବେ ସେ ଏନେଇ ବ୍ୟସ୍ତ ବିବ୍ରତ ନୁହନ୍ତି। ରକ୍ତରେ ଗ୍ଲୁକୋଜର ସ୍ତରକୁ ନିୟନ୍ତ୍ରଣ କରାଯିବ ସେ ନେଇ ସେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ୟାଚ ହେଉ, ଗ୍ଲୁକୋମିଟର କିମ୍ବା ଇନସୁଲିନ ପେନ ହେଉ, ନୂତନ ଯୁଗର ପ୍ରଯୁକ୍ତିବିଦ୍ୟା ସହିତ ପୂର୍ବ ତୁଳନାରେ ବର୍ତ୍ତମାନ ଡାଇବେଟିସକୁ ପରିଚାଳନା କରିବା ସହଜ ବୋଲି ଭାରତର କ୍ରିକେଟ କିମ୍ବଦନ୍ତୀ କପିଲ ଦେବ କହିଛନ୍ତି।

ସେ ୧୫ ବର୍ଷରୁ ଅଧିକ ସମୟ ଧରି ଟାଇପ-୨ ଡାଇବେଟିସ ସମସ୍ୟାରେ ପୀଡ଼ିତ। ୧୯୮୩ ବିଶ୍ୱକପ ବିଜେତା ଅଧିନାୟକ କହିଛନ୍ତି ଯଦି ଲୋକମାନେ ନିଜର ଡାଇବେଟିସ କିପରି ନିୟନ୍ତ୍ରଣ କରାଯିବ ସେ ନେଇ ଅଜ୍ଞ ନ ହୋଇ ସଚେତନ ହୁଅନ୍ତି ତେବେ ଏହା ଅଧିକ ସହଜ ହୋଇ ପାରିବୁ। ଡାଇବେଟିସକୁ ପରିଚାଳନା କରିବା ପାଇଁ ସର୍ବୋତ୍ତମ କୌଶଳ ହେଉଛି କେବେ ଅଳସୁଆ ନ ହୋଇ ସକ୍ରିୟ ରହିବା। ପୂର୍ବରୁ ଇନସୁଲିନ ନ ଥିଲା। ତେବେ ଡ୍ରଗ ନିର୍ମାତାଙ୍କୁ ଧନ୍ୟବାଦ, ଯେଉଁମାନେ ଆମ ଜୀବନକୁ ଏବେ ସହଜ କର ପାରିଛନ୍ତି। ଆମେ କେବଳ ନିଜ ପକେଟରେ କଲମ ଭଳି ଇନସୁଲିନ ଉପକରଣ ନେଇପାରୁଛି ଏବଂ ପୂର୍ବପରି ଆରାମରେ ବୁଲି ପାରୁଛୁ।

ପୂର୍ବତନ କ୍ରିକେଟର ଯୁବବର୍ଗ ଏବଂ ଇନସୁଲିନରେ ପୀଡିତ ଲୋକଙ୍କୁ ଅନ୍ୟର ଡାଏଟ ଯୋଜନା କିମ୍ବା ବ୍ୟାୟାମ କାର୍ଯ୍ୟସୂଚୀକୁ ନକଲ ନ କରିବାକୁ ପରାମର୍ଶ ଦେଇଛନ୍ତି। ଆପଣଙ୍କ ଶରୀର ପାଇଁ କ’ଣ ଉପଯୁକ୍ତ ତାହା ଭାବିବା ଜରୁରୀ। ଆପଣଙ୍କ ଶରୀର କେତେ ବ୍ୟାୟାମକୁ ସହ୍ୟ କରିପାରିବ। ଆମ ସମସ୍ତେଙ୍କ ଶରୀର ଭିନ୍ନ ଭିନ୍ନ। ଯାହା ମୋ ପାଇଁ ଉପଯୁକ୍ତ, ତୁମ ପାଇଁ ଅନୁପଯୁକ୍ତ ହୋଇପାରେ। ଦୁଇ ଜଣଙ୍କୁ ଶରୀର କଦାପି ସମାନ ହୋଇପାରିବ ନାହିଁ।

ଅନୁଶାସିତ ହୋଇ ଜଣେ ନିଜର ଡାଏଟ ଯୋଜନା ଏବଂ କାର୍ଯ୍ୟକଳାପକୁ ଅନୁସରଣ କର, ତେବେ ଡାଇବେଟିସ ସହଜରେ ନିୟନ୍ତ୍ରିତ ହୋଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?