Categories: ଖେଳ

ଅନ୍ତିମ ଦୁଇ ଟେଷ୍ଟ ଲାଗି ଭାରତୀୟ ଦଳରୁ ବିଦା ହେଲେ ଏହି ଖେଳାଳି

ନୂଆଦିଲ୍ଲୀ, ୧୭।୨ : ଚଳିତ ଇଂଲଣ୍ଡ ବିପକ୍ଷ ଅନ୍ତିମ ଦୁଇ ଟେଷ୍ଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି। ପ୍ରଥମ ଦୁଇ ଟେଷ୍ଟରେ ସୁଯୋଗ ପାଇ ନ ଥିବା ସୁଇଂ ବୋଲର ଶାର୍ଦ୍ଦୁଳ ଠାକୁର ଦଳରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ପେସର ଉମେଶ ଯାଦବ। ଏହାକୁ ଛାଡ଼ି ଦେଲେ ୧୮ରୁ ୧୭ ଜଣ ଖେଳାଳି ନିଜ ଯାଗା ଦଳରେ ବଜାୟ ରଖିଛନ୍ତି।

ବିଜୟ ହଜାରେ ଟ୍ରଫି ପାଇଁ ଶାର୍ଦ୍ଦୁଳଙ୍କୁ ଛଡ଼ା ଯାଇଛି। ତେବେ ସିନିୟର ପେସର ମହମ୍ମଦ ଶାମି ଏବେ ମଧ୍ୟ ଶତ ପ୍ରତିଶତ ଫିଟ୍‌ ନାହାନ୍ତି। ଆଉ ପ୍ରଥମ ଟେଷ୍ଟରେ ଖରାପ ପ୍ରଦର୍ଶନ ଯୋଗୁ ଷ୍ଟାଣ୍ଡ ବାଇ ତାଲିକାରୁ ବାଦ୍‌ ପଡ଼ିଛନ୍ତି ଶାହାବାଜ ନଦୀମ। ଫିଟ୍‌ନେସ ଟେଷ୍ଟ ପରେ ଉମେଶ ଅହମ୍ମଦାବାଦଠାରେ ଟିମ୍‌ ଇଣ୍ଡିଆରେ ଯୋଗଦେବେ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି।

Share