Categories: ଫୁରସତ

ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଏହି ଫଟୋ, ଆପଣ ବି ଭାବି ପାରିବେନି ଏହା ପ୍ରକୃତରେ କ’ଣ?

ଟୁଇଟରରେ ଏକ ଫଟୋ ଭାଇରାଲ ହେଉଛି ଯାହାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କାରଣ ଶେୟାର ହୋଇଥିବା ଫଟୋ ଅସଲି କି ନକଲି କେହି ଜାଣି ପାରୁନାହାନ୍ତି। ଯିଏ ଦେଖୁଛି ସେ ସେଇଠି ଅଟକି ଯାଉଛି। ଆଖିକ କେହି ବିଶ୍ୱାସ କରିପାରୁନାହାନ୍ତି।

ଫଟୋରେ ଏକ ବେଡ୍‌ ଉପରେ ଜଣେ ବ୍ୟକ୍ତି ଶୋଇଥିବା ନଜର ଆସିଛନ୍ତି। ତାଙ୍କ ନିକଟରେ ଗୋଟିଏ ଟେବୁଲ ରହିଛି। ଏହା ଉପରେ ଏକ ଲ୍ୟାମ୍ପ, ଫ୍ୟାମିଲି ଫଟୋ ଏବଂ କିଛି ମେଡିସିନ ରଖାଯାଇଥିବା ନଜର ଆସିଛି। ଜଣେ ଲୋକ କେକ୍‌ ରଖୁଥିବା ହାତ ବି ଦେଖିବାକୁ ମିଳିଛି। ପ୍ରଥମେ ଦେଖିଲେ ଆପଣଙ୍କୁ ଏହି ଫଟୋ ସାଧାରଣ ଲାଗିବ। ମାତ୍ର ଏହି ଫଟୋକୁ ଯଦି ଧ୍ୟାନ ସହକାରେ ଦେଖିବେ ତେବେ ବିଶ୍ୱାସ ହେବ କି ଏହା ଜଣେ ବ୍ୟକ୍ତିଙ୍କ ଫଟୋ ନୁହେଁ। ଏହା ଏକ କେକ୍‌। ସୋସିଆଲ ମିଡିଆରେ ଜଣେ ୟୁଜର ଏହି ଫଟୋକୁ ଶେୟାର କରିଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି, ‘ଏହା ଏକ କେକ୍‌’।

ଲୋକେ ଏପରି ଅସାଧାରଣ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଫଟୋକୁ ୩ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ସେହିପରି ୮୦୦ରୁ ଊର୍ଦ୍ଧ୍ୱ ଲୋକ କମେଣ୍ଟ ବି କରିଛନ୍ତି। ମାତ୍ର ଫଟୋ ଦେଖି କେହି ବିଶ୍ୱାସ କରିପାରୁନାହାନ୍ତି ଏହା ଏକ କେକ୍‌ ବୋଲି।
ଏପରି ଅବିଶ୍ୱନୀୟ କେକ୍‌କୁ ବ୍ରିଟିଶ ବେକର ବେନ୍‌ କୁଲେନ ଦ୍ୱାରା ତିଆରି କରାଯାଇଛି। ଏହାର ନାମ ‘ଦ ବେକ୍‌ କିଙ୍ଗ୍‌’ ରଖାଯାଇଛି। ଏହି କେକ୍‌କୁ ଏପରି ଜୀବନ୍ତ ରୂପ ଦିଆଯାଇଛି ଯେକେହି ଦ୍ୱନ୍ଦ୍ୱରେ ପଡ଼ିବା ସ୍ବାଭାବିକ କଥା। ଗତବର୍ଷ ଏହି କମ୍ପାନୀ ଚକୋଲେଟ୍‌ ଫ୍ଲେଭରର ମଣିଷ ଆକାରର ଭାନିଲା କେକ୍‌ ପ୍ରସ୍ତୁତ କରିଥିଲା। ଯାହା ଖୁବ୍‌ ଭାଇରାଲ ହୋଇଥିଲା।

Share